ଛତ୍ରପତି ଶିବାଜୀ ଟାଇକୋଣ୍ଡୋରେ ବେଲ୍ଟ ଟେଷ୍ଟ


କେନ୍ଦ୍ରାପଡା ୨୫/୨- କେନ୍ଦ୍ରାପଡାସ୍ଥିତ ଜଜାଙ୍ଗପାର୍କ ପଡିଆରେ ଛତ୍ରପତି ଶିବାଜୀ ଟାଇକୋଣ୍ଡୋ ଏକାଡେମୀ ତରଫରୁ “ବେଲ୍ଟ ପ୍ରମୋସନ ଟେଷ୍ଟ” ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ୫୦ ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ଚୟନୀତ ହୋଇ ପରୀକ୍ଷା ଦେବାପାଇଁ ଆସିଥିଲେ । ଉକ୍ତ ପରୀକ୍ଷାରେ ଶିକ୍ଷାର୍ଥୀ ଶିଖିଥିବା କଳା ଯଥା “ପଞ୍ଚ” ବା ହସ୍ତଯୁଦ୍ଧ କଳା “କିକ୍‌” ପାଦ ଯୁଦ୍ଧ କଳା ଓ “କାତା” ବା ହାତ ଓ ପାଦ ଯୁଦ୍ଧ କଳା ପ୍ରଦର୍ଶନୀ କରିଥିଲେ । ସେଥିରୁ ୨୫ ରୁ ଉର୍ଦ୍ଧ୍ୱ ୟେଲୋ ବେଲ୍ଟ, ୧୫ ରୁ ଉର୍ଦ୍ଧ୍ୱ ଗ୍ରୀନ ବେଲ୍ଟ, ୧୦ ରୁ ଉର୍ଦ୍ଧ୍ୱ ବ୍ଲୁ ବେଲ୍ଟ ପାଇଁ ନିଜ ପ୍ରଦର୍ଶନୀ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପତି ଶିବାଜୀ ଟାଇକୋଣ୍ଡୋ ଏକାଡେମୀର ସଭାପତି ସୁନାକର ବେହେରା ସମ୍ପାଦକ ଦିବଜ୍ୟୋତି ଦାସ ଓ ସହ ସମ୍ପାଦକ ନାରାୟଣ ସାହୁ ଏବଂ ମୁଖ୍ୟ ପ୍ରଶିକ୍ଷକ ଖଗେଶ୍ୱର ସାହୁ ଉକ୍ତ ପରୀକ୍ଷାରେ ଉପସ୍ଥିତ ଥିଲେ । ଉକ୍ତ ପରୀକ୍ଷାରେ କିଶୋର ଚନ୍ଦ୍ର ମହାନ୍ତି ମୁଖ୍ୟ ପରୀକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ନେଇଥିଲେ । ଏହି ଜିଲ୍ଲାସ୍ତରୀୟ ପରୀକ୍ଷାରେ କୃତି ପରୀକ୍ଷାର୍ଥୀଙ୍କୁ ଏକାଡେମୀର ସଭାପତି ସୁନାକର ବେହେରାଙ୍କ ଦ୍ୱାରା ବେଲ୍ଟ ପ୍ରଦାନ କରାଯାଇଥିଲା । ଶେଷରେ ସମ୍ପାଦକ ଦିବ୍ୟଜ୍ୟୋତି ଦାସ ସମସ୍ତ ପରୀକ୍ଷାର୍ଥୀ, ଅଭିଭାବକ ଓ ସମସ୍ତ ଅତିଥିକୁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଶ୍ରୀ ସିଦ୍ଧ ମହାପୁରୁଷ ମହୋତ୍ସବ

Sun Feb 25 , 2024
କେନ୍ଦ୍ରାପଡା ୨୫/୨ – ବାରୁଅ ସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଶ୍ରୀ ସିଦ୍ଧ ମହାପୁରୁଷ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଙ୍ଗୀତ ନେିଦ୍ଦର୍ଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ମହୋତ୍ସବର ମୁଖ୍ୟ ଅତିଥି ଭାବରେ ପଣ୍ଡିତ୍ ହୃଷିକେଶ ରଥ […]

You May Like