କାଠିଆଡାରେ ୩୬ ତମ ବିଶ୍ୱଶାନ୍ତି ମହାଯଜ୍ଞ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ବଡପଡା ପଚାଂୟତ କାଠିଆପଡା ଠାରେ ୩୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି । ଗତ ସୋମବାର ୧୮ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞର ଅଙ୍କୁର ରୋପଣ ୧୯ରେ କଳସଯାତ୍ରା ଯଜ୍ଞଶାଳା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଦୋଳପୂର୍ଣ୍ଣିମା ସୋମବାର ଉଦ୍‌ଯାପିତ ହେବ । ପଣ୍ଡିତ ପ୍ରଶାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ୯ ଜଣ ପଣ୍ଡିତ ଅନୁଷ୍ଠିତ ମହାଯଜ୍ଞରେ ପ୍ରତ୍ୟେହ ସୂର୍ଯ୍ୟ ପୂଜା, ଗୀତାପାଠ, ଚଣ୍ଡିପାଠ, ଗୋପୂଜା, ଦ୍ୱାରପାଳପୂଜା ଆଦି ପୁଜାକାର୍ଯ୍ୟ ସହ ଭଜନ, କିର୍ତନ, ପ୍ରବଚ୍ଚନ ଅନୁଷ୍ଟିତ ହେଉଛି । ପଣ୍ଡିତ ମାନେ ବେଦପାଠ ସହିତ ଯଜ୍ଞାଆହୂତି ଆଦି ଦେବ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରୁଛନ୍ତି । ଆସନ୍ତା କାଲି ସୋମବାର ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାହୂତୀରେ ଉଦଣ୍ଡ କୀ³ର୍ତନ, ଯଜ୍ଞ ମଣ୍ଡପ ପରିକ୍ରମା ସହିତ ବିଶ୍ୱଶାନ୍ତି ପାଇଁ ଆହୂତି ଦିଆଯିବାର ବ୍ୟବସ୍ଥା କରାଯାଇଛି । ଗ୍ରାମବାସୀ ସୁରେନ୍ଦ୍ର ଦାସ, ଦିଲ୍ଲିପ ଦାଶ,ପ୍ରଫୁଲ୍ଲ ଦାଶ, ସନ୍ତୋଷ ଦାସ, ବିଜୟ ମହାନ୍ତି,ପାରେଶ୍ୱର ସେଠୀଙ୍କ ସମେତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗତ ୩୫ବର୍ଷ ହେଲା ବିଶ୍ୱଶାନ୍ତି ମହାଯଜ୍ଞ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଆସୁଛି । ଏହି ଯଜ୍ଞରେ ଆଖାଖ ଅଚଂଳର ଶହ ଶହ ଶ୍ରଦ୍ଧାଳୁ ପ୍ରତି ଦିନ ଯୋଗ ଦେଇ ପୂଜାର୍ଚ୍ଚନା ସହିତ ଭୋଗ ଲାଗି କରୁଛନ୍ତି ।


Next Post

ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା; କେନ୍ଦ୍ରାପଡାରୁ ବୈଜୟନ୍ତ, ସମ୍ବଲପୁରରୁ ଧର୍ମେନ୍ଦ୍ର

Sun Mar 24 , 2024
  ଭୁବନେଶ୍ୱର,୨୪ ।୩: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ପଞ୍ଚମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି । ଏହି କ୍ରମରେ ଭାଜପା କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ପୁରୀ ପାଇଁ ସମ୍ବିତ ପାତ୍ର, ସମ୍ବଲପୁର […]

You May Like