କେନ୍ଦ୍ରାପଡା ଜିଲ୍ଲାରେ ୩ ଲୋକସଭା ଓ ୪ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ନାକଚ


କେନ୍ଦ୍ରାପଡ଼ା, ୧୫ା୫: ଚଳିତ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡା ଲୋକସଭା ନିମନ୍ତେ ଦାଖଲ କରିଥିବା ୩ ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ କେନ୍ଦ୍ରାପଡା ଓ ଆଳି ବିଧାନସଭା କ୍ଷେତ୍ର ପାଇଁ ଦାଖଲ କରାଯାଇଥିବା ୪ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଥିବା ଜଣାପଡିଛି । ଲୋକସଭା ନିମନ୍ତେ ଦାଖଲ ହୋଇଥିବା ମୋଟ୍ ୧୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ଟି ନାକଚ ପରେ ଆଉ ୧୦ଜଣ ପ୍ରତିଦ୍ୱନ୍ଦୀତାରେ ରହିଥିବା ବେଳେ ଜିଲ୍ଲାର ୫ଟି ବିଧାନସଭା ନିମନ୍ତେ ନାମାଙ୍କନ ଦାଖଲ କରିଥିବା ମୋଟ ୪୮ଜଣଙ୍କ ମଧ୍ୟରୁ ୪ଟି ନାକଚ ହୋଇଯିବା ପରେ ରଣାଙ୍ଗନରେ ଆଉ ୪୪ଜଣ ପ୍ରାର୍ଥୀ ରହିଲେ । ଆଜି ନାମାଙ୍କନ ପତ୍ରର ଯାଞ୍ଚ ପରେ ଲୋକସଭା ଆସନ ପାଇଁ ନାମାଙ୍କନ କରିଥିବା ସ୍ୱାଧୀନ ପ୍ରାର୍ଥୀ ଈଶ୍ୱର ନାୟକ, ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ରଞ୍ଜନ କୁମାର ମଲ୍ଲିକ ଓ ସମାଜବାଦୀ ପାର୍ଟିର ରବିନ୍ଦ୍ରନାଥ ବେହେରାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ସେହିପରି କେନ୍ଦ୍ରାପଡା (ସଂରକ୍ଷିତ) ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ଜନତା ଦରବାରର ଶରତ ଚନ୍ଦ୍ର ସେଠୀ ଓ ସମାଜବାଦୀ ପାର୍ଟିର ବିନିତା ମଲ୍ଲିକଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ଆଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ଓ ସମାଜବାଦୀ ପାର୍ଟିର ମିନତୀ ସୁନ୍ଦର ରାୟଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ଆସନ୍ତା ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଥିବା ବେଳେ ଆସନ୍ତା ଜୁନ ୧ତାରିଖରେ ଭୋଟ ଗ୍ରହଣ କରାଯିବ ଓ ଜୁନ ୪ତାରିଖରେ ଭୋଟ ଗଣତି କରାଯିବ ।


Next Post

ଭିଜିଲାନ୍ସ ଜାଲରେ ମହାକାଳପଡା ତହସିଲର ଆର୍‌.ଆଇ. ଓ ଅମିନ

Wed May 15 , 2024
କେନ୍ଦ୍ରାପଡ଼ା, ୧୫ା୫: ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ କାର୍ଯ୍ୟାଳୟର ଅମିନ ଉମାକାନ୍ତ ବେହେରା ଓ କେଆରବାଙ୍କ ରାଜସ୍ୱ ନୀରିକ୍ଷକ ସୁଦର୍ଶନ ନାୟକଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ମହାକାଳପଡା ପଞ୍ଚାୟତ ଅଧିନସ୍ଥ କେୟାରବ୍ୟାଙ୍କ ଗ୍ରାମର ସୁଶାନ୍ତ ବିଶ୍ୱାଳ ଏକ ଜମିର ଡିମାରକେଶନ ରିପୋର୍ଟ ନିମନ୍ତେ ଗତ ଏକମାସ ହେବ ଦୈାଡି ଦୈାଡି ନିରାଶ ହେବା ପରେ […]

KANIKA