ସହଭାଗିତା ବ୍ୟବସାୟ ନାଁ ରେ ଠକାମୀର ଶିକାର ହେଲେ ଯୁବକ , ଶେଷରେ ବନ୍ଧା ହେଇ କୋର୍ଟ ଚାଲଣ ହେଲେ  ସ୍ୱାମୀ ସ୍ତ୍ରୀ


କେନ୍ଦ୍ରାପଡ଼ା,୨୩ା୬: ।  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ବଛରାଇ ଗାଁ ର ମଣିଭୂଷଣ ପରିଡାଙ୍କ ପୁଅ ସନ୍ତୋଷ କୁମାର ପରିଡା ଜଣେ ମେଡ଼ିସିନ ଡିଷ୍ଟ୍ରିବୁଟର ଭାବେ କାମ କରନ୍ତି । ସେ ବିଭିନ୍ନ କମ୍ପାନୀର ଔଷଧ ଓଡିଶା ବାହାରୁ ଆଣି ନିଜର ବ୍ୟବସାୟ କରିଥାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ଅଞ୍ଚଳର ବିଭୂକଲ୍ୟାଣ ମିଶ୍ର ନାମକ ଜଣେ ଯୁବକଙ୍କ ସହିତ ସନ୍ତୋଷଙ୍କ ମେଡ଼ିସିନ ବ୍ୟବସାୟ ମାଧ୍ୟମରେ ଉତ୍ତରାଖଣ୍ଡ ହରିଦ୍ୱାର ଅଞ୍ଚଳର ସାକ୍ଷାତ ହୋଉଥିଲା । ବିଭୂକଲ୍ୟାଣ ମିଶ୍ର ଉତ୍ତରାଖଣ୍ଡ ହରିଦ୍ୱାରରେ ଏକ ମେଡ଼ିସିନ କମ୍ପାନୀରେ ଏଚ.ଆର ମ୍ୟାନେଜର ଭାବେ କାମ କରୁଥିଲେ । ଗୋଟିଆ ଜିଲର ଲୋକ ହୋଇଥିବାରୁ ସନ୍ତୋଷ ଓ ବିଭୂକଲ୍ୟାଣଙ୍କ ମଧ୍ୟରେ ମେଡ଼ିସିନ କ୍ରୟ ବିକ୍ରୟ କୁ ନେଇ ସୁ ସମ୍ପର୍କ ସ୍ଥାପନ ହୋଇଥିଲା । ସନ୍ତୋଷ ବ୍ୟବସାୟ କାମରେ ହରିଦ୍ୱାର ଯାଇଥିବା ବେଳେ ବିଭୂକଲ୍ୟାଣଙ୍କ ପରିବାର ସହିତ ମଧ୍ୟ ତାଙ୍କର ସୁସମ୍ପର୍କ ସ୍ଥାପନ ହୋଇଥିଲା । ବିଭୂକଲ୍ୟାଣ ମିଶ୍ରଙ୍କ ସ୍ତ୍ରୀ ବୀଣା ମିଶ୍ର ସନ୍ତୋଷଙ୍କୁ ଧରମ ଭାଇ କରିଥିଲେ ଓ ତାଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ । ସନ୍ତୋଷ ମଧ୍ୟ ଭାଇ ଭଉଣୀ ସମ୍ପର୍କକୁ ନେଇ ବିଶ୍ୱାସ କରିବାକୁ ଲାଗିଥିଲେ ବିଭୂକଲ୍ୟାଣ ଆଉ ତାଙ୍କ ସ୍ତ୍ରୀ ବୀଣାଙ୍କ ଉପରେ । ଆଉ ଯାହାର ଫାଇଦା ଉଠାଇ ଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ସନ୍ତୋଷ କୁ ପାର୍ଟନରସିପରେ ଏକ ମେଡ଼ିସିନ କମ୍ପାନୀ କରିବା ପାଁଇ ପ୍ରବର୍ତ୍ତାଇ ଥିଲେ ବିଭୂକଲ୍ୟାଣ ଆଉ ସନ୍ତୋଷ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରିଥିଲେ । ଯେହେତୁ ନିଜ ଜିଲ୍ଲା କେନ୍ଦ୍ରାପଡ଼ାର ଚଉଦକୁଲାଟ ଅଞ୍ଚଳରେ ବିଭୂକଲ୍ୟାଣଙ୍କ ଘର ହୋଇଥିବାରୁ ସନ୍ତୋଷ ସହଜରେ ତାଙ୍କ କଥାକୁ ଗ୍ରହଣ କରିନେଇଥିଲେ । ସନ୍ତୋଷଙ୍କୁ ବିଭୂକଲ୍ୟାଣ ଆଉ ଜଣେ ଯୁବକ ରାହୁଲ ଯୋଶୀଙ୍କ ସହିତ ଭେଟ କରାଇଥିଲେ ଆଉ ରାହୁଲ ଉତ୍ତରାଖଣ୍ଡ ସ୍ୱାସ୍ତ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବୋଲି କହିଥିଲେ । ଆଉ ସିଏ ଆମକୁ ମେଡ଼ିସିନ କମ୍ପାନୀ କରିବାରେ ସାହାଯ୍ୟ କରିବେ ବୋଲି କହିଥିଲେ । ବିଭୂକଲ୍ୟାଣ ସନ୍ତୋଷଙ୍କୁ କହିଥିଲେ କି କମ୍ପାନୀ କରିବାକୁ ହେଲେ ଅର୍ଥର ଆବଶ୍ୟକତା ଅଛି ଆଉ ତୁମେ ପଚାଶ ଲକ୍ଷ ଦିଅ ଆଉ ମୁଁ ପଚାଶ ଲକ୍ଷ ଦେବି