ବିଜେଡିକୁ ଇଡି, ସିବିଆଇ ଭୟ : ବିଧାୟକ ତାରାପ୍ରସାଦ


BBSR୧୪ା୬: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭୁବନେଶ୍ୱରରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜୟପୁର ବାସୀଙ୍କ ଆର୍ଶିବାଦରୁ ସେ ବିଧାୟକ ହୋଇଛନ୍ତି । ମା ଭଗବତୀ, ମା ଜଗତ ଜନନୀଙ୍କ ଆର୍ଶିବାଦରୁ ବିଜୟ ହୋଇଛି । ଜଗନ୍ନାଥଙ୍କ ଆର୍ଶିବାଦରୁ ସେ ରାଜ୍ୟରେ ପରିଚିତ ହୋଇଛନ୍ତି ବୋଲି ସୁଚନା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ନଥିଲେ ବି ଲୋକଙ୍କ ପାଇ କାମ କରିବି । ବିଧାନସଭାରେ କଂଗ୍ରେସ ହିଁ ବିରୋଧି ଦଳର ଭୁମିକା ଗ୍ରହଣ କରିବ । ଅବିଭକ୍ତ କୋରାପୁଟ ଜିଲାରେ ୭ ଟି ବିଧାୟକ, ଗୋଟିଏ ଏମପି ବିଜୟ ହୋଇଛନ୍ତି । ସମସ୍ତେ ଏକ ଜୁଟ ହୋଇ ରହିବୁ ଅବିଭକ୍ତ କୋରାପୁଟ ଜିଲା ସହ ରାଜ୍ୟର ସମସ୍ତ ସମସ୍ୟା ବିଧାନସଭାରେ ଉଠିବ । ବିଜେଡି କେବେ ବି ବିରୋଧି ଦଳ ଭୁମିକା ତୁଲାଇ ପାରିବ ନାହିଁ । କାରଣ ସିବିଆଇ, ଇଡି କୁ ଭୟ କରୁଛି ବିଜେଡି । କଂଗ୍ରେସ ଦଳ ହିଁ ବିଧାନସଭାରେ ମୁଖ୍ୟ ବିରୋଧି ଦଳର ଭୁମିକା ନିଭାଇବା ସହ ତାରା ପ୍ରସାଦ ବାହିନିପତିଙ୍କ ସ୍ୱର ଭଠିବ । କୋରାପୁଟ ଜିଲାର ସ୍ୱର ବିଧାନସଭାରେ ତିବ୍ର ଭାବରେ ଉଠିବ । ଦଲ ସିଏଲପି ଲିଡର କରିବ କରି ନାହିଁ ସେ ଅଲଗା କଥା । କିନ୍ତୁ ଦଳ ପାଇ ଓ ମାଟି ମା ପାଇ ଲଢେଇ ଜାରି ରହିବ । ମୋ ସ୍ୱର କୁ କେହି ଅଟକାଇ ପାରିବେ ନାହିଁ । ଜୟପୁର ନିବାଚନ ମଣ୍ଡଳିର ଜନସାଧାରଣଙ୍କୁ ଭୁମିଷ୍ଠ ପ୍ରଣାମ ବୋଲି କହିଛନ୍ତି


Next Post

ରଜରେ ଗରୀବ ଲୋକଙ୍କ ପିଲାମାନଙ୍କୁ ଡ୍ରେସ ପ୍ରଦାନ

Sat Jun 15 , 2024
କେନ୍ଦ୍ରାପଡ଼ା, ୧୪ା୬: ରଜପର୍ବ ପାଇଁ ଗୁଲନଗର ପଞ୍ଚାୟତର ୨୧ନମ୍ବର ୱାର୍ଡରେ ଗରୀବ ସଂଖ୍ୟାଲଘୁ ଓ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ପୁଅ ଓ ଝିଅମାନଙ୍କୁ ସମାଜସେବୀ ସୁଶାନ୍ତ କୁମାର ଦାଶ ନୂଆ ଡ୍ରେସ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଗୁଲନଗର ଗ୍ରାମପଞ୍ଚାୟତର ୨୧ନମ୍ବର ୱାର୍ଡରେ ଥିବା ରାମମନ୍ଦିର ନିକଟରେ ଆଜି ସକାଳୁ ସମାଜସେବୀ ଶ୍ରୀ ଦାଶ ପହଞ୍ଚି ରଜ ଉପଲକ୍ଷେ ଗରୀବ ଲୋକଙ୍କ ଝିଅ ଓ ପୁଅମାନଙ୍କୁ ନୂଆ ଡ୍ରେସ […]

You May Like