ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ସମ୍ମିଳନୀ



କେନ୍ଦ୍ରାପଡ଼ା, ୬/୫: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜୋନ୍ ନଂ-୬ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୌରୀଶଙ୍କର ହୋଟେଲଠାରେ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ବିଧାନସଭା ସଂଯୋଜକ ଉପିନ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ଅବସରରେ ୨୦୨୪ ନିର୍ବାଚନରେ କାର୍ଯ୍ୟକର୍ତ୍ତାଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯିଏକି ଗାଁରେ ବୁଲିବୁଲି ଛକମାନଙ୍କରେ ପହଞ୍ôଚ ଭାରତୀୟ ଜନତା ପାର୍ଟିର ପ୍ରଚାର କରେ ଆଜି କେନ୍ଦ୍ରାପଡା ଜିଲ୍ଲା ଜୋନ-୬ର ଏହି ନିର୍ବାଚନରେ ଆଗଧାଡ଼ିର ସୈନିକ ଭାବରେ ପରିଗଣିତ ହେଉଛି । ଏହି ଅବସରରେ ମୋଦି ଗ୍ୟାରେଣ୍ଟି, “ଅବ୍‌କି ବାର ୪୦୦ ପାର” ନାରା, ମୋଦିଙ୍କ ବିକାଶ ଧାରାକୁ ଆଗକୁ ନେବାସହ ଓଡିଶା ଓ କେନ୍ଦ୍ରାପଡ଼ାକୁ ସିଧାସଳଖ କେନ୍ଦ୍ର ସହ ଯୋଡିବା ନିମନ୍ତେ ଆମେ ସମସ୍ତେ ଗୋଟେ ଗୋଟେ ଯୋଦ୍ଧା ଭାବରେ ଆଗକୁ ବାହାରି ଏହି ନିର୍ବାଚନରେ ଜୟଯୁକ୍ତ ହେବା ନିମନ୍ତେ କାର୍ଯ୍ୟ କରିବା । ଭୋଟର ସହ ସିଧାସଳଖ ଯୋଗାଯୋଗ ରଖିବା ଏବଂ ବିଗତ ଦିନରେ ବିଜେଡି ସରକାରର ଗଡକୁ ଭାଙ୍ଗି ଏଠାରେ ଭାରତୀୟ ଜନତା ପାର୍ଟର ସରକାର କରିବା ନିମନ୍ତେ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ବକ୍ତବ୍ୟରେ ପ୍ରଦେଶର ନାରା କହିଥିଲେ । “ଦୁଇଥର ପଦ୍ମ ଦୁଇ ଗୁଣା ବିକାଶ” ନାରାରେ ଓଡ଼ିଶା ଲୋକେ ସରକାର ପରିବର୍ତ୍ତନ ପାଇଁ ମନ କରିଛନ୍ତି । ଏହି ସଭାରେ ବୈଦ୍ୟନାଥ ଚାଟାର୍ଜୀ, ସୁନାକର ବେହେରା, ଅଭିମନ୍ୟୁ ଗୋଛାୟତ, ସୁରଥ ସେଠୀ, ବିଜୟ ସେଠୀ, ସଚ୍ଚିଦାନନ୍ଦ ବେହେରା, ମଦନ ବେହେରା, ନେହେରୁ ସାହୁ, ବିନୋଦ ବେହେରା, ରାଜେଶ ଦାସ, ବୁଥ୍‌ର ସଭାପତି ଓ ବୁଥ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


Next Post

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ : ବିଜେଡି ମିଶ୍ରଣ ପର୍ବରେ ସରକାରୀ ବାବୁ

Mon May 6 , 2024
କେନ୍ଦ୍ରାପଡ଼ା, ୬/୫ : ନିର୍ବାଚନ ପାଇଁ ବିଶେଷ କରି ରାଜନୈତିକ ଦଳ ଏବଂ ସରକାରୀ ପଦବୀରେ ଥିବା ଅଧିକାରୀଙ୍କୁ ଆଦର୍ଶ ଆଚରଣବିଧି ଦେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ । କିନ୍ତୁ କମିଶନଙ୍କ ନିର୍ଦ୍ଦେଶ ଫୁ କରି ଶାସକ ବିଜୁ ଜନତା ଦଳ ପ୍ରେମରେ ବାୟା ହେଉଛନ୍ତି ଅନେକ ସରକାରୀ ଅଧିକାରୀ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଦୁଇଟି ରୋଚକ ଘଟଣା ସାମନାକୁ ଆସିଛି । […]

KANIKA