୫କୋଟି ୧୫ଲକ୍ଷ ଟଙ୍କା ବ୍ୟୟରେ ବଡ଼ପଡା-ଦେଉଳି ରାସ୍ତା ଶିଳାନ୍ୟାସ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଠାରୁ ଦେଉଳି ପର୍ଯ୍ୟନ୍ତ ରାସ୍ତାର ନିର୍ମିତ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ କୋଟି ୧୫ ଲକ୍ଷ ଟଙ୍କା ଟଙ୍କା ବ୍ୟୟ ଅଟକଳରେ ଗ୍ରାମ ଉନୟନ ବିଭାଗ ଦ୍ୱାରା କରାଯିବାକୁ ଥିବା ଉକ୍ତ ରାସ୍ତାର ଶିଳାନ୍ୟାସ କରିବା ସହିତ ଗ୍ରାମାଞ୍ଚଳରେ ଗମନାଗମନ ବିକାଶ ସହ ଉତ୍ତମ ପରିବହନ ସେବା ପାଇଁ ଲଷ୍ମୀ ବସ ପ୍ରଚଳନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଉପସଭାପତି ଅରକ୍ଷିତ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧନୁର୍ଜୟ ସ୍ୱାଇଁ,ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ରାମ ଚନ୍ଦ୍ର ରାଉତ, ଅଶୋକ ମଲିକ, ନିକୁଞ୍ଜ ଦାଶ, ଯୁବନେତା ପାରେଶ୍ୱର ସେଠୀ, ଅଭିରାମ ମଲିକ, କଳାକାର ପଣ୍ଡା, ପରମାନନ୍ଦ ପଲାଇ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଲୋକପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।

 


Next Post

ପଟ୍ଟାମୁଣ୍ଡାଇରେ ଜିଲ୍ଲା ବିଜ୍ଞାନକେନ୍ଦ୍ରର ଭିଡିଓ କନଫରେନ୍ସରେ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

Wed Feb 28 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର  ଭିଡିଓ କନଫରେନ୍ସ ଯୋଗେ ଶୁଭ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ଓ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ଜାତୀୟ ବିଜ୍ଞାନ […]

KANIKA