ଗଣକବି ଗୋପାଳ ଦାଶଙ୍କ ୧୪୮ତମ ଜୟନ୍ତୀ ମହୋତ୍ସବ


କେନ୍ଦ୍ରାପଡା , ୧୮/୬: ପବିତ୍ର ରଜ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଲସିଂହା ଠାରେ ଓଡିଆ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ୍‌, କାଳଜୟୀ କିମ୍ବଦନ୍ତୀ କଳାକାର, ତତ୍କାଳୀନ ବଙ୍ଗ- ବିହାର- ଓଡିଶା ପ୍ରସିଦ୍ଧ ଗଣକବି ଗୋପାଳ ଦାଶଙ୍କ ୧୪୮ତମ ପୂଣ୍ୟ ଜୟନ୍ତୀ ମହୋତ୍ସବ ଗଣକବି ସ୍ମୁତି ସଂସଦ ଏବଂ ଜିଲ୍ଲା ସଂସ୍ମୃତି ପରିଷଦର ମିଳିିତ ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବର୍ଷର୍ିୟାନ ଶିକ୍ଷାବିତ୍ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଘାଟନ କରିବା ସହିତ କବିଙ୍କ ଅମ୍ଳାନ ସ୍ମୁତିକୁ ଉଜ୍ଜିବୀତ ରଖିବା ପାଇଁ ଉଭୟ ଓଡିଆ ଗୀତାଭିନୟ ଏବଂ ନାଟ୍ୟ ଓ କାବ୍ୟ ସାହିତ୍ୟ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନକୁ ରାଜ୍ୟ ସ୍ତରରେ ଉପସ୍ଥାପିତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ମାନସ ଭୂଷଣ ପଣ୍ଡିତ, ହୃଷିକେଶ ରଥ ଯୋଗଦାନ ପୂର୍ବକ ଗୋପାଳ ଦାଶଙ୍କ ଗୀତାଭିନୟ ରଚନା ଏବଂ ନିର୍ଦ୍ଦେଶନା କ୍ଷେତ୍ରରେ ଥିବା ବଳିଷ୍ଠ ଦକ୍ଷତା ସମ୍ପର୍କର୍ରେ ଆଲୋକପାତ କରିଥିଲେ । ସମାଜସେବୀ ଅଜିତ୍ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପଣ୍ଡିତ ପଦ୍ମନାଭ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଂଯୋଜନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ସତିର୍ଥର ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥନାଥ ବରାଳ, ଆଇନ ଜୀବି ପ୍ରଦୀପ କୁମାର ଦାଶ ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ରହି ଗଣ କବିଙ୍କ କଳାକୃତି ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ସଂଗୀତଜ୍ଞ ତଥା ବାରୁଅ ସ୍ଥିତ ଭାବଗ୍ରାହୀ କଳାନିକେତନ ଏବଂ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ବିମଳ ପ୍ରସାଦ ପରିଡା ଗଣକବିଙ୍କୁ ଏକାଧାରରେ ଜଣେ ଅପ୍ରତିଦ୍ୱନ୍ଦି ଅଭିନେତା, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, କବି, ଗାୟକ, ନାୟକ, ସଂଗୀତ ନିର୍ଦ୍ଦେକ, ବାଦ୍ୟକାର, ସମାଜସେବୀ,ଦଳପତି, ସଞ୍ଚାଳକ, ସ୍ଥାନୀୟ ମୁରବୀ ଏବଂ ଜଣେ ଅନନ୍ୟ ଅସାଧାରଣ ସତ୍ୟନିଷ୍ଠ, ନିଷ୍ଠଭାସୀ, ସୁଗୁଣ ସମ୍ପନ୍ନ ସଫଳ ମଣିଷ ଭାବରେ ବର୍ଣ୍ଣନା କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳଦାଶଙ୍କ ନାତି ବିଷ୍ଣୁଚରଣ ଦାଶ, କେଶବ ବିଶ୍ୱାଳ, ସମ୍ପାଦକ ଭଗବାନ ଜେନା, କଳାପିପାଷୁ ଶରତ ଥାଟୋଇ , ଦୋଳ ଗୋବିନ୍ଦ ଦେହୁରା, ଗଣେଶ୍ୱର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଭାବଗ୍ରାହୀ କଳା ନିକେତନର ରଶ୍ମିତା ସୁତାର ଏବଂ ଅର୍ଚ୍ଚନା ପରିଡା ଶ୍ରଦ୍ଧାଞ୍ଜଳୀ ସଂଗୀତ ଗାଇଥିଲେ । ଗଣ କବିଙ୍କ ଅଣନାତି ଅଭିନେତା ରାଧାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ସଂସଦର କଳାକାର ମାନେ ଗଣକବିଙ୍କ ରଚନାରୁ ଗୀତ ଗାଇ ଅଭିନୟ କରିବା ସହିତ ନୃତ୍ୟବାଦ୍ୟ ପରିବେଷଣ କରିଥିଲେ ।

 


Next Post

୩ୟ ବାର୍ଷିକୀ ପାରଲ ମହାନ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟ

Tue Jun 18 , 2024
କେନ୍ଦ୍ରାପଡା, ୧୮/୬: କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ସମାଜସେବୀ ପାରଲ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାରମ୍ପରିକ ରଜ ଉତ୍ସବ ଅବସରରେ ୩ୟ ବାର୍ଷିକୀ ପାରଲ ମହାନ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଭରତପୁର ଉ.ପ୍ରା ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ୮ଗୋଟି କ୍ରିକେଟ ଟିମ୍ ଅଂଶଗ୍ରହଣ କରିଥିଲେ । ଉକ୍ତ ଖେଳ ପ୍ରଥମ ରଜ ୧୪ତାରିଖରୁ ଆରମ୍ଭ ହୋଇ ୧୬ତାରିଖରେ […]

KANIKA