ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଏକ୍ସ କାଡର୍ ଶିକ୍ଷକ ମହାସଂଘ


କେନ୍ଦ୍ରାପଡା, ୧୯/୬: ମଙ୍ଗଳବାର ଦିନ ଆମ କେନ୍ଦ୍ରାପଡା ଜିଲ୍ଲା ଏକ୍ସ କାଡର୍ ଶିକ୍ଷକ ମହାସଂଘ ତରଫରୁ ଆମ ରାଜ୍ୟର ନୂତନ ଗଣଶିକ୍ଷା ମନ୍ତ୍ରୀ ସମ୍ମାନୀୟ ନିତ୍ୟାନନ୍ଦ ଗଣ୍ଡ ଏବଂ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଯୁବ ସଭାପତି ଆଲୋକ ସତ୍ୟବ୍ରତ ଦେବବ୍ରତ ରାୟ, କର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ରାଉତ, ଗଣମାଧ୍ୟମ ସଂଯୋଜକ ଶ୍ରୀଚନ୍ଦନ ଓଝା, ସୁଶାନ୍ତ ଦାସ, ଚିତ୍ତରଞ୍ଜନ ଲାହା, ରାମ ସିଂ, ମନୋରଞ୍ଜନ ବେହେରା, କ୍ଷୀରୋଦ ସେଠୀ ଏବଂ ବରିଷ୍ଠ ଶିକ୍ଷକ ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ଆଦି ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜ୍ଞାପନ ପୂର୍ବକ ଆମ ଶିକ୍ଷକମାନଙ୍କର ସମସ୍ୟା ଗୁଡିକ ଉପରେ ଆଲୋକପାତ କରି ଆଶୁ ସମାଧାନ ନିମନ୍ତେ ବିହୀତ ପଦକ୍ଷେପ ଗ୍ରହଣ କରିବାପାଇଁ ଜଣାଇଥିଲେ ।


Next Post

ବ୍ଲକ ସ୍ତରୀୟ ବିପର୍ଯୟ ପୂର୍ବ ପ୍ରସ୍ତୁତି ମକ ଡ୍ରିଲ

Wed Jun 19 , 2024
ପଟ୍ଟାମୁଣ୍ଡାଇ ୧୯/୬-ରାଜ୍ୟ ବିପର୍ଯୟ ପ୍ରଶମନ କତୃପକ୍ଷଙ୍କ ନିର୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବିପର୍ଯୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଓ ମକ ଡ୍ରିଲ ୧୦ଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣ ସମ୍ପାଦକ ଅନନ୍ତ କରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଯୋଗ ଦେଇ ବିପର୍ଯୟ ପରିଚାଳନାର ବିଭିନ୍ନ ଦିଗ ଓ କୌଶଳ ଉପରେ ଆଲୋକପାତ କରିଥିଲେ । ସିଂହଗାଁ […]

KANIKA