ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନୂତନ ଅଧ୍ୟକ୍ଷାଙ୍କୁ ସ୍ୱାଗତ



କେନ୍ଦ୍ରାପଡ଼ା, ୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନୂତନ ଅଧ୍ୟକ୍ଷା ଭାବେ ସୁଲୋଚନା ଦେହୁରୀ ଯୋଗଦେଇଛନ୍ତି । ଏଥିପୂର୍ବରୁ ଶ୍ରୀମତୀ ଦେହୁରୀ ଯାଜପୁର ଜିଲ୍ଲାର ଡୋଲିପୁରସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବରିଷ୍ଠ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଯୋଗଦେବା ପରେ ପୂର୍ବତନ କାର୍ଯ୍ୟାଳୟ ସହକାରୀ ରାଜକିଶୋର ଲେଙ୍କା ଅଧ୍ୟକ୍ଷା ଶ୍ରୀମତୀ ଦେହୁରୀଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ରଜତ କୁମାର ସ୍ୱାଇଁ, ରାଜକିଶୋର ନାୟକ, ଲୋପାମୁଦ୍ରା ପଣ୍ଡା, ଶ୍ରଦ୍ଧାଞ୍ଜଳି ମାହୁନ୍ତ, ସୁନିତା କୁମାରୀ ବେହେରା, କଳ୍ପନା ସାହୁ ପ୍ରମୁଖ ପ୍ରଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।


Next Post

ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୋଧରେ ଏଆରଟେଲ ଟେକନିସିଆନଙ୍କ ପ୍ରତିବାଦ

Mon Mar 4 , 2024
କେନ୍ଦ୍ରାପଡ଼ା, ୪ା୩: ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୋଧରେ ଏଆରଟେଲ ଅଧିନରେ ନିଯୁକ୍ତିପ୍ରାକ୍ତ ଟେକନିସିଆନମାନେ ଆଜି କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ପ୍ରତିବାଦ କରିଥିବା ଦେଖାଯାଇଛି । ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ନାମକ ଏକ ତୃତୀୟ ପକ୍ଷ ଠିକାଦର ବିକାଶ ଚନ୍ଦ୍ର ନାୟକ ନାମକ ଜନୈକ ଟେକନିସିଆନଙ୍କ ନାମରେ କେନ୍ଦ୍ରାପଡା ସଦର ଥାନାରେ କରିଥିବା ମିଥ୍ୟା ଅଭିଯୋଗକୁ ନେଇ ନିଖିଳ ଓଡିଶା ଭାରତୀ ଇନଫ୍ରାଟେଲ କଣ୍ଟ୍ରାକଚୁଆଲ ଟେକନିସିଆନସ ୟୁନିଅନ ପକ୍ଷରୁ […]