ବୋଲି କହିଥିଲେ । ଠକାମୀର ଶିକାର ହୋଇଥିବା ଯୁବକ କିଛି ନବୁଝି ନସୁଝି ପଇସା ଦେବାକୁ ରାଜି ହୋଇଥିଲେ ଏବଂ ସନ୍ତୋଷ ତାଙ୍କୁ ଦେଉଥିବା ଭିନ୍ନ ଭିନ୍ନ ଆକାଉଣ୍ଟନମ୍ବରରେ ପଇସା ଦେବା ଆରମ୍ଭ କରିଦେଇଥିଲେ । ଦୀର୍ଘ ଚାରିବର୍ଷ ତଳୁ ପଇସା ଦେଇ ଆସୁଥିବା ସନ୍ତୋଷଙ୍କୁ ବିଭୂକଲ୍ୟାଣ ଭରସା ଦେବା ପାଇଁ ମିଛ ତଥ୍ୟ ଓ ଭିଡିଓ କଲ ମାଧ୍ୟମରେ ମେଡ଼ିସିନ କମ୍ପାନୀ ନିର୍ମାଣ ହେଉଥିବାର ମିଛ ଚିତ୍ର ଦେଖାଉଥିଲେ । ସନ୍ତୋଷ ଦୀର୍ଘ ସମୟ ଧରି ପାଖାପାଖି ଚାଳିଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ବିଭୂକଲ୍ୟାଣ ମିଶ୍ର ଓ ସ୍ତ୍ରୀ ବୀଣା ମିଶ୍ର ଓ ବିଭୂକଲ୍ୟାଣଙ୍କ ସହଯୋଗୀ ରାହୁଲ ଯୋଶୀଙ୍କ ଆକାଉଣ୍ଟରେ ଜମା କରି ସାରିଥିଲେ । କିନ୍ତୁ ସନ୍ତୋଷ ଦେଉଥିବା ଅର୍ଥ ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ଲୁଟା ଯାଇଛି ବୋଲି ଅନୁଭବ କଲା ବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା । ଆଉ ସନ୍ତୋଷ କଣ କରିବେ ବୋଲି ତାଙ୍କ ମୁଣ୍ଡ କାମ କରିନଥିଲା । କିନ୍ତୁ ସନ୍ତୋଷ ଭାଙ୍ଗିନପଡି ଧର୍ଯ୍ୟର ସହିତ ଆଇନର ଆଶ୍ରୟ ନେଇଥିଲେ ଆଉ ତାଙ୍କୁ ଯିଏ ଠକିଛି ସେ ଠକକୁ ଉଚିତ ଶାସ୍ତି ଦେବା ପାଇଁ ଲାଗି ପଡ଼ିଥିଲେ । ସେ ପାଟକୁରା ଥାନାରେ ଅଭିଯୋଗ କରିବା ସହିତ ଆରକ୍ଷୀ ଅଧିକ୍ଷକ ଓ ଏସ୍ଡ଼ିପିଓ,ଡିଜି,ଆଇଜିଙ୍କୁ ଭେଟି ଦୋଷୀ କେମିତି ଦଣ୍ଡ ପାଇବ ସେ ନେଇ ଆବଶ୍ୟକ ପଦକ୍ଷେପ ଆରମ୍ଭ କରିଦେଇଥିଲେ । ଶେଷରେ ପାଟକୁରା ଥାନା ସବ-ଇନ୍ସପେକଟର ବିଶ୍ୱଜିତ ଭୋଇ ଓ କନେଷ୍ଟବଳ ରଲିକା ଦାସ ଏବଂ ସ୍ପେଶାଲ ସ୍କ୍ୱାର୍ଡର ଦୁଇଜଣ ଅଧିକାରୀ ମୁଖ୍ୟ ଅଭିଯୁକ୍ତ ଠକ ବିଭୂକଲ୍ୟାଣର ମୋବାଇଲକୁ ଟ୍ରାକ କରି ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ପହଁଚି ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣ ମିଶ୍ରର ସହଯୋଗୀ ରାହୁଲ ଯୋଶୀକୁ ଗିରଫ କରିଥିଲା ବେଳେ ପରବର୍ତ୍ତୀ ସମୟରେ ବିଭୂକଲ୍ୟାଣ ମିଶ୍ର ଓ ତାଙ୍କ ସ୍ତ୍ରୀ ବୀଣା ମିଶ୍ରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟର ତମାଳଶାସନ ଗାଁରୁ ପୋଲିସ ଗିରଫ କରିବାରେ ସଫଳ ହୋଉଥିଲା । ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣ ମିଶ୍ର ଓ ତାଙ୍କ ସ୍ତ୍ରୀ ବୀଣା ମିଶ୍ରଙ୍କୁ ପାଟକୁରା ପୋଲିସ ପଚରା ଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

 


Discover more from

Subscribe now to keep reading and get access to the full archive.

Continue reading