ବିଜୟ କେତନ ସ୍ୱାଇଁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ



ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦ୍ୟ ବିଜେଡିରେ ଯୋଗ ଦେଇଥିବା ରାଜନଗର ଆସନର ପୂର୍ବତନ ବିଜେପି ପ୍ରାର୍ଥୀ, ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ବାର୍ଷିଆନ ନେତା ବିଜୟକେତନ ସ୍ୱାଇଁଙ୍କୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୭୨ମସିହାରେ ଛାତ୍ରନେତା ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଜୟ କେତନ ୧୯୭୭ ମସିହାରେ କଟକ ଜିଲ୍ଲା ଜନତା ପାର୍ଟି ସାଧାରଣ ସମ୍ପାଦକ,୧୯୯୩ ମସିହାରେ ତତ୍କାଳୀନ ଜନତା ଦଳ ସଭାପତି ଓ ବିଜେଡି ଗଠନ ଆରମ୍ଭରେ ୧୯୯୮ ମସିହାରେ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରି ନିଜର ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଓଡିଶା ଗଣ ପରିଷଦ ଓ ଏନସିପି ରାଜ୍ୟ ଉପସଭାପତି ଭାବେ କାର୍ଯ୍ୟ କରି ରାଜ୍ୟ ରାଜନୀତିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ୨୦୦୯ ମସିହା ନିର୍ବାଚନରେ ରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦୀତା କରିଥିଲେ । ପରବର୍ତୀ ସମୟରେ ୨୦୧୧ ମସିହାରେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠା କରି ପଟ୍ଟାମୁଣ୍ଡାଇ କୋର୍ଟ, ହସ୍ପିଟାଲ ଓ ସବଡିଭିଜନ ଆଦି ଦାବୀ ନେଇ ବିଜୟ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସିଛନ୍ତି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିବାରୁ ବରିଷ୍ଠ ରାଜନେତା ବିଜୟ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ଅଧକ୍ଷ କାର୍ତିକ ପାଣ୍ଡିଆନ, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ବତନମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ନୂତନ ନିଯୁକ୍ତି ପାଇଁ ରାଜନଗର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ତଥା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।


Next Post

୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ

Fri May 3 , 2024
କେନ୍ଦ୍ରାପଡ଼ା, ୩ା୫: ଏକ ଜମି ପଟ୍ଟାରେ ନାମ ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ କେନ୍ଦ୍ରାପଡା ଅତିରିକ୍ତ ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଜୀତେନ୍ଦ୍ର କୁମାର ସେନାପତିକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଅଭିଯୋଗ ଅନୁଯାୟୀ ଗାୟତ୍ରୀ ମିଶ୍ର ନାମକ ଜନୈକ ମହିଳା ଡେରାବିଶ ତହସିଲ ଅନ୍ତର୍ଗତ ଗୁଆଳସିଂ ମୈାଜାରେ ଏକ ଏ.୦୫ଡେସିମିଲ ପରିମିତ ସ୍ଥିତିବାନ ଜମି ଗତ ୧୯୯୧ମସିହାରେ କ୍ରୟ […]

KANIKA