ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ଲକ୍ଷାଧିକ ଟଙ୍କାର ଋଣ ଅର୍ଥ ଆତ୍ମସାତ କରିଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ


 

କେନ୍ଦ୍ରାପଡ଼ା, ୬ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତର ସମାଜସେବୀ ବିବେକାନନ୍ଦ ଦାଶ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ପଞ୍ଚାୟତର ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠିର ସଭାପତି ୨ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଋଣ ଅର୍ଥକୁ ଗୋଷ୍ଠିର ବ୍ୟାଙ୍କ ଜମାଖାତାରୁ ଉଠାଇ ଆତ୍ମସାତ କରିଦେଇଛନ୍ତି । ଏସମ୍ପର୍କରେ ଗୋଷ୍ଠିର ସଦସ୍ୟାମାନେ ଜାଣିବା ପରେ ତୁରନ୍ତ ଆଳି ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପରନ୍ତୁ ବିଡିଓଙ୍କୁ ଦରଖାସ୍ତ ଦେବା ପରେ ଆଳି ବ୍ଲକର ମାଣିକପାଟଣା ଗ୍ରାମର ପ୍ରକାଶ ଦାଶ ନାମକ ବ୍ୟକ୍ତି ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କୁ ଫୋନ କରି କହିଥିଲେ ଯେ ଆଳିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କ ବୈଠକକୁ ଆସିଲେ ତମମାନଙ୍କ ଅର୍ଥ ଫେରିପାଇବାର ବ୍ୟବସ୍ଥା କରାଯିବ । ଏସବୁ ଘଟିବା ପରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପାଖରୁ ନ୍ୟାୟ ପାଇବା ସମ୍ଭବ ନୁହେଁ ବୋଲି ଅନୁଭବ କରି ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ବିବେକାନନ୍ଦ ।


Next Post

ନିର୍ବାଚନ ପୂର୍ବରୁ ଜୋର ଧରିଲା  ଜଳସେଚନ ସମସ୍ୟା , ଜବାବ ଦେବେ ଜନତା

Tue May 7 , 2024
ମୁଣ୍ଡ ଉପରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭରପୁର ପ୍ରୟାସ ଜାରିଥିବା ବେଳେ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଂଚଳର କୃଷି ଓ କୃଷକ ସମସ୍ୟା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇ ଠିଆ ହୋଇଛି । କେନ୍ଦ୍ରାପଡା ଜିଲାର ଭାତ ହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଅଧିକାଂଶ ଚାଷଜମିକୁ ଜଳପରିଚାଳନା ହୋଇପାରୁନଥିବାରୁ […]

You May Like