ନୂଆଦିଲ୍ଲୀ,୨୯/୦୩: ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଏବେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି । ଜର୍ମାନୀ ଓ ଆମେରିକା ପରେ ଜାତିସଂଘ ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । ନିର୍ବାଚନ ମୁହାଁ ଭାରତରେ ଲୋକଙ୍କର ରାଜନୈତିକ ତଥା ନାଗରିକ ଅଧିକାରକୁ ସୁରକ୍ଷା ଦେବାକୁ ଆହ୍ୱାନ କରିଛି ଜାତିସଂଘ । କେଜ୍ରିୱାଲଙ୍କ ଗିରଫଦାରି ଏବଂ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ […]

କେନ୍ଦ୍ରାପଡ଼ା, ୨୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂରତି ସ୍ଥାପନ ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇ ୨୭ତାରିଖରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପୁରୀର ପଣ୍ଡିତ ପଦ୍ମନାଭ ତ୍ରିପାଠୀଶର୍ମା, ପଣ୍ଡିତ ଭୁବନେଶ୍ୱର ତ୍ରିପାଠୀଶର୍ମା, ମୁକ୍ତିମଣ୍ଡପର ପଣ୍ଡିତ ମହେନ୍ଦ୍ରନାଥ ଷଡଙ୍ଗୀ ଓ ପଣ୍ଡିତ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶନିବାର ଯଜ୍ଞାଧିବାସ, ମଣ୍ଡଳକରଣ, ଅଙ୍କୁରାରୋପଣ, ଦେବତା ଗର୍ଭାଧାନ […]

କେନ୍ଦ୍ରାପଡ଼ା,୨୯ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଭରତପୁର ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ବୁଧବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଦୋଳ ମେଲଣରେ ପ୍ରାୟ ୧୮ଟି ବିମାନ ବାଜା ବଜାଇ, […]

କେନ୍ଦ୍ରାପଡ଼ା, ୨୯ା୩: ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ଶ୍ରୀ ଲଛମନଜୀଉଙ୍କ ମହିମା ଗାଥା’ ବାଲିପାଟଣା ସ୍ଥିତ ଲଛମନଜୀଉଙ୍କ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । କୁଶିଆପାଳ ସରପଞ୍ଚ ଦୟାନିଧି ଦାସ, ଗାଳ୍ପିକ ମାତୃଦତ୍ତ ମହାନ୍ତି ଓ ଶିକ୍ଷାବିତ୍ ଶ୍ରୀଧର କୁମାର ଭୋଳ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ମନ୍ତ୍ର ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଶ୍ରୀ ଲଛମନଜୀଉଙ୍କ […]

କେନ୍ଦ୍ରାପଡ଼ା, ୨୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ କାନୁଗୋ ଭବନରେ ବଳଦେବ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ସ୍ୱର୍ଗତ ଡା. ସରୋଜକାନ୍ତ କାନୁନଗୋଙ୍କ ୩୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାକୁ ବୟୋଜ୍ୟେଷ୍ଠ ବ୍ୟକ୍ତି ନିରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇ ପୂଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିସହିତ ଜଗଦିଶ […]

  କେନ୍ଦ୍ରାପଡ଼ା ବ୍ଲକ ହରିହରାନନ୍ଦ ମାତୃଆଶ୍ରମ ପରିସରରେ “ଜ୍ଞାନପ୍ରଭା” ( gyana prava) ମିଶନ୍ ଆନୁକୂଲ୍ୟରେ ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଏକ ମାତୃ ସତ୍ ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ସହିତ ଗରାପୁରସ୍ଥିତ ଦିବ୍ୟ ଜୀବନସଂଘର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ସମର୍ପଣାନନ୍ଦ ଗିରି ଏବଂ ତ୍ରୀଜିବ ଦାସ ଯୋଗଦାନ କରି ମାତୃଶକ୍ତି ର ପରିବର୍ତ୍ତନ ରେ ସମାଜର ପରିବର୍ତ୍ତନ ସମ୍ଭବ ହୋଇପାରିବ […]

ପୁରୀ: ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଶୁକ୍ରବାର ଅପରାହ୍‌ଣରେ ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଟିକେଟ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡାବାସୀଙ୍କର ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ […]