ଚଉଦକୁଲାଟରେ ଧନ୍ୟବାଦ ପଦଯାତ୍ରା



କେନ୍ଦ୍ରାପଡ଼ା,୧୨ା୬: କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ବିଜୟ ଲାଭ ପରେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ମଙ୍ଗଳବାର ବିଜୟ ଶୋଭାଯାତ୍ରାରେ ବାହାରି ଚନ୍ଦନପୁର ପଞ୍ଚାୟତରେ ଧନ୍ୟବାଦ ପଦଯାତ୍ରାରେ ବୁଲିଛନ୍ତି । ଜଗନ୍ନାଥ ବିଦ୍ୟାପୀଠ ପାଖରୁ ପଦଯାତ୍ରା ଆରମ୍ଭ ହୋଇ ଗାନ୍ଧୀଛକ, ବସ୍‌ଷ୍ଟାଣ୍ଡ ଦେଇ ଦଧିବାମନଜୀଉ ମନ୍ଦିରରେ ଶେଷ ହୋଇଥିଲା । ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ପଞ୍ଚାୟତର ପ୍ରତିନିଧି ଓ ସମସ୍ତ କର୍ମୀମାନଙ୍କ ସହ ପଦଯାତ୍ରା କରି ଭୋଟ୍‌ଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପଦଯାତ୍ରା ପରେ ଶ୍ରୀ ବେହେରା ଦଧିବାମନଜୀଉ ଠାକୁରଙ୍କ ଦର୍ଶନ କରିବା ସହିତ ଚନ୍ଦନପୁର ଗ୍ରାମର ଭାଗବତ ଗାଦୀ, ତମାଳ ଶାସନର ଶ୍ରୀ ଶ୍ରୀ ଶନ୍ତେଶ୍ୱର ମହାଦେବ ଓ ମା’ ମଙ୍ଗଳା ମନ୍ଦିର ଦର୍ଶନ କରିଥିଲେ । ଏହି ପଦଯାତ୍ରାରେ ସାତଶହରୁ ଉର୍ଦ୍ଧ୍ୱ ମହିଳାଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ସାମିଲ ହୋଇଥିଲେ । ଏହି ପଦଯାତ୍ରାରେ ଦୂର୍ଗାଶୀଷ ମହାନ୍ତି, ପ୍ରଶାନ୍ତ ବିଶ୍ୱାଳ, ମନୋରଞ୍ଜନ ମହାନ୍ତି, ରମାକାନ୍ତ ମଲ୍ଲିକ, ମହମ୍ମଦ ଓକିଲ, ମହମ୍ମଦ ମାନସିଂ, ତପନ ଦାସ, ସନ୍ତୋଷ ପାଣିଗ୍ରାହୀ, ବିକାଶ ମଲ୍ଲିକ, ଭରତ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌କେ ସାକିର, ଏସ୍‌ିକେ ସାବିର୍ ଅଲ୍ଲୀ, ନବ କିଶୋର ମଲ୍ଲିକ, ଏସ୍‌କେ ସାଜିଦ୍‌, ଜଗନ୍ନାଥ ବିଶ୍ୱାଳ, ମନୋଜ ଦାସ, ସୁନିଲ ସେଠୀ, ଅମରେନ୍ଦ୍ର ଦାସ, ଚୈତନ୍ୟ ମଲ୍ଲିକ, ସୁକାନ୍ତି ମିଶ୍ର, ଲକ୍ଷ୍ମୀପ୍ରିୟା ମଲ୍ଲିକ, ସୋନାଲି ବିଶ୍ୱାଳ, ରିନାରାଣୀ ମଲ୍ଲିକ, ସୁରେଶ ଚନ୍ଦ୍ର ମହାନ୍ତି, ସତ୍ୟବ୍ରତ ଶତପଥୀ ପ୍ରମୁଖ ପଦଯାତ୍ରାରେ ଉପସ୍ଥିତ ଥିଲେ ।


Next Post

ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ କବି, ଲେଖକ, କଳାକାର ସମ୍ମିଳନୀ

Wed Jun 12 , 2024
କେନ୍ଦ୍ରାପଡା ୧୨ା୬ – କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଶ୍ୟାମସୁନ୍ଦରପୁର୍ ସ୍ଥିତ ଚଣ୍ଡିଆ ପାଲେସ୍ ପରିସରରେ କବି ଲେଖକ ଓ କଳାକାର ସମ୍ମିଳନୀରେ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ନାଟ୍ୟ ପୁସ୍ତକ ଶେଷ ଠିକଣା ଲୋକାର୍ପଣ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ହୋଇଥିବା କବିତା ପାଠୋତ୍ସବରେ ବିଶିଷ୍ଟ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ […]

You May Like