ଯୋଡି ଶଙ୍ଖ ଇତିହାସ ରଚିବ , ନୀଳକଣ୍ଠପୁରରେ ବିଜେଡି କର୍ମୀ ସମ୍ମିଳନୀ


କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ଓଡିଶାରେ ଯୋଡି ଶଙ୍ଖ ଇତିହାସ ରଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ ସୃଷ୍ଟି କରିବେ ବୋଲି ଆଜି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ନୀଳକଣ୍ଠପୁର ଠାରେ ଆୟୋଜିତ ବିରାଟ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ନୀଳକଣ୍ଠପୁର ସରପଞ୍ଚ ଜ୍ଞାନେଦ୍ର ଖଣ୍ଡାୟୀଙ୍କ ପୌରହିତ୍ୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ଶ୍ରୀ ବେହେରା କେନ୍ଦ୍ରାପଡ଼ାର ଗୁରୁତ୍ୱ ଓ ଗୌରବ ବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ବିପୁଳ ଭୋଟରେ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ନିବେଦନ କରିଥିଲେ । ରାଜ୍ୟ ବିଜେଡି ସାଧାରଣସମ୍ପାଦକ ବିଜୟ କେତନ ସ୍ୱାଇଁ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ କର୍ମଭୂମିରେ ବିଜେଡିର ବିପୁଳ ବିଜୟ ସୁନିଶ୍ଚିତ ହୋଇଥିବାବେଳେ ବିରୋଧୀଦଳ ଦିବା ସ୍ବପ୍ନ ଦେଖିବାରେ ବ୍ୟସ୍ତ ବୋଲି କଟାକ୍ଷ କରିଥିଲେ । ୧୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ସମିତି ସଭ୍ୟା ପଦ୍ମଜା ପ୍ରିୟଦର୍ଶନୀ କର, ପୂର୍ବତନ ସରପଞ୍ଚ ନୀଳିମା ଧଳ, ବରିଷ୍ଠ ନେତା ପ୍ରମୋଦ ଜେନା, ଯୁବନେତା ପ୍ରଦୀପ ପ୍ରଧାନ, ପ୍ରମୋଦ ଖଣ୍ଡାୟୀ ଓ ପରମେଶ୍ୱର ବେହେରା, ଦଳିତ ନେତା କୁଳମଣି ମଲିକ ପ୍ରମୁଖ ଭାଷଣ ଦେଇ ଯୋଡି ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଶେଷରେ ଯୁବନେତା ପ୍ରଦୀପ ପ୍ରଧାନ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading