ଯୁବ ଭାରତ କୃଷକ ସଙ୍ଘର ବାର୍ଷିକ ଉତ୍ସବ ଓ କୃଷକମାନଙ୍କ ସାମସ୍ୟା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ


କେନ୍ଦ୍ରାପଡା, ୧୧ା୫: ପବିତ୍ର ଅକ୍ଷୟତୃତୀୟା ଅବସରରେ ତମାଳଶାସନସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ପରିସରରେ ଯୁବ ଭାରତ କୃଷକ ସଙ୍ଘ, କେନ୍ଦ୍ରାପଡାର ବାର୍ଷିକ ଉସରବ ଓ କୃଷକମାନଙ୍କ ସମସ୍ୟା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ରାଜ୍ୟ ସଭାପତି ପ୍ରଭାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ସଙ୍ଘର ସଭାପତି ରଞ୍ଜନ କୁମାର ରାଉତ, ରାଜ୍ୟ ମୁଖ୍ୟ ଉପଦେଷ୍ଟା କୁଳମଣି ଶୁକ୍ଳା, ଜିଲ୍ଲା ମୁଖ୍ୟ ଉପଦେଷ୍ଟା କିଶୋର ଚନ୍ଦ୍ର ମିଶ୍ର, ରାଜ୍ୟ ପ୍ରଭାରୀ ସୁପ୍ରଭା ଦାସ, ଯାଜପୁର ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାମଲ, ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଦୀପ୍ତିରଞ୍ଜନ ମହାପାତ୍ର, ଉପସଭାପତି ମୀନତି ସୁନ୍ଦରରାୟ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ଓ ସନ୍ତୋଷ ତରାଇ ପ୍ରମୁଖ ଯୋଗଦେଇ କୃଷକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏକଶହରୁ ଉର୍ଦ୍ଧ୍ୱ କୃଷକମାନଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଧର୍ମପଦ ଆଚାର୍ଯ୍ୟ, ସୁମିତ୍ରା ରାଉତ, ନାରାୟଣ ସାହୁ, ପଦ୍ମନାଭ ପରିଡା ପ୍ରମୁଖ କୃଷି ସମସ୍ୟା ଉପରେ ଆଲୋକପାତ କରି ଏକ ସୁସ୍ପଷ୍ଟ ନୀତି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ପାଞ୍ଚଶହରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଶପଥ ନେଇଥିଲେ ।

 


Next Post

ପଟ୍ଟାମୁଣ୍ଡାଇ କୋଟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

Sat May 11 , 2024
ପଟ୍ଟାମୁଣ୍ଡାଇ ତାଲୁକ ଆଇନି ସେବା ପ୍ରାଧିକରଣ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟରେ ଦ୍ୱିତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ୧୨୬ ଗୋଟି ପଞ୍ଜିକୃତ ମାମଲା ମଧ୍ୟରୁ ୨୪ ଗୋଟି ମାମଲାର ସମାଧାନ କରାଯାଇ ମୋଟ ୧ ଲକ୍ଷ ୨ ହଜାର ୫୯୦ ଟଙ୍କାର ଅର୍ଥରାଶି ଆଦାୟ […]

KANIKA