କେନ୍ଦ୍ରାପଡ଼ା, ୨୮ା୨: କେନ୍ଦ୍ରାପଡାରେ ବିନୋଥ ଯୁଗଳ କିଶୋର ଏସପି ଭାବରେ ଗତ ଜାନୁଆରୀମାସ ୨୮ତାରିଖରେ ଯୋଗଦେଇଥିଲେ । କେନ୍ଦ୍ରାପଡାରେ ମାତ୍ର ଏକମାସ ୨ଦିନ କାର୍ଯ୍ୟ କରିବା ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଏସପି ଭାବରେ ବଦଳି କରିଦିଆଯାଇଛି । ଶ୍ରୀ ବିନୋଥଙ୍କ ସ୍ଥାନରେ ୨୦୧୭ ବ୍ୟାଚର ଆଇ.ପି.ଏସ. ତଥା ଖୋର୍ଦ୍ଧାର ଏସପି ଥିବା ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡାର ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଏସପି ଶ୍ରୀ କଟାରିଆ ପ୍ରଥମେ […]

କେନ୍ଦ୍ରାପଡ଼ା,୧ା୩: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଆନ୍ତର୍ଜାତୀୟ ଚକ ଚୌକି ଦିବସ ମହାସମାରୋହରେ ପାଳନ କରିବା ପାଇଁ ଯୋଜନା ହୋଇଥିଲା । ତଦନୁଯାୟୀ ଆଜି ସକାଳ ୮ ଘଟିକା ସମୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ୩୦ଜଣ ଚଳନ୍ତି ବାଧିତ ପିଲାମାନଙ୍କୁ ନେଇ ଇଣ୍ଡୋର ଷ୍ଟାଡିୟମ୍‌ରେ ବାସ୍କେଟ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ […]

କେନ୍ଦ୍ରାପଡ଼ା,୧ା୩: ଆଜି ଅପରାହ୍ନ ୧୦ଘଟିକା ସମୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ପରିଚାଳିତ ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବିଲା କରିବା ପାଇଁ ଆବଶ୍ୟକ ଆଗୁଆ ପଦକ୍ଷେପ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କ’ଣ ନେଇଛନ୍ତି ତାହା […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ଗତ ୧୭ବର୍ଷ ହେବ ବନ୍ଦ ପଡିଥିବା ବେଳେ ଗତ ବର୍ଷ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନାରେ ମୋଟ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁର ଦେଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହ ଏଗ୍ରିମେଂଟ ସରିବା ବର୍ଷେ ବିତିଲାଣି । ହେଲେ ଏଯାଏଁ ସେତୁ ନିର୍ମାଣ ଆରମ୍ଭ ହୋଇନାହିଁ । ଫଳରେ […]

ପଂଚଭୂତରେ ଲୀନ ହେଲେ ନିଜର ଦୁଇ କିଡନୀ ଦାନ କରି ଦୁଇ ଜଣକୁ ନୂଆ ଜୀବନ ଦେଇଥିବା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗ୍ରାମର ରମେଶ ଚନ୍ଦ୍ର ଦାସ ପୁଅ ଓମ୍ ଶିବୁ ଦାସ । ଏହି ମହତ କାମ ପାଇଁ କଟକ ଏସସିବି ମେଡିକାଲ କଲେଜ ପକ୍ଷରୁ ଓମ୍ ଶିବୁଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ବିଦାୟ ଦିଆଯାଇଥିଲା । ଶୁକ୍ରବାର ନିଜ ଜନ୍ମମାଟିରେ ଶିବୁଙ୍କ ଶେଷକୃତ୍ୟ ସଂପନ୍ନ […]

କେନ୍ଦ୍ରାପଡା, ୨୯/୨: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଫାଷ୍ଟଟ୍ରାକ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ତ୍ରୀବିକ୍ରମ କେଶରୀ ଚିହ୍ନାରା । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜଣେ ନାବାଳିକାର ପରିବାର କ ଭଡାଘର ନେଇ ରହିଆସୁଥିଲେ । ନାବାଳିକାର ପିତା ଜଣେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେ ସବୁଦିନ ତାହାର ଘର ପାଖରେ […]

କେନ୍ଦ୍ରାପଡ଼ା, ତା ୨୯/୦୨: ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ସମୟରେ ପ୍ରାର୍ଥିଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ (ଇଲେକ୍ସନ୍ ଏକ୍ସପେଣ୍ଡିଚର୍ ମନିଟରିଂ) ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ  ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇ କହିଥିଲେ “ଭାରତୀୟ ନିର୍ବାଚନ ଆୟୋଗଙ୍କ ନୀତି ନିୟମକୁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ […]