ପୁନର୍ବାସରେ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପୁନର୍ବାସରେ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କେନ୍ଦ୍ରାପଡା, ୨୧/୫: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ସହଯୋଗିତାରେ ମାଧପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ କେନ୍ଦ୍ରରେ ଥେରାପି ଗ୍ରହଣ କରୁଥିବା ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିନ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଭବତୋଷ ବୋଷ ଏହି ସ୍ୱତନ୍ତ୍ର ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମସ୍ତିଷ୍କ ପକ୍ଷାଘାତ, ଅଟିଜିମ ଓ ଅନ୍ୟ ବର୍ଗର ସମୁଦାୟ କୋଡିଏ ଜଣ ଭିନ୍ନକ୍ଷମ ଶିଶୁ ଓ ସେମାନଙ୍କ ପିତାମାତା ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା, ରଚିତା ଜେନା, କାଉନସିଲର ସଂଜୀବ ଜେନା, ରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ସଭ୍ୟ ବଂଶୀଧର ମହାନ୍ତି ଓ ଜ୍ୟୋତିରଞ୍ଜନ ନାୟକ ଶିବିର ପରିଚାଳନା କରିଥିଲେ । ଭିନ୍ନକ୍ଷମତା ତଥା ପରିବହନ ଓ ଗତାଗତ ସମସ୍ୟା ହେତୁ ସ୍ୱାସ୍ଥ୍ୟ ସେବାରୁ ପ୍ରାୟତଃ ବଞ୍ôଚତ ରହୁଥିବା ଏହି ଶିଶୁଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ ବୋଲି ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟ ପ୍ରକାଶ କରିଛନ୍ତି ।