ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ



କେନ୍ଦ୍ରାପଡ଼ା, ୭ା୩: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଆନନ୍ଦମାର୍ଗରେ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଆଜି ଉନ୍ମୋଚିତ ହୋଇଯାଇଛି । ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାଜଜ ବିଶ୍ୱଜିତ ମହାନ୍ତି, ଜିଲ୍ଲାପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁୁର ବିକାଶ, ଫାଷ୍ଟଟ୍ରାକ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା, ଅତିରିକ୍ତ ଜିଲ୍ଲାଜଜ ଅଜୟ କୁମାର ପ୍ରଧାନ, ରେଜିଷ୍ଟ୍ରାର ସିଭିଲକୋର୍ଟ ରମାଦେବୀ ସୋରେନ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ପୈାରାଧ୍ୟକ୍ଷା ସରିତା ସାହୁ, ପ୍ରଫେସର ନନ୍ଦକିଶୋର ପରିଡା, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଓ ରୋସ୍ôନା ସାହୁ, ପୈାରନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର, କାଉନସିଲର ସେକ ଅସଲମ, କବି ଶୁଭାଂଶୁ ଦାସ ପ୍ରମୁଖ ଯୋଗଦେଇ ବିପ୍ଳବୀ ସ୍ୱର୍ଗତ ଜେନାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଦୁଖିନୀ କନିକା ପୁସ୍ତକକୁ ଇଂରେଜ ସରକାର ବାଯ୍ୟାପ୍ତି କରିବା ପରେ ମହାତ୍ମାଗାନ୍ଧୀଙ୍କ ଇଂରାଜୀ ପତ୍ରିକା “ୟଙ୍ଗଇଣ୍ଡିଆ” ପତ୍ରିକାରେ ଏହା ପ୍ରକାଶ ପାଇଥିଲା ବୋଲି ଜିଲ୍ଲାପାଳ କହିଥିଲେ । ଯାହାକି ସାରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲା । ଜାତୀୟ ସ୍ତରର ନେତା ଲାଲା ଲାଜପତ ରାୟ, ମଦନମୋହନ ମାଲବ୍ୟ, ଭି.ଭି. ଗିରି, ଚିତ୍ତରଞ୍ଜନ ଦାସ ପ୍ରମୁଖ ଏହା ପଢି ହତବାକ ହୋଇପଡିଥିଲେ । ପରେ ଆନନ୍ଦ ଚନ୍ଦ୍ର ଜେନାଙ୍କ ସହ ପରିଚିତ ହୋଇଥିଲା । ଏହିପରି ସ୍ୱର୍ଗତ ଜେନା ୭ଟି ପୁସ୍ତକ ଲେଖିଥିଲେ । ବନ୍ଦୀରେ ଥାଇ ଗୋପବନ୍ଧୁ ଦାସ ସ୍ୱର୍ଗତ ଜେନାଙ୍କୁ ‘ଦୁଖିନୀ କନିକା’ ବୋଲି ସମ୍ବୋଧନ କରିଥିଲେ । ବିପ୍ଳବୀ ଜେନାଙ୍କ ୪୨ଏକର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ନିଲାମ କରାଯାଇଥିଲା । ଇଂରେଜ ସରକାର ଓ କନିକା ରାଜା ମିଶି ବିପ୍ଳବୀ ଜେନାଙ୍କୁ ଖାଦ୍ୟରେ ବିଷ ମିଶାଇ ୧୯୪୬ରେ ମାରିଦେଇଥିଲେ । ଫଳରେ ସେ ଦେଶର ସ୍ୱାଧୀନତା ଦେଖିବାରୁ ବଞ୍ଚିତ ହୋଇଥିଲେ । ଆନନ୍ଦ ଚନ୍ଦ୍ରଙ୍କ ପ୍ରଦର୍ଶିତ ମାର୍ଗରେ ଯାଇ ତାଙ୍କ ତ୍ୟାଗ, ନିଷ୍ଠା, ସମାଜସେବା ଇତ୍ୟାଦି ଅନୁସରଣ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସଂଯୋଜକ ସଞ୍ଜୟ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ, ନିରଞ୍ଜନ ମେକାପ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଧିରେନ୍ଦ୍ର ଦାସ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂହ, ମନୋଜ କୁମାର ସାହୁ, ସମାଜସେବୀ ରଞ୍ଜିତ ସାହୁ, ନିରଞ୍ଜନ ବଳ, କଲିମ ଖାଁ, ଶେଷଦେବ ପ୍ରସାଦ ଦାସ, ଅକ୍ଷୟ ନାଥ, ଗୋପାଳ ମହାପାତ୍ର, ସେକ ଚନ୍ଦନ, ସୁବାଷ ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସରକାରଙ୍କ ଦ୍ୱାରା ସ୍ୱର୍ଗତ ଜେନାଙ୍କ ଜୟନ୍ତୀ ପାଳନ କରାଯିବାକୁ ଦାବି କରିଥିଲେ ।


Next Post

ଫକିରାବାଦ୍ ଉର୍ଦ୍ଦୁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁସ୍କାର ବିତରଣୀ ଉତ୍ସବ

Thu Mar 7 , 2024
କେନ୍ଦ୍ରାପଡ଼ା,୭ା୩: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦ତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେଖ ମନସୁର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ମୁଖ୍ୟବକ୍ତା ଭାବେ ମାର୍ଶାଘାଇ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଜେନା, ସମ୍ମାନୀତ ଅତିଥି ଭାବେ ପୂର୍ବତନ […]

You May Like