ଅବସରପ୍ରାପ୍ତ ଆର୍ମି କର୍ମଚାରୀଙ୍କୁ ଆକ୍ରମଣ

ଅବସରପ୍ରାପ୍ତ ଆର୍ମି କର୍ମଚାରୀଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପଲ୍ଲୀ ରଘୁନାଥପୁର ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅବସରପ୍ରାପ୍ତ ଆର୍ମି କର୍ମଚାରୀ ସୁଧାଂଶୁ ଜେନାଙ୍କୁ ଚାରିଜଣ ଦୁର୍ବୁତ୍ତ ଜୀବନରୁ ମାରିଦେବା ପାଇଁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସେ ରକ୍ତାକ୍ତ ଅବସ୍ଥାରେ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ନିକଟସ୍ଥ ଇନ୍ଦୁପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସୁଧାଂଶୁଙ୍କ ମୁଣ୍ଡରେ ଘଭୀର ଆଘାତ ଲାଗି ସେ ସଙ୍କଟାପନ୍ନ ହୋଇପଡ଼ିଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଛନ୍ତି ।

ସୂଚନା ମୁତାବକ ଗତ ୨୫ ରାତି ପ୍ରାୟ ୧୦ଟାରେ ସୁଧାଂଶୁ ପାନ ଖାଇବା ପାଇଁ ଗ୍ରାମର ଛକକୁ ଯାଇଥିବା ବେଳେ କେତେକ ଦୁର୍ବୁତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ସୁଧାଂଶୁ ରକ୍ତାକ୍ତ ଅବସ୍ଥାରେ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଉକ୍ତ ଘଟଣା ବିଷୟରେ ଖବର ପାଇଁ ସୁଧାଂଶୁଙ୍କ ପତ୍ନୀ ଏବଂ ବାପା ଘଟନା ସ୍ଥଳରେ ପହଁଞ୍ଚି ସୁଧାଂଶୁଙ୍କୁ ନିକଟସ୍ଥ ଇନ୍ଦୁପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ତାଙ୍କ ମୁଣ୍ଡରେ ଘଭୀର ଆଘାତ ଲାଗିଥିବାରୁ ଡାକ୍ତର ସୁଧାଂଶୁଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ସୁଧାଂଶୁଙ୍କ ବାପା ରାଜେନ୍ଦ୍ର କୁମାର ଜେନା ଉକ୍ତ ଦୁର୍ଘଟଣା ସମ୍ପର୍କରେ ନିକିରାଇ ଥାନାରେ ଏତଲା ଦେଇଥିଲେ । ନିକିରାଇ ଥାନା ପୋଲିସ ୧୪୫/୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।