୧ କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ଅଳପୁଆ -ବଲୁରିଆ ସୌର ଆଲୋକୀକରଣ ପ୍ରକଳ୍ପ ଶିଳାନ୍ୟାସ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ବନ୍ୟା ବିପନ୍ନ ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଘୋଷଣା ପୂର୍ବରୁ ଏକ ବୃହତ ସୌର ଆଲୋକୀକରଣ ପ୍ରକଳ୍ପ ଭେଟି ଦେଇଛନ୍ତି । କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟାବିପନ୍ନ ଧୋୟାଂଚଳର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ ଓ ଅଳପୁଆ ଆଦି ପଂଚାୟତର ଲୋକମାନେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ବିଦ୍ୟୁତ ସେବାରୁ ବଂଚିତ ହୋଇଥାନ୍ତି । ଘନ ଅନ୍ଧକାର ମଧ୍ୟରେ ଗୃହବନ୍ଦୀ ଲୋକମାନେ ରୋଷଇ ନକରି ଉପବାସରେ ରହୁଥିବାବେଳେ ବହୁ ସମୟରେ ସର୍ପାଘାତ ମଧ୍ୟ ହୋଇଥାଏ । ବନ୍ୟା ବାତ୍ୟା ସମୟରେ ବିଦ୍ୟୁତ ସେବା ଅଭାବରୁ ଲୋକମାନେ ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା କଷ୍ଟକର ହୋଇପଡେ । ବନ୍ୟା ଓ ବାତ୍ୟା ଆଦି ପ୍ରାକୃତିକ ବିପର୍ଯୟ ଆସିଲେ ବନ୍ୟା ବିପନ୍ନ ଲୋକଙ୍କ ଆଖିରୁ ନିଦ ହଜିଯାଏ । ଏଇ ପରିପ୍ରେକ୍ଷୀରେ ବନ୍ୟା ବିପନ୍ନ ଲୋକମାନଙ୍କୁ ସ୍ଥାୟୀ ସୌର ଆଲୋକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବୀ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଳମ୍ବରେ ହେଲେ ମଧ୍ୟ ଧୋୟାଂଚଳର ଅଳପୁଆ ରୁ ବଲୁରିଆ ପର୍ଯ୍ୟନ୍ତ ସମସ୍ତ ପଂଚାୟତର ବନ୍ୟା ବିପନ୍ନ ଲୋକମାନଙ୍କୁ ସୌର ଆଲୋକ ଯୋଗାଇ ଦେବା ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ପୂର୍ତ ବିଭାଗ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପାଇଁ ସରକାରୀ ଭାବେ ନିଷ୍ପତି ନିଆଯାଇଛି । ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୂଷଣ ବେହେରା ପେଣ୍ଠପାଳ ଠାରେ ଅଳପୁଆ,-ବଲୁରିଆ ସୌର ଆଲୋକୀକରଣ ପ୍ରକଳ୍ପ ଶିଳାନ୍ୟାସ କରି ଧୋୟାଂଚଳବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଛି ବୋଲି ପ୍ରକାଶ କରିବା ସହିତ ଏହି ପ୍ରକଳ୍ପ ବାବଦରେ ୧ କୋଟି ୨୦ ଲକ୍ଷ ଟଙ୍କା ମଂଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଶିଳାନ୍ୟାସ ଉତ୍ସବରେ ୧୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ ,ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ତରଡ଼ିପାଳ ସରପଂଚ ଦେବେନ୍ଦ୍ର ନାୟକ, ଅଣ୍ଢରା ସମବାୟ ସମିତି ସଭାପତି ବୃନ୍ଦାବନ ମଲ୍ଲିକ, ଅମୃତମଣୋହି ସମିତିସଭ୍ୟା ଅନ୍ନପୂର୍ଣ୍ଣା ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ପ୍ରଭାତ ସେଠୀ, ବଲୁରିଆ ସରପଂଚ ଦେବକୀ ମଲିକ, ପେଣ୍ଠପାଳ ବିଜେଡି ସଭାପତି କେଦାର ବିଶ୍ୱାଳ,ଯୁବନେତା ଭାରତ ଭୂଷଣ ନାୟକ, ଜ୍ୟୋତିପ୍ରକାଶ ମଲ୍ଲିକ, ରଶ୍ମି ରଞ୍ଜନ ଭଟ୍ଟ,ପପିନା ସେଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ । ଏହି ଖବର ମିଳିବା ପରେ ସମଗ୍ର ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଖୁସିର ଲହରୀ ଖେଳିଯାଇଛି ।


Next Post

ନିର୍ବାଚନ ଘୋଷଣା ପରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର, ପୋଲିସର ପ୍ଲାଗମାର୍ଚ୍ଚ

Sat Mar 16 , 2024
ଲୋକ ସଭା ନିର୍ବାଚନ ସହ ଓଡିଶା ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମେ ୧୩ରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପର୍ଯ୍ୟନ୍ତ ୪ ପର୍ଯ୍ୟାୟରେ ଭୋଟ ଦାନ ଅନୁଷ୍ଠିତ ହେବ । ଜୁନ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟ ଦାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ […]

You May Like