କଜଳା ବିଲେଶ୍ୱର ମହାଦେବଙ୍କ ଜାଗର ଯାତ୍ରା


କେନ୍ଦ୍ରାପଡା୮/୩-କେନ୍ଦ୍ରାପଡା କଜଳା ବିଲେଶ୍ୱର ମହାଦେବଙ୍କ କାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତ ୪ଟା ସମୟରେ ମହାସ୍ନାନ କାରାଯାଇ ପ୍ରାତ ୫ଟା ସମୟରେ ମଙ୍ଗଳା ଆରତି କାରାଯିବା ପରେ ବଡସିଂହାର ବେଷ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ମହାଦେବଙ୍କୁ ଦର୍ଶନକରି ଜାଗର ବ୍ରତ ପାଳନ କରିଥିଲେ । ସେହିପରି ସଂନ୍ଦ୍ୟା ୮ଟାରେ ମହାଦେବଙ୍କ ମହାଅଭିଷେକ କରାଯାଇଥିଲା । ମନ୍ଦିର ପରିସରରେ ବହୁଭକ୍ତ ଦିନସାରା ଉପବାସ ବ୍ରତ ପାଳନ କରି ମହାଦୀପ ଉଠିବା ପର୍ଯନ୍ତ ଦୀପ ଜାଳି ବସିରହିଥିଲେ । ଏହାପରେ ରାତି ୧୧ଟା ସମୟରେ ମହାଦୀପ ଉଠିଥିଲା । ସମସ୍ତ କାର୍ଯ୍ୟ ବିଲେଶ୍ୱର ମନ୍ଦିର କମିଟିର ସଭାପତି ଗୌତ୍ତମ ମଲ୍ଲିକ,ଉପସଭାପତି ଅଶୋକ ମଲ୍ଲିକ, ସମ୍ପାଦକ ସାରଦା ପ୍ରସାଦ ସାହୁ, ସହ ସମ୍ପାଦକ ସ୍ୱରୁପ ରାଉତରାୟ,କୋଷାଧ୍ୟକ୍ଷ ପ୍ରଦୀପ ସାହୁ, ମହେନ୍ଦ୍ର ମିଶ୍ର, କାଉଁସିଲର ପ୍ରଭାଶିଷ ପଣ୍ଡା, ନୋମାଇଁ ଚରଣ ଦାସ, ତୁଷାର ମିଶ୍ର, ଅନିଲ ପ୍ରକାଶ ଧଳ ପ୍ରମୁଖ ଦ୍ୱାରା ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିଥିଲେ । ସହରସ୍ଥ ଅମରେଶ୍ୱର, ବିଲେଶ୍ୱର, କପାଳେଶ୍ୱର ପ୍ରାଚୀନ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା ।


Next Post

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର

Sat Mar 9 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ଉପର ରାସ୍ତା ଅଳଭା ଲକ୍ ନିକଟରେ ଶନିବାର ଅପରାହ୍ନ ରେ ଏକ ହାଇୱା ସହ ବାଇକର ମୁଁହା ମୁଁହି ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡା ଓ କଟକ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଗୁରୁତର ବାଇକ ଆରୋହୀ ଦ୍ୱୟ ହେଉଛନ୍ତି ନିମପୁର ଗ୍ରାମର ଅରୁଣ ବାରିକ (୨୭) ବିଘ୍ନେଶ୍ୱର […]