ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ କେନ୍ଦ୍ରାପଡ଼ା ଗସ୍ତ ନିର୍ବାଚନ ପରିଚାଳନା ସମୀକ୍ଷା, ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ



କେନ୍ଦ୍ରାପଡ଼ା, ୬ା୫: ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗେନ୍ଦ୍ର ତ୍ରିପାଠୀ ଏବଂ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ହିମାଳିନି କାଶ୍ୟପ ଏକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ସାଧାରଣ ନିର୍ବାଚନ-୨୦୨୪ର ସୁପରିଚାଳନା ଉପରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁକ୍ତ, ଅବାଧ, ନିରପେକ୍ଷ ତ୍ତ୍ୱଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ମତଦାନ କେନ୍ଦ୍ରରେ ପାନୀୟ ଜଳ, ଟଏଲେଟ୍‌, ଲାଇଟ୍‌, ଫ୍ୟାନ୍ ଇତ୍ୟାଦି ସର୍ବନିମ୍ନ ସୁବିଧା, ଭିନ୍ନକ୍ଷମଙ୍କ ପାଇଁ ର‌୍ୟାମ୍ପର ସୁବିଧା ଓ ସକ୍ଷମ ଯାନରେ ଘରୁ ବୁଥ୍‌କୁ ନେବା ଓ ବୁଥ୍‌ରୁ ଘରେ ଆଣି ଛାଡ଼ିବା, ପୋଷ୍ଟାଲ୍ ବାଲାଟ୍‌, ହୋମ୍ ଭୋଟିଙ୍ଗ୍‌, ଏମ୍‌ସିଏମ୍‌ସି ରିପୋର୍ଟ, ସି-ଭିଜିଲ୍ ରିପୋର୍ଟ, ବିଭିନ୍ନ ପ୍ରଶିକ୍ଷଣ, ଭେହିକିଲ ମ୍ୟାନେଜ୍‌ମେଂଟ୍‌, ମ୍ୟାନ୍ ପାୱାର୍ ମ୍ୟାନେଜମେଂଟ୍‌, ବୁଥ ମ୍ୟାନେଜମେଂଟ୍ ଆଦି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପଚାରି ବୁଝିଥିଲେ । ସମ୍ବେଦନଶୀଳ ବୁଥ୍‌ରେ ପୋଲିସ୍ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ତଥ୍ୟ ରଖିଥିଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ । ଭଲନେରେବୁଲ୍ ବୁଥ୍‌ମାନଙ୍କର ଅଧିକ ସଂଖ୍ୟକ ପୋଲିସ୍ ମୁତୟନ କରିବାକୁ ଯୋଜନା ରହିଥିବା ବେଳେ ସେହି ଅଂଚଳରେ ବାରମ୍ବାର ଫ୍ଲାଗ୍‌ମାର୍ଚ୍ଚ କରି ଲୋକଙ୍କ ବିଶ୍ୱାସ ପ୍ରଶାସନ ଜିତିପାରିଛି ବୋଲି ଏସପି କହିଥିଲେ । ଭଲ୍‌ନେରେବୁଲ୍ ବୁଥ୍‌ରେ ଲାଇଭ୍ ୱେବ୍‌କାଷ୍ଟିଙ୍ଗ, ସିସିଟିଭି ସର୍ଭେଲାନ୍ସ, ଭିଡିଓଗ୍ରାଫି ଓ ମାଇକ୍ରୋ ଅବଜରଭର୍ ନିଯୁକ୍ତ କରାଯିବ । ସୂଚନାଯୋଗ୍ୟ ମୋଟ୍ ୧୪୪୫ଟି ବୁଥ୍ ମଧ୍ୟରୁ ୬୪ଟି ହେଉଛି ଭଲ୍‌ନେରେବୁଲ୍ । ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ପ୍ରସ୍ତାବିତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାକୁ ସ୍ଥିର କରିଥିବା ବେଳେ ସମସ୍ତ ଦ୍ୱନ୍ଦ୍ୱ ଓ ବିବାଦକୁ ଏଡ଼ାଇବା ପାଇଁ ଅଲଗା ଅଲଗା ସମୟ ଓ ସ୍ଥାନରୁ ରାଲି କରିବାକୁ ପରାମର୍ଶ ଦିଆଯାଇଛି । ଅବକାରୀ ବିଭାଗ ଦ୍ୱାରା ବାରମ୍ବାର ଚଢା଼ଉ କରାଯାଇ ବେଆଇନ୍ ନିଶା କାରବାରକୁ ରୋକିବା ପାଇଁ ବିହିତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ବର୍ତମାନ ଜିଲ୍ଲାରେ ୧୫ଟି ଫ୍ଲାଇଙ୍ଗ୍ ସର୍ଭେଲାନ୍ସ ଟିମ୍ (ଏଫ୍‌୍‌ଏସ୍‌ଟି) କାର୍ଯ୍ୟ କରୁଥିବା ବେଳେ ଏହାର ସଂଖ୍ୟା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ଏସ୍‌ଏସ୍‌ଟି ଓ ଭିଏସ୍‌ଟି ବାରମ୍ବାର ଷ୍ଟ୍ରାଟେଜିକ୍ ଲୋକେସନ୍ ପରିବର୍ତନ କରି କାର୍ଯ୍ୟ କରିବାକୁ କୁହାଯାଇଛି । ଓଡ଼ିଶା ଇଭିଏମ୍ ଭେହିକିଲ୍ ଟ୍ରାକିଙ୍ଗ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଉପରେ ପଚାରି ବୁଝିଥିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ବୈଠକ ପରେ ଇ-ସୁବିଧା କେନ୍ଦ୍ର, କଂଟ୍ରୋଲ୍ ରୁମ୍‌, ସି-ଭିଜିଲ୍ ଅଭିଯୋଗ କେନ୍ଦ୍ର, ଏକ୍ସପେଣ୍ଡିଚର୍ ମନିଟରିଂ ସେଲ୍ ବୁଲି ଦେଖିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାରେ ସେମାନେ ସନ୍ତୋଷ ବ୍ୟକ୍ତ କରିବା ସହ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆଶାବ୍ୟକ୍ତ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ଡିଆଇବି ଡିଏସ୍‌ପି ଲକ୍ଷ୍ମୀ ନାରାୟଣ ତିୱାରୀ, ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡା ଏସ୍‌ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ଆର୍‌ଟିଓ, ଏଲ୍‌ଡିଏମ୍‌, ଡେପୁଟି କଲେକ୍ଟର, ଟିଆର୍‌ଓ, ବିଭିନ୍ନ ଥାନାର ଆଇଆଇସି, ଡିଆଇପିଆର୍‌ଓ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ଆମ୍ଆଦମୀ ପାର୍ଟି ପକ୍ଷରୁ ମହାକାଳପଡା ପାଇଁ ନୂତନ ପ୍ରାର୍ଥୀ ଘୋଷଣା : ଇଂ ଦେବାଶିଷ ଦାଶ ହେଲେ ନୂତନ ବିଧାନସଭା ପ୍ରାର୍ଥୀ

Mon May 6 , 2024
କେନ୍ଦ୍ରାପଡ଼ା, ୬ା୫: ଆମ୍ ଆଦମୀ ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁର ଗଡା ସନ୍ନିକଟସ୍ଥ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ମୁଖପତାତ୍ର ତଥା ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ ଅଧ୍ୟକ୍ଷତା କରି କହିଥିଲେ ଯେ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆମ୍ ଆଦମୀ ପାର୍ଟି ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ତା’ର ପ୍ରାର୍ଥୀ ପରିବର୍ତ୍ତନ କରିଛି । […]

KANIKA