ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା



କେନ୍ଦ୍ରାପଡା,୨୨/୬: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁର ମା’ ଦକ୍ଷିଣକାଳୀ ମନ୍ଦିର ପରିସରରେ ଏକ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଜୁନ ୨୧ ତାରିଖ ଦିନ ଧାନ୍ୟାଧିବାସ ଓ ଅଙ୍କୁରାରୋପଣ କରାଯିବା ପରେ ୨୨ ତାରିଖ ପ୍ରାତଃରେ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା, ଚତୁର୍ଦ୍ଧାମୂର୍ତ୍ତି ପୂଜା, ମନ୍ଦିର ପ୍ରତିଷ୍ଠା, ଯଜ୍ଞ, ପୂର୍ଣ୍ଣାହୁତି କରାଯାଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ଅବସରରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ଆଶୀର୍ବାଦ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବାସୁଦେବ ମହାପାତ୍ର ମୁଖ୍ୟ ପୂଜକ, କର୍ତ୍ତା ଭାବେ ଜିତେନ ସିଂ ଓ ଅନୁପମା ସିଂ ଯୋଗଦେଇ ମନ୍ଦିର ପ୍ରତିଷ୍ଠା ଉତ୍ସବ କରାଯାଇଥିଲା । ପୂଜକ ବିଶ୍ୱନାଥ ମହାପାତ୍ର, ରବିନାରାୟଣ ମହାପାତ୍ର, ଦେବାଶୀଷ ମହାପାତ୍ର, ସୌମ୍ୟପ୍ରସାଦ ପଣ୍ଡା, ତ୍ରିଲୋଚନ ପଣ୍ଡା, ଅବିନାଶ ମିଶ୍ର, ବିଶ୍ୱଜିତ ମହାପାତ୍ର, ନିରାକାର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Next Post

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଯୋଗ ଦିବସ

Sat Jun 22 , 2024
କେନ୍ଦ୍ରାପଡା ୨୨/୬- କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୌଜନ୍ୟରୁ ବାରୋ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସି.ଏଚ୍‌.ଓ କୃଷ୍ନାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଯୋଗ ଦିବସ ଯଥାବିଧି ପାଳିତ ହୋଇଯାଇଛି । ବାରୋ ସରପଂଚ ଗୋପୀନାଥ ମଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ବିକାଶ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗର […]