କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ୭ ଗାଈ ମୃତ

କାଳବୈଶାଖୀ ପ୍ରଭାବରେ ବଜ୍ରପାତ,  ୭ ଗାଈ ମୃତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳ ତରଡିପାଳ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୭ଟି ଗୋରୁ ପ୍ରାଣ ହରାଇଥିବା ବେଳେ ଏକାଧିକ ଗାଈଗୋରୁ ଛତ୍ରଭଙ୍ଗ ଦେଇ ସଂନ୍ଧ୍ୟା ପର୍ଯ୍ୟନ୍ତ ଗୋଠକୁ ଫେରିନଥିବା ଜଣା ପଡିଛି ।

ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ଅଂଚଳରେ ମଙ୍ଗଲବାର ଅପରାହ୍ନ ସମୟରେ ବର୍ଷା ସାଙ୍ଗକୁ ଘଡଘଡି ପାଖାପାଖି ୨ ଘଂଟାରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥିଲା । ବଜ୍ରପାତ ଫଳରେ ତରଡିପାଳ ଗ୍ରାମର ନିକଟ କ୍ଷେତକୁ ଚରିବାକୁ ଯାଇଥିବା ଗୋରୁଗାଈ ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ୭ଟି ଗାଈ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ଗୋରୁ ଗୁଡ଼ିକ ମଧ୍ୟରେ ତରଡିପାଳ ଗ୍ରାମର ରାଜକିଶୋର ନାଥଙ୍କ ୨ଟି, କାର୍ତିକ ଜେନାଙ୍କ ୨ଟି, କୁଳମଣି ବେହେରା ୨ ଏବଂ ନିର ପଲାଇଙ୍କ ଗୋଟିଏ ଥିବା ଜଣାପଡ଼ିଛି । ବଜ୍ରାଘାତ ପ୍ରଭାବ ଏତେ ଜୋର ଥିଲାଯେ ଅନ୍ୟ ଗାଇ କେଉଁ ଅଡେ ଛତ୍ର ଭଙ୍ଗ ଦେଇ ସଂନ୍ଧ୍ୟପର୍ଯ୍ୟନ୍ତ ଗୋଠକୁ ଫେରିନାହାଁନ୍ତି । ଅନ୍ୟପକ୍ଷରେ ବର୍ଷାପବନ ଯୋଗୁଁ ଗଛଡାଳ ଭାଙ୍ଗି ଯାଇଥିବାରୁ ବିଦ୍ୟୁତ ସରବରାହ ବନ୍ଦ ଥରବା ବେଳେ ଯାତାୟତରେ ଘୋର ଅସୁବିଧା ହେଉଥିବା ସ୍ଥାନିୟ ଲୋକେ କହିଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ଘଟଣା ସମ୍ପର୍କରେ ଅବଗତ ଅଛି । ଘଟଣାସ୍ଥଳକୁ ରାଜସ୍ୱ ନିରୀକ୍ଷକଙ୍କୁ ପଠା ଯାଇଛି । ରିପୋର୍ଟ ଆସିବା ପରେ ସରକାରୀ ନିୟମାନୁଯାୟୀ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।