ଇଦ-ଉଲ-ଜୁହା ପର୍ବ ପାଳନ ପାଇଁ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ



କେନ୍ଦ୍ରାପଡ଼ା, ୧୬/୬: ଶାନ୍ତି ଶୃଙ୍ଖଳାର ସହ ଇଦ-ଉଲ-ଜୁହା ପର୍ବ ପାଳନ ପାଇଁ ଆଜି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଟାଉନ ଥାନା ଅଧିକାରୀ ଦିଲ୍ଲିପ ସାହୁ, ସମନ୍ୱୟ କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ । ଜିଲ୍ଲାରେ ଆସନ୍ତାକାଲିଠାରୁ ୩ଦିନ ଧରି ଇଦ-ଉଲ-ଜୁହା ପର୍ବ ପାଳନ କରାଯିବ । ଏହି ସମୟରେ ଶାନ୍ତି ଶୃଙ୍ଖଳାର ସହ ପର୍ବ ପାଳନ ନିମନ୍ତେ ୧୫ଜଣ ଅଧିକାରୀଙ୍କୁ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି । ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଓପିଟିସିଏଲକୁ ନିର୍ଦ୍ଦେଶ ଦିଆଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ସହ ଭାଇଚାରାର ସହ ପର୍ବ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading