ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ପ୍ରାଧ୍ୟାପକ ରବୀନ୍ଦ୍ର ପରିଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଆମୋଦ ପ୍ରମୋଦ ଗୃହରେ ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସମ୍ପାଦକ ପ୍ରଫେସର ଭରତ ପାତ୍ର,କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ସ୍ୱାଇଁ,ପ୍ର. ଦୁର୍ଯ୍ୟୋଧନ ପରିଡା,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ଼ କେଳୁ ଚରଣ ସ୍ୱାଇଁ, ଇ ତପନ ପାତ୍ର, ପ୍ର. କୈଳାଶ ପାତ୍ର, ପ୍ର. ଡ଼ ନୀଳମଣି ଲେଙ୍କା, ପ୍ର. ମନୋଜ ପରିଡା, ପ୍ର. ଡ଼ ଦୁଃଶାସନ ପରିଡା, ଶିକ୍ଷକନେତା ବିଜୟ ସାହୁ, ପ୍ର ପରୀକ୍ଷିତ ପାତ୍ର, ପ୍ର. ଗୋଲକ ମହାରଣା, ଇଂ ତ୍ରିଲୋଚନ ସୂତାର, ଗାଳ୍ପିକ ପ୍ରଦୀପ ନାୟକ,  ବ୍ରଜ କିଶୋର ପଣ୍ଡା,ଗୋକୁଳ ରାଉତ, ସଚିନନ୍ଦନ ଦାଶ, ବ୍ରଜବନ୍ଧୁ ଦାଶ, ପ୍ରଦୀପ ରଥ, ତ୍ରିଲୋଚନ ଜେନା ଓ ବିଜୟ ନାୟକ ଭାଷଣ ଦେଇ ଦିବଂଗତ ପ୍ରାଧ୍ୟାପକ ପରିଡାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ପ୍ରମୋଦ ସାହୁଧନ୍ୟବାଦ ଦେଇଥିଲେ ।


Next Post

ସୋସିଆଲ ମିଡିଆରେ ପ୍ରଚାର କଟକଣା ମାନୁ ନାହାଁନ୍ତି

Tue May 21 , 2024
୨୦୨୪ ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲଗାଇବା ସହ ଅନେକ କଟକଣା ଲଗାଇଛନ୍ତି । ଏଥିରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷ କରି ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ଯେଭଳି ଅର୍ଥ କାରବାର ହୋଇ ନ ପାରିବ ସେଥପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଥିବା […]

KANIKA