ପରାଜୟ ପରେ ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ


  • ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଓଡ଼ିଶାର ୭୦% ଲୋକ ଦାରିଦ୍ରଥିଲେ
  • ହେଲେ ଏବେ ରାଜ୍ୟର ୧୦% ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି -ନବୀନ ପଟ୍ଟନାୟକ

BBSR 5-6/ ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି। ହେଲେ ପରାଜିତ ହୋଇ ଅଧିକ ଚର୍ଚ୍ଚାରେ ରହିଛି ବିଜେଡି, ସେ ବି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ। ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ବୁଧବାର ତାଙ୍କର ଦଳର ତୁଙ୍ଗ ନେତାମାନେ ଭେଟି ନିର୍ବାଚନରେ ପରାଜୟର କାରଣ ବିଷୟରେ ତର୍ଜମା କରିବାକୁ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ସେ ନେତାମାନଙ୍କ ମନୋବଳ ବଢ଼ାଇଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ଆସିଥିବା ଏକ ଭିଡିଓରେ ନବୀନ ବିଜେଡି ସରକାରର କାର୍ଯ୍ୟକାଳ ସମୟରେ କରିଥିବା ଉପଲବ୍ଧିର ହିସାବ ଦେଉଥିବା ଦେଖାଯାଇଛି। ସେ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଓଡ଼ିଶାର ୭୦% ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ। ହେଲେ ଏବେ ଚିତ୍ର ବଦଳିଛି। ରାଜ୍ୟର ୧୦% ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି। ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ମହିଳା, ଯୁବବର୍ଗଙ୍କ ପାଇଁ ଦଳ ସର୍ବଦା କାମ କରି ଆସିଛି। ଆଗକୁ ମଧ୍ୟ କରିବ। କେବଳ କିଛି ଦିନର ବିରତି ପାଇଁ ଦଳୀୟ ନେତା ଯେଭଳି ୨୪ ବର୍ଷ ଶାସନ ବେଳର କଥା ଭୁଲି ନ ଯାଆନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଏହାଛଡ଼ା ପରାଜୟ କେବେ ତାଙ୍କୁ ବିବ୍ରତ କରେ ନାହିଁ ବୋଲି ସେ ପ୍ରତିକ୍ରିୟା ଦେଇଥିବା ଦେଖାଯାଇଛି।


Next Post

ବାଲିପାଟଣା ଗାଁରେ ଅଗ୍ନିକାଣ୍ଡ ଲକ୍ଷା ଧିକ ଟଙ୍କା ସମ୍ପତି ନଷ୍ଟ

Thu Jun 6 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗାଁର ରଙ୍ଗାଧର ପରିଡାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ଦୁଇ ପରିବାରର ଲୁଗାପଟା ପୋଡି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲେ । ଚୁଚନାଅନୁଯାଇ ବାଲିପାଟଣା ଗ୍ରାମର ରଙ୍ଗାଧରଙ୍କ ଘରେ ମଙ୍ଗଳବାର ରାତି ପ୍ରୟ ଗୋଟାଏ ସମୟରେ ବିଦ୍ୟୁତ ସର୍ଟ ସର୍କିଟ […]

KANIKA