କଳା ଧନ କୁଆଡେ ଗଲା ପ୍ରଶ୍ନ ଉଠାଇଲେ ଜଷ୍ଟିସ୍ ନାଗରତ୍ନା


ନୂଆଦିଲ୍ଲୀ,୩୧ ।୩: ହାଇଦ୍ରାବାଦରେ ଶନିବାର ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଅଦାଲତ ଓ ସମ୍ବିଧାନ ସମ୍ମିଳନୀ,୨୦୨୪’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ବିଚାରପତି ବି.ଭି ନାଗରତ୍ନା ବିମୁଦ୍ରୀକରଣ ପଦକ୍ଷେପକୁ ସମାଲୋଚନା କରି ରାଜ୍ୟପାଳଙ୍କୁ ସେମାନଙ୍କ କର୍ତବ୍ୟ କରିବାକୁ କହିବା ସହିତ ରାଜ୍ୟ ସରକାର ପୈଠ କରାଯାଉନଥିବା ବିଲ କୁ ନେଇ କୋଟକୁ ଯାଉଥିବା କେସେ ଉପରେ ପ୍ରଶ୍ନ କରିଛନ୍ତି ।
ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍ସବରେ ଉଦ୍‌ବୋଧନ ଦେଇ ଜଷ୍ଟିସ ବି.ଭି ନାଗରତ୍ନା ସୁପ୍ରିମକୋର୍ଟଙ୍କ ୨୦୨୩ର ବିମୁଦ୍ରୀକରଣ ରାୟ ସମ୍ପର୍କରେ ମତ ରଖିଥିଲେ । ଗତବର୍ଷ ଜାନୁଆରୀ ୨ରେ ସୁପ୍ରିମକୋର୍ଟଙ୍କ ବିମୁଦ୍ରୀକରଣ ରାୟକୁ ସେତେବେଳେ ଜଷ୍ଟିସ୍ ନାଗରତ୍ନା ବିରୋଧ କରିଥିଲେ । କେନ୍ଦ୍ର ସରକାରଙ୍କ ନୋଟ୍‌ବନ୍ଦୀ ପଦକ୍ଷେପ ସହ ସେ ସହମତ ନ ଥିଲେ । ଫଳରେ ୫ ଜଣିଆ ସାମ୍ବିଧାନିକ ପୀଠରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ୪:୧ ସଂଖ୍ୟାଗରିଷ୍ଠତାରେ କାଏମ ରହିଥିଲା । ତେବେ ଉକ୍ତ ବିମୁଦ୍ରୀକରଣ ମାମଲା ଶୁଣାଣିରେ ସେ ସାମ୍ବିଧାନିକ ପୀଠରେ ସାମିଲ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ଜଷ୍ଟିସ୍ ନାଗରତ୍ନା ଆହୁରି କରିଛନ୍ତି ଯେ, ୨୦୧୬ରେ ଯେତେବେଳେ ବିମୁଦ୍ରୀକରଣ ହେଲା, ସେତେବେଳେ ମୋଟ ପ୍ରଚଳିତ ମୁଦ୍ରାର ୮୬ ପ୍ରତିଶତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଥିଲା । ସରକାର ଏନେଇ ଅବଗତ ନ ଥିଲେ ବୋଲି ନାଗରତ୍ନା କହିଛନ୍ତି । ନୋଟ୍‌ବନ୍ଦୀ ଯୋଗୁ ଯଦି ୯୮ ପ୍ରତିଶତ ଅଚଳ ନୋଟ୍ ରିଜର୍ଭ ବ୍ୟାଙ୍କକୁ ଫେରିଲା, ତେବେ କଳାଧନ କୁଆଡ଼େ ଗଲା? ବିମୁଦ୍ରୀକରଣ ଲକ୍ଷ୍ୟ ହାସଲରେ ଆମେ କେଉଁଠି ବୋଲି ବିଚାରପତି ପ୍ରଶ୍ନ ଉଠାଇଛନ୍ତି ।
ଯେତେବେଳେ ଦେଶରେ ନୋଟ୍‌ବନ୍ଦୀ ହେଲା କଳାଧନକୁ ଧଳା କରିବା ପାଇଁ ଏହା ଏକ ଭଲ ପଦକ୍ଷେପ ବୋଲି ସେତେବେଳେ ବିଚାରପତି ଭାବୁଥିଲେ । ଏହାଦ୍ୱାରା ହିସାବ ବହିର୍ଭୂତ ଟଙ୍କା ବ୍ୟବସ୍ଥା ମଧ୍ୟକୁ ଆସିପାରିବ । ଏହା ପରେ ଆୟକର ବିଭାଗ କ’ଣ କାର୍ଯ୍ୟାନୁଷ୍ଠାନ ନେଲା, ତାହା ଜାଣାନାହିଁ । ସାଧାରଣ ଲୋକଙ୍କ ଏହି ପୂର୍ବାନୁମାନ ବାସ୍ତବରେ ବିଚଳିତ କରିଥବା ଯୋଗୁଁ ସହମତ ହୋଇ ନ ଥିଲେ । ଯେଉଁଭଳି ଭାବରେ ବିମୁଦ୍ରୀକରଣ ହେଲା, ତାହା ଠିକ୍ ନ ଥିଲା ବୋଲି ଜଷ୍ଟିସ୍ ନାଗରତ୍ନା କହିଛନ୍ତି । ବିମୁଦ୍ରୀକରଣରେ ଆଇନ ଅନୁଯାୟୀ କୌଣସି ନିଷ୍ପତ୍ତି ନେବା ପ୍ରକ୍ରିୟା ହୋଇ ନ ଥିଲା । ଏପରିକି ତତ୍କାଳୀନ ଅର୍ଥମନ୍ତ୍ରୀ ମଧ୍ୟ ବିମୁଦ୍ରୀକରଣ ବିଷୟରେ ଅବଗତ ନ ଥିଲେ ବୋଲି ସେତେବେଳେ କେତେଜଣ କହିଥିଲେ ।
ଦେଶରୁ କଳାଧନ ଲୋପ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ । କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁ ଦେଶରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଗଲା ଏବଂ ଦେଶବାସୀ ବହୁ ଦିନ ପର୍ଯ୍ୟନ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ । ବିମୁଦ୍ରୀକରଣ ଯୋଗୁ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୮ ପ୍ରତିଶତ ଭାରତର ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଫେରିଥିଲା । ତେବେ ଏହାଦ୍ୱାରା କଳାଧନ କିପରି ଲୋପ ପାଇଲା ବୋଲି ସୁପ୍ରିମକୋର୍ଟର ବିଚାରପତି ବି.ଭି. ନାଗରତ୍ନା ପ୍ରଶ୍ନ କରିଛନ୍ତି ।


Next Post

ଧୋୟାଞ୍ଚଳରେ କଂଗ୍ରେସ କର୍ମୀ ସମ୍ମିଳନୀ

Sun Mar 31 , 2024
କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଣ୍ଡରା ଓ ଅମୃତମଣୋହି ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଣ୍ଡରା ସମ୍ମିଳନୀରେ ଚିତ୍ତରଞ୍ଜନ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଅମୃତମଣୋହି ସମ୍ମିଳନୀରେ କୁଳମଣୀ ମଲ୍ଲିକ ସଭାପତିତ୍ୱ କରିଥିଲେ । ଏହି ଦୁଇ ପଞ୍ଚାୟତର କଂଗ୍ରେସ ସମ୍ମିଳନୀରେ ‘ଆମେ ବିଧାନସଭା ଯିବା’ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଭୟ ଅଣ୍ଡରା ଓ ଅମୃତମଣୋହି […]

KANIKA