

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗାଁର ରଙ୍ଗାଧର ପରିଡାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ଦୁଇ ପରିବାରର ଲୁଗାପଟା ପୋଡି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲେ ।
ଚୁଚନାଅନୁଯାଇ ବାଲିପାଟଣା ଗ୍ରାମର ରଙ୍ଗାଧରଙ୍କ ଘରେ ମଙ୍ଗଳବାର ରାତି ପ୍ରୟ ଗୋଟାଏ ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଘଟି ନିଅଅଁ ଲଗିଯାଇଥିଲା । ଏହା ଦେଖି ପରିବାର ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଗାଁ ଲୋକମାନେ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀକୁ ଫୋନ୍ କରିବା ସହିତ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ନିଆଁର ପ୍ରକୋପ ଏତେଥିଲା ଯେ ଆୟତ କରିବା ସମ୍ଭବ ହୋଇନଥିଲା । ଯାହା ଫଳରେ ରଙ୍ଗାଧରଙ୍କ ପାଖ ଘର ଅନନ୍ତ ପରିଡା ଘରକୁ ନିଆଁ ବ୍ୟାପି ଯାଇଥିଲା । ଫଳରେ ବାସ ଗୃହ ହରାଇ ଭୟଙ୍କର ଗ୍ରୀଷ୍ମ ଉତାପରେ ପରିବାର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଯାଏଁ ପ୍ରଶାସନ ତରଫରୁ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।
















