
ରାଜ୍ୟ ରାଜନୀତିରେ ଏବେ ବଡ଼ ବିସ୍ମୟକର ପରିସ୍ଥିତି ଅନୁଭୂତ ହେଉଛି । ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବାର ପ୍ରାକ୍ ଦୃଶ୍ୟପଟ ଜନସାଧାରଣଙ୍କ ମାନସିକତାକୁ ଦୋହଲାଇ ଦେଉଛି । ନିର୍ବାଚନ ପୂର୍ବରୁ ଭାଜପା ଓ ବିଜେଡି ମଧ୍ୟରେ ମେଂଟ ସରକାର ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଏମିତି ହେଲେ ଉଭୟ ଦଳ ରାଜନଗର ବିଧାନସଭା ଆସନରୁ ଏକାଠି ନିର୍ବାଚନ ଲଢ଼ିବା ଥୟ ବୋଲି ରାଜନୈତିକ ସମିକ୍ଷକ ବିଚାର କରୁଥିବା ବେଳେ ରାଜନଗରରେ ବିରୋଧି କେହି ନ ରହି ଏକଚାଟିଆ ଶାଶନ ରହିବ ବୋଲି ମତ ପ୍ରକାଶ କରିଛନ୍ତି ।
ମେଂଟକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ୨୦ରୁ ଅଧିକ ବିଜେଡି ବରିଷ୍ଠ ନେତାମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିବା ବେଳେ ଦିଲ୍ଲୀରେ ଓଡିଶାର ଭାଜପା ପ୍ରତିନିଧି ମାନଙ୍କୁ ନେଇ କୋର କମିଟି ବୈଠକ ଅନୁଷ୍ଠିତ କରିଛନ୍ତିା ତେବେ ଭାଜପା ଏବଂ ବିଜେଡି ମିଳିତ ଲୋକସଭା ଓ ବିଧାନସଭାରେ ନିର୍ବାଚନ ଲଢ଼ିପାରନ୍ତି । ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏନେଇ ଆଧିକାରୀକ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ରଜନଗରରେ ବିରୋଧି ଶୂନ୍ୟ ହୋଇଗଲା ବୋଲି ଚଚ୍ଚ୍ର୍ା ଚାଲିଛି । ଗତ ନିର୍ବାଚନରେ ରାଜନଗରରୁ ୩ ପ୍ରମୁଖ ଦଳ ଭାଜପା, କଂଗ୍ରେସ ଓ ବିଜେଡି ମଧ୍ୟରେ ଟକର ଚାଲୁଥିବା ବେଳେ ଚଳିତ ନିର୍ବାଚନରେ ତାହା ଦେଖିବାକୁ ମିଳିବନାହିଁ । କାରଣ ଗତ ନିର୍ବାଚନରେ ପ୍ରମୁଖ ବିରୋଧି ଭାବେ ଉଭାହୋଇଥିବା ପୁର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଗତ ମାସ କଂଗ୍ରେସ ଛାଡି ଶଙ୍ଖ ଧରିନେଇଛନ୍ତି । ଫଳରେ କଂଗ୍ରେସ ରଜନଗରରେ ଶ୍ରୀହିନ ହୋଇ ପଡିି ଥିବା ବେଳେ ଭାଜପା ଏବେ ମେଂଟ ଅପେକ୍ଷାରେ ଅଛନ୍ତି । ଏଥିରୁ ଅନୁମେୟ ରାଜନଗରରେ ଏକ ରକମର ବିରୋଧି ଶୂନ୍ୟ କରିଦିଆଯାଇଥିବା କୁହାଯାଉଛି ।
ବିଜେଡି-ଭାଜପା ମିଳିତ ବିରୋଧୀ ମେଂଟକୁ କଡ଼ା ସମାଲୋଚନା କରିଛନ୍ତି ରାଜନଗରର ରଜନୈତିକ ସମିକ୍ଷକ । ସେମାନେ ନିଜ ନାମ ଗୋପନରଖି କହିଛନ୍ତି ଆଜି ଦୁର୍ନୀତିଗ୍ରସ୍ତମାନଙ୍କର ବୈଠକ ହୋଇଛି । ଏହି ଦଳର ନେତାମାନେ କେବଳ ବ୍ୟକ୍ତିଗତ ଫାଇଦାରେ ଆଗ୍ରହୀ । ସହଯୋଗିତାରେ ମେଂଟ ହୁଏ । ସେଥିରେ ସହଯୋଗୀ ଦଳ ସମର୍ଥନ ଥାଏ । କାରଣ ମେଂଟ ସବୁବେଳେ ସହଯୋଗୀଙ୍କ ସମର୍ଥନରେ ଚାଲେ । କିନ୍ତୁ ବିଜେଡି ଭାଜପା ମେଂଟରେ ସହଯୋଗୀତାର ଆବଶ୍ୟକ ଦେଖା ଯାଉନାହିଁ । ଏଠରେ ନିଜ ନିଜ ମଧ୍ୟରେ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେବାପାଇଁ ଏକଜୁଟ ହୋଇଛନ୍ତି ।ଏହି ମେଂଟ କୁ ନେଇ ଭୋଟର ମାନେ ନାରାଜ ହେଉଥିବା ଦେଖିବାକୁ ମିଳିଛି ।
Like this:
Like Loading...
Wed Mar 6 , 2024
କେନ୍ଦ୍ରାପଡ଼ା, ତା ୦୬/୦୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଟକୁରା, କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର ଅଧିକାରୀମାନଙ୍କର ଦ୍ୱିତୀୟ ରାଉଣ୍ଡ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇ କହିଥିଲେ “ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣଭାବେ ପରିଚାଳନା କରିବାକୁ ହେଲେ […]