କୃଷିକର୍ମଚାରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରେ ଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରେ କାର୍ଯ୍ୟରତ କୃୃଷି କର୍ମଚାରୀ ରାଜେନ୍ଦ୍ର ସିଂ (୪୨)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମ୍ୟୃତ୍ୟୁ ହୋଇଛି ।ସୁଚନା ଅନୁଯାଇ ମୟୁରଭଞ ଜିଲା ବଦସାହି ବ୍ଲକ ଭାଲୁକଦୁବି ଗ୍ରାମର ରାଜେନ୍ଦ୍ର ଗତ ୬ ବର୍ଷ ହେବ ପଟ୍ଟାମୁଣ୍ଡାଇ ଜିଲା କୃଷି କେନ୍ଦ୍ରରେ ଗ୍ରମ୍ୟ କୃଷି କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ଶନିବାର ସେ ସକାଳୁ ଅଫିିସ ଆସିଥିବା ବେଳେ ହଟାତ ଅସୁସ୍ଥତା ଅନୁଭବ କରି ତଳେ ପଡିଯାଇଥିଲେ ।ପଟ୍ଟାମୁଣ୍ଡାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡାତ୍ସରିୟ ଚିକିତ୍ସାଳୟ ନେଇଥିଲେ ।ମାତ୍ର ଡାକ୍ତର ପ୍ରାଥମିକ ଚିକିତ୍ସାପରେ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ ।ସେଠାରେ ଡାକ୍ତର ରକ୍ତଚାପ ହୋଇଥିବା କହି ଚିକିତ୍ସା ଜାରିରଖିଥିଲେ । ମାତ୍ର ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ରାଜେନ୍ଦ୍ର ପରିବାରରେ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ଘରେ ବୁଢ଼ୀ ମା,ବିଧବା ସ୍ତ୍ରୀ,୬ ବର୍ଷର ପୁଅ, ଏବଂ ଛୋଟ ସାନ ଭାଇ ଅଛନ୍ତି ବୋଲି ସାଥି କର୍ମଚାରୀ କହିଛନ୍ତି ।


Next Post

ଯୋଡି ଶଙ୍ଖ ଇତିହାସ ରଚିବ , ନୀଳକଣ୍ଠପୁରରେ ବିଜେଡି କର୍ମୀ ସମ୍ମିଳନୀ

Sat May 25 , 2024
କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ଓଡିଶାରେ ଯୋଡି ଶଙ୍ଖ ଇତିହାସ ରଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ ସୃଷ୍ଟି କରିବେ ବୋଲି ଆଜି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ନୀଳକଣ୍ଠପୁର ଠାରେ ଆୟୋଜିତ ବିରାଟ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ନୀଳକଣ୍ଠପୁର ସରପଞ୍ଚ ଜ୍ଞାନେଦ୍ର […]

KANIKA