
BBSR୧୪ା୬: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭୁବନେଶ୍ୱରରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜୟପୁର ବାସୀଙ୍କ ଆର୍ଶିବାଦରୁ ସେ ବିଧାୟକ ହୋଇଛନ୍ତି । ମା ଭଗବତୀ, ମା ଜଗତ ଜନନୀଙ୍କ ଆର୍ଶିବାଦରୁ ବିଜୟ ହୋଇଛି । ଜଗନ୍ନାଥଙ୍କ ଆର୍ଶିବାଦରୁ ସେ ରାଜ୍ୟରେ ପରିଚିତ ହୋଇଛନ୍ତି ବୋଲି ସୁଚନା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ନଥିଲେ ବି ଲୋକଙ୍କ ପାଇ କାମ କରିବି । ବିଧାନସଭାରେ କଂଗ୍ରେସ ହିଁ ବିରୋଧି ଦଳର ଭୁମିକା ଗ୍ରହଣ କରିବ । ଅବିଭକ୍ତ କୋରାପୁଟ ଜିଲାରେ ୭ ଟି ବିଧାୟକ, ଗୋଟିଏ ଏମପି ବିଜୟ ହୋଇଛନ୍ତି । ସମସ୍ତେ ଏକ ଜୁଟ ହୋଇ ରହିବୁ ଅବିଭକ୍ତ କୋରାପୁଟ ଜିଲା ସହ ରାଜ୍ୟର ସମସ୍ତ ସମସ୍ୟା ବିଧାନସଭାରେ ଉଠିବ । ବିଜେଡି କେବେ ବି ବିରୋଧି ଦଳ ଭୁମିକା ତୁଲାଇ ପାରିବ ନାହିଁ । କାରଣ ସିବିଆଇ, ଇଡି କୁ ଭୟ କରୁଛି ବିଜେଡି । କଂଗ୍ରେସ ଦଳ ହିଁ ବିଧାନସଭାରେ ମୁଖ୍ୟ ବିରୋଧି ଦଳର ଭୁମିକା ନିଭାଇବା ସହ ତାରା ପ୍ରସାଦ ବାହିନିପତିଙ୍କ ସ୍ୱର ଭଠିବ । କୋରାପୁଟ ଜିଲାର ସ୍ୱର ବିଧାନସଭାରେ ତିବ୍ର ଭାବରେ ଉଠିବ । ଦଲ ସିଏଲପି ଲିଡର କରିବ କରି ନାହିଁ ସେ ଅଲଗା କଥା । କିନ୍ତୁ ଦଳ ପାଇ ଓ ମାଟି ମା ପାଇ ଲଢେଇ ଜାରି ରହିବ । ମୋ ସ୍ୱର କୁ କେହି ଅଟକାଇ ପାରିବେ ନାହିଁ । ଜୟପୁର ନିବାଚନ ମଣ୍ଡଳିର ଜନସାଧାରଣଙ୍କୁ ଭୁମିଷ୍ଠ ପ୍ରଣାମ ବୋଲି କହିଛନ୍ତି











