
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକଙ୍କ ଆମୋଦ ପ୍ରମୋଦ ଗୃହ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ନବନିର୍ମିତ ଗୃହକୁ ଉଦଘାଟନ କରିଥିଲେ । ତାଙ୍କ ସହ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, କାଉନସିଲର ପ୍ରଶାନ୍ତ ବାରିକ ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଭରତ ପାତ୍ର, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ରାଜେନ୍ଦ୍ର ପ୍ରସାଦ ସିଂହ,ବିଜୟ ସାହୁ,ଚତୃର୍ଭୁଜ ରାଉଳ, ପ୍ରଦ୍ୟୁମ୍ନ ପଣ୍ଡା, ବଂଶୀଧର ନାୟକ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ ।











