ଭାରତୀୟ ଜନତା ପାର୍ଟିର ସାମ୍ବାଦିକ ସମ୍ମିଳନୀ


କେନ୍ଦ୍ରାପଡ଼ା, ୨୧/୫- ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ତରଫରୁ ହୋଟେଲ ସ୍ୱୟଂସିଦ୍ଧାଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଲୋକସଭା ସଂଚାଳନ କମିଟିର ମୁଖ୍ୟ ସଞ୍ଜୟ ରଥ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କଳ୍ପନା ମଲ୍ଲିକ, ମିଡିଆସେଲ୍ ପ୍ରମୁଖ ନେହେରୁ କୁମାର ସାହୁଙ୍କ ଉପସ୍ଥିତିରେ ନିର୍ବାଚନ ୨୦୨୪ରେ କେନ୍ଦ୍ରାପଡା ଜିଲ୍ଲାରେ ମହିଳାମାନଙ୍କୁ ଶପଥପାଠ କରାଇ କିଛି ମୁଷ୍ଠିମେୟ ସରକାରୀ ଅଧିନ କର୍ମକର୍ତ୍ତା ବିଜେଡି ସପକ୍ଷରେ ପ୍ରଚାର କରୁଛନ୍ତି । ଯାହାକି ନିର୍ବାଚନର ଆଚରଣ ବିଧି ଉଲଂଘନ କରୁଛି । ଏହାସହ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏହାର ତୀବ୍ର ନିନ୍ଦା କରିବା ସହ ନିର୍ମାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଅଛି । ଏଥିସହ ଆଗାମୀ ଦିନରେ ଏହାର ଉଚିତ୍ ଜନାନ ଜନତା ବୁଥ୍‌ରେ ଦେବେ ଯାହା କେବେ ହେଲେ ବିଜେଡି ସରକାର କଳ୍ପନା କରିନଥିବେ । ରାଜ୍ୟରେ ରାଜ୍ୟବାସୀ ଏବଂ ଜିଲ୍ଲାର ଜିଲ୍ଲାବାସୀ ସମସ୍ତ ବିଷୟକୁ ଜାଣି ସାରିଲେଣି ଏବଂ ନିରବଦ୍ରଷ୍ଟା ସାଜି ସବୁ ଅନୁଧ୍ୟାନ କରୁଅଛନ୍ତି । ଯାହା ସାଧାରଣ ଜନତା ବିଜେଡି ସରକାର ଓ ତାମିଲ ବାବୁଙ୍କୁ ଏଠାରୁ ହଟେଇବା ନିମନ୍ତେ ମନସ୍ଥ କରିଛନ୍ତି । ଆସନ୍ତା ୨୩ତାରିଖରେ ସାଲେପୁର (କୁଳିଆଠାରେ) ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଭାରତବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରକୁ ପ୍ରଚାର କରିବାକୁ ଆସିବେ । ଏହି ଅବସରରେ କେନ୍ଦ୍ରାପଡାବାସୀ ଉତ୍ସବମୁଖର ହୋଇଛନ୍ତି । ଏଥିସହ ଯୋଗୀ ଜୀଙ୍କ ଉଚ୍ଚକୋଟିର ଭାଷଣ ଓ ତେଜସ୍ୱୀ ଉଦ୍‌ବୋଧନକୁ ଶୁଣିବା ନିମନ୍ତେ ଉକ୍ତଦିନ କୁଳିଆ ପଡିଆଠାରେ ସମସ୍ତ ଜନସାଧାରଣଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ନିବେଦନ ରଖିଥିଲେ ଏବଂ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମଧ୍ୟ ପ୍ରଚାର ଯୋଜନା ସ୍ଥିତ ହେବାର ଅଛି ଯାହାକି ଆଗାମୀ ଦିନରେ ପ୍ରକାଶ କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଥିଲେ ।


Next Post

ପାଟକୁରାରେ ବିଜେଡି ସଂସଦ ପ୍ରାର୍ଥୀ ଅଂଶୁମାନ ଓ ବିଧାୟକ ପ୍ରାର୍ଥୀ ଅରବିନ୍ଦଙ୍କ ରୋଡସୋ

Wed May 22 , 2024
କେନ୍ଦ୍ରାପଡ଼ା, ୨୨ା୫: କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟକୁରା ବିଧାନସଭା କ୍ଷେତ୍ରରେ ବିଜେଡି ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ସେମାନଙ୍କ ନିର୍ବାଚନ ପ୍ରଚାରକୁ ଶାଣିତ କରିଛନ୍ତି । ମଙ୍ଗଳବାର ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ବିଜେଡି କର୍ମୀଙ୍କ ସହିତ ଉଭୟପ୍ରାର୍ଥୀ ଗୋଟିଏ ବୁଲେଟ୍‌ରେ ମାର୍ଶାଘାଇ ବ୍ଲକ ଅଧିନ ବଛରେଇ, ବନ୍ଧକଟା, ମେହେନ୍ଦିନଗର, ଜମପଡା, କରିଲୋପାଟଣା ପ୍ରଭୃତି ଗ୍ରାମ ପଞ୍ଚାୟତକୁ ଯାଇ […]

KANIKA