ଯୁବଛାତ୍ର ହେଉଛନ୍ତି ଆଗାମୀ ଓଡିଶା ନିର୍ମାତା



କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ୧୨ ପଂଚାୟତକୁ ନେଇ ବୁଧବାର ବିଶାଳ ଯୁବଛାତ୍ର ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇ ଆଗାମୀ ସମୃଦ୍ଧ ଓ ସଶକ୍ତ ଓଡିଶାର ଯୁବଛାତ୍ର ମାନେ ନିର୍ମାତା ହୋଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓ ଛାତ୍ର ଶକ୍ତି ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କା ବଜେଟ ଆଣିବାକୁ ଯାଉଛନ୍ତି ବୋଲି ମତବ୍ୟାକ୍ତ କରିଥିଲେ । ଏହି ସଭାରେ ୧୫ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ,ରାଜ୍ୟ ଛାତ୍ର ବିଜେଡି ସମ୍ପାଦିକା ସୁପ୍ରୀତି ନାଥ ଶର୍ମା, ବିଜୁ ଛାତ୍ରଜନତା ଦଳ ରାଜ୍ୟ ଉପସଭାପତି ଭବାନୀ ଶଙ୍କର ଦାସ, ରାଜ୍ୟ ବିଜୁ ଯୁବଜନତାଦଳ ସମ୍ପାଦକ ଅଶୋକ ମିଶ୍ର, ଚୌଦ୍ୱାର କଟକ ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡି ସଭାପତି ଅଚ୍ୟୁତ ଘୋଷ, କଟକ ଜିଲ୍ଲା ଯୁବ ବିଜେଡି ଉପସଭାପତି ଅରୁଣ ରାଓ, ବିଶ୍ୱଜିତ ସାମଲ,କଟକ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ବିଶ୍ୱଜିତ ସାମଲ ପ୍ରମୁଖ ଭାଷଣ ଦେଇ ଯୁବଛାତ୍ରଙ୍କ କଲ୍ୟାଣ ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ଓ ସ୍ୱତନ୍ତ୍ର ଯୁବ ବଜେଟ ପରିକଳ୍ପନା କରିଥିବାରୁ ଯୁବ ଛାତ୍ର ମାନେ ଗତ ନିର୍ବାଚନ ପରି ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପ୍ରତି ଅଂକୁଣ୍ଠ ସମର୍ଥନ ଜାରି ରଖିବାକୁ ନିବେଦନ କରିବା ସହିତ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରି ପ୍ରଚାର ସର୍ବସ୍ୱ ବିରୋଧୀଦଳକୁ କଡା ଜବାବ ଦେବାକୁ ନିବେଦନ କରିଥିଲେ ।


Next Post

ବିଜେଡିର ବନ୍ଧୁମିଳନ, ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ

Wed May 29 , 2024
ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖ ଚି଼ହ୍ନରେ ବିଜୟୀ କରିବାକୁ ଆହ୍ୱାନ ଦେଉଛନ୍ତି । ଏଇ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ପଂଚାୟତ ଠାରେ […]

You May Like