କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର-ଜଗନ୍ନାଥପୁର ନିକଟ ବ୍ରାହ୍ମଣୀ ନଦୀରେ ଶୁକ୍ରବାର ଦିନ ୧୦ଟା ବେଳେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଚଉଦକୁଲାଟ ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିଥିଲେ । ଏହି ଶବଟି ଇନ୍ଦୁପୁର ଧୂମାତ ଗ୍ରାମର ବାବନ ଚରଣ ସାହୁ ବୋଲି ଜଣାପଡିଛି ।
ବାବନ ଗତ ୧୯ ତାରିଖ ଦିନ ପାଳକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ତାଙ୍କ ସାନପୁଅ ଶିବ ପ୍ରସାଦ ସାହୁ ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ନିଖୋଜ ବାବନଙ୍କର କୌଣସି ସନ୍ଧାନ ମିଳିନଥିଲା । ନିଖୋଜ ଘଟଣାର ୪ଦିନ ପରେ ନୀଳକଣ୍ଠପୁର ଜଗନ୍ନାଥପୁର ନିକଟ ବାଲିଘାଟରୁ ବାବନଙ୍କ ମୃତ ଶବଟିକୁ ଉଦ୍ଧାର କରାଯାଇଛି । ଅଭିଯୋଗ ଆଧାରରେ ନିକିରାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି ନୀଳକଣ୍ଠପୁର-ଜଗନ୍ନାଥପୁର ନିକଟ ବ୍ରାହ୍ମଣୀ ନଦୀରେ ନିକଟରେ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୋଲିସକୁ ଜଣାଇଥିଲେ ।ପରେ ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଫାଣ୍ଡି ପୋଲିସ ଅନୁଧ୍ୟାନ ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବା ପରେ ଶବ ଚିହ୍ନଟ କରାଯାଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।