କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଚଂଳର ପ୍ରସିଦ୍ଧ ଶୈବ ପୀଠ ଚନ୍ଦ୍ରମୈାଳୀ ଓ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ମହାସମାରୋହରେ ପ୍ରସିଦ୍ଧ ଜାଗରଯାତ୍ରା ପାଳିତ ହେଉଛି । ଚନ୍ଦ୍ରମୈାଳୀ ପୀଠରେ ଭୋର ୪ ଟାରୁ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ପହଡ ଖୋଲାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ପୀଠରେ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଜାଗରଯାତ୍ରା ପାଇଁ ସମଗ୍ର ଚନ୍ଦ୍ରମୌଳି ଓ ହରପାର୍ବତୀ ପୀଠ ଚଳଚଂଚଳ ହୋଇଉଠିଛି । ଆଜି ପ୍ରତ୍ୟୂଷରୁ ଶ୍ରଦ୍ଧାଳୁ ଭକ୍ତମାନେ ପଟ୍ଟାମୁଣ୍ଡାଇ ଅଚଂଳର ବିଭିନ୍ନ ଶିବ ମନ୍ଦିରରେ ପହଁଚିଂ ଭଗବାନଙ୍କ ଆର୍ଶିବାଦ ଲାଭ କରିଥିଲେ । ସମସ୍ତ ଶିବ ମନ୍ଦିରରେ ପ୍ରଭୁଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପଟ୍ଟାମୁଣ୍ଡାଇ ଉତିକଣ ଅଚଂଳର ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଚନ୍ଦ୍ରମୈାଳିଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ପୂର୍ବାହ୍ନରେ ରାଜନଗର ବିଧାୟକ ଧ୍ରୁବ ସାହୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଚନ୍ଦ୍ରମୌଳୀଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ । ଅପରାହ୍ନ ସାଢେ ୪ ଟା ବେଳେ ବେଢା ପରିକ୍ରମା କାର୍ଯ୍ୟକ୍ରମ ହୋଇଥିଲା । ରାତ୍ର ଚାରିଟାରେ ମାହାଦ୍ୱିପ ଉଠିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପଟ୍ଟାମୁଣ୍ଡାଇ ପୈାରାଚଂଳ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତ୍ୟୂଷରୁ ମନ୍ଦିରର ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାଛଡା କଷଣଅଂଟା ଲକ୍ଷେଶ୍ୱର ମହାଦେବ, ବେଲତଳ ବେଲେଶ୍ୱର ମହାଦେବ, ପଟ୍ଟାମୁଣ୍ଡାଇ ଥାନା ଆଖଣ୍ଡଳମଣୀ ମନ୍ଦିର,ତନୁପୁର ମହାଦେବ ମନ୍ଦିର, ବାଲିପଡା ମହାଦେବ ମନ୍ଦିର,ବାଲିପାଟଣା ମହାଦେବ ମନ୍ଦିର, ନିମପୁର ଶିବ ମନ୍ଦିର,ଖଡିଅଂଟା କପିଳେଶ୍ୱର ମନ୍ଦିର, ତାତନା ଧବଳେଶ୍ୱର ମନ୍ଦିର, କାଠିଆପଡା ଦକ୍ଷିଣେଶ୍ୱର ମନ୍ଦିର, ନୀଳକଣ୍ଠପୁର ଶିବମନ୍ଦିରଙ୍କ ସମେତ ସମସ୍ତ ଶିବ ମନ୍ଦିରରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ସମାରୋହରେ ପାଳିତ ହୋଇଯାଇଛି ।
kanikanews.in
Next Post
କଜଳା ବିଲେଶ୍ୱର ମହାଦେବଙ୍କ ଜାଗର ଯାତ୍ରା
Sat Mar 9 , 2024
କେନ୍ଦ୍ରାପଡା୮/୩-କେନ୍ଦ୍ରାପଡା କଜଳା ବିଲେଶ୍ୱର ମହାଦେବଙ୍କ କାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତ ୪ଟା ସମୟରେ ମହାସ୍ନାନ କାରାଯାଇ ପ୍ରାତ ୫ଟା ସମୟରେ ମଙ୍ଗଳା ଆରତି କାରାଯିବା ପରେ ବଡସିଂହାର ବେଷ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ମହାଦେବଙ୍କୁ ଦର୍ଶନକରି ଜାଗର ବ୍ରତ ପାଳନ କରିଥିଲେ । ସେହିପରି ସଂନ୍ଦ୍ୟା ୮ଟାରେ ମହାଦେବଙ୍କ ମହାଅଭିଷେକ କରାଯାଇଥିଲା । ମନ୍ଦିର ପରିସରରେ ବହୁଭକ୍ତ ଦିନସାରା […]

You May Like
- 7 months ago
ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ନିସ୍ୱ
- 1 year ago
ବିଭିନ୍ନ ବ୍ରାଣ୍ଡର ଏକ୍ସପାରୀ ସିମେଣ୍ଟ ବିକ୍ରି