ଗୁରୁ ଙ୍କ ଯୋଗୁଁ ମନରେ ଶକ୍ତି ଓ ଭକ୍ତି ଆସିବା ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟିକଲ୍ୟାଣ, ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଗଣ୍ଡକୁଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ଆଜି ରାଜ୍ୟ ସ୍ତରୀୟ ନିଗମାନନ୍ଦ ଭକ୍ତ ସମ୍ମିଳନୀର ଦ୍ୱିତୀୟ ସନ୍ଧ୍ୟାରେ ବରେଣ୍ୟ ଅତିଥିଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପ୍ରଫେସର ଡ଼ ହରେକୃଷ୍ଣ ଶତପଥୀଙ୍କ ପୌରହିତ୍ୟ ରେ ଆୟୋଜିତ ଜଗତଗୁରୁ ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ଭକ୍ତ ସମ୍ମିଳନୀ ଓ ସତସଙ୍ଗ ସଭା ରେ ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ରାମକୃଷ୍ଣ ଦାସମହାରାଜ ଡା କୃଷ୍ଣକେଶବ ଷଢଙ୍ଗୀ, କେନ୍ଦ୍ରାପଡ଼ା ପୂର୍ବତନ ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟିକା ଡା ସିପ୍ରା ମଲିକ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷ ମାନସ କୁମାର ପରିଡା, ପୂର୍ବତନ ବ୍ଲକ ଅଧକ୍ଷ ନିଶିକାନ୍ତ ପ୍ରଧାନ, ପ୍ରବଚକ କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଜଗତଗୁରୁ ନିଗମାନନ୍ଦ ସରସ୍ୱତୀଙ୍କ ନୀତିବାଣୀ, ଆଦର୍ଶ ଗୃହସ୍ଥ ଜୀବନ ଚର୍ଯ୍ୟା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ସାରସ୍ୱତ ସଂଘ ସଭାପତି ଗଗନେନ୍ଦ୍ର ମହାପାତ୍ର, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ଦୂର୍ଗା ଚରଣ ଭାଇ,ବରିଷ୍ଠ କର୍ମକର୍ତ୍ତା ସରୋଜ ବିଶ୍ୱାଳ (ବାବୁ ), ଅକ୍ଷୟ ମହାନ୍ତି, କଳ୍ପତରୁ ସେନାପତି ସୁଧୀର ଲେଙ୍କା, ବସନ୍ତ ସ୍ୱାଇଁ ପ୍ରମୁଖ ସାରସ୍ୱତ ସଂଘର କର୍ମକର୍ତ୍ତାମାନେ ମଂଚାସୀନ ହୋଇ ଗୁରୁଙ୍କ ବାଣୀ ପ୍ରଚାର କରିଥିଲେ । ଗତକାଲି ସନ୍ଧ୍ୟାରେ ଆୟୋଜିତ ସତସଙ୍ଗ ଓ ଭକ୍ତ ସମ୍ମିଳନୀ ସଭାରେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଜଗତଗୁରୁ ଠାକୁର ନିଗମାନନ୍ଦ ସରସ୍ବତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ବାଣୀକୁ ପାଳନ କରି ଜୀବନରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ । ଉଦଘାଟନୀ ସମାରୋହର ପୂର୍ବାହ୍ନ୍ନ ଅଧିବେଶନରେ ସ୍ୱାମୀ ଜିତେନ୍ଦ୍ରିୟାନନ୍ଦ ସରସ୍ବତୀ ମହାରାଜ,ପୁରୀ ହରିହରାନନ୍ଦ ଗୁରୁକୁଳମ ଅଧ୍ୟକ୍ଷ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ,ଶ୍ରୀମଦ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ,ପଣ୍ଡିତ ଗୋବିନ୍ଦ ଶର୍ମାଜୀ, କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା ଓ ଆସାମ ବାଙ୍ଗୀୟ ସାରସ୍ୱତ ମଠ ସଚିବ ନିରଞ୍ଜନ ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଆଦର୍ଶ ଗୃହସ୍ଥ ଜୀବନ, ସଂଘ ପ୍ରତିଷ୍ଠା ଓ ଭାବଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଓଡିଶା ଓ ଓଡିଶା ବାହାରୁ ପ୍ରାୟ ୩୦ ହଜାର ଭକ୍ତ ଯୋଗ ଦେଇ ଗୁରୁଙ୍କ କୃପା ଭିକ୍ଷା କରିଥିଲେ । ସମ୍ମିଳନୀ କମିଟି ସଭାପତି ସମାଜସେଵୀ ନିରଞ୍ଜନ ପଟନାୟକଙ୍କ ନେତୃତ୍ୱରେ ସମ୍ପାଦକ ଚିତ୍ତରଞ୍ଜନ ବାରିକ,ଇଂ ଲିପୁ ଜେନା,ରମେଶ ନାୟକ, ଗଙ୍ଗାଧର ଦାସ, ଭାଗବତ ନାୟକ, ସୌମେନ୍ଦ୍ର ଦାସ, ଶଶିକାନ୍ତ ସ୍ଵାଇଁ, ବିବେକାନନ୍ଦ ପରିଡା, ଅକ୍ଷୟ ନାୟକ, ନିରାକାର ଖଟୁଆ, ବିଜୟ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ସମ୍ମିଳନୀ ସଫଳ କରିବା ପାଇଁ ପୂର୍ଣ୍ଣପ୍ରାଣରେ ଲାଗି ପଡିଛନ୍ତି ।