ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ



କେନ୍ଦ୍ରାପଡା ଜିଲା ପଟ୍ଟମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିଶିର କୁମାର ନାୟକଙ୍କ ମନମାନି କାର୍ଯ୍ୟକ୍ରମକୁ ବିରୋଧ କରି ବୁଧବାର ସକାଳେ ଅଭିଭାବକ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ତାଙ୍କୁ ବହିଷ୍କାର କରିବାକୁ ଗ୍ରାମବାସୀ ଓ ଅଭିଭାବକମାନେ ଦାବି କରିଥିଲେ ।

ପ୍ରକାଶ ଯେ, ୨୦୧୯-୨୦ ଶିକ୍ଷା ବର୍ଷରୁ ପ୍ରଧାନ ଶିକ୍ଷକ ଅଳପୁଆ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେବା ପର ଠାରୁ ବିଦ୍ୟାଳୟରେ ବୋହୂ ଅନିୟମିତତା ତଥା ଦୁର୍ନତୀ ବଢି ଚାଲିଛି । ବିଦ୍ୟାଳୟ ଉନ୍ନତୀକରଣ ପାଇଁ ଆସୁଥିବା ଅନୁଦାନ ବିନିଯୋଗ ହୋଇ ପାରୁ ନଥିବା ବେଳେ ଅର୍ଥ ସରକାରୀ ତହବିଲକୁ ଫେରିଯାଉଛି । ସ୍କୁଲର ସାଇକେଲ ଷ୍ଟାଣ୍ଡ, ରୋଷେଇ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଉନ୍ନତିକରଣ ଟଙ୍କା ଫେରିଯିବା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ପ୍ରଧାନଶିକ୍ଷକ ନିୟମିତ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁନଥିବାରୁ ଅନ୍ୟ ସହକାରୀ ଶିକ୍ଷକମାନେ ମଧ୍ୟ ମନଇଚ୍ଛାରେ ବିଦ୍ୟାଳୟ ଆସୁଥିବା ଅଭିଯୋଗ ହୋଇଛି । ଏହା ଦ୍ୱାରା ଅଳପୁଆ ଉଚ୍ଚ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିଛି । ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରି ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ବ୍ୟବସ୍ଥାରେ ପରିବର୍ତନ ନ ଆଣିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଏହି ହାଇସ୍କୁଲକୁ ସମୁର୍ଣ୍ଣ ଭାବେ ତାଲା ପକାଇ ଦିଆ ଯିବ ବୋଲି ନରେନ୍ଦ୍ର ଧଳ, ଦେବେନ୍ଦ୍ର ବିଶ୍ୱାଳ, ବବୃବାହନ ଧଳ, ନିରାକାର ବିଶ୍ୱଳ, ରାଜେନ୍ଦ୍ର ବିହାରୀ ସମେତ ଗ୍ରମବାସୀ ଚେତାବନୀ ଦେଇ ସଢେ ୧୦ଟାରେ ତାଲା ଖୋଲିଦେଇଥିଲେ । ଏନେଇ ପ୍ରଧାନ ଶିକ୍ଷକ  ଶିଶିର କୁମାର ନାୟକଙ୍କୁ ଯୋଗାଯୋଗ କେଏଆରଆଇବିଏଆରଇଉ ସ୍କୁଲର ଖାତା ଦେଖା ସମୟରେ ଯେଉଁ ଅନୁଦାନ ଆସିଥିଲା ତାହା ମାର୍ଚ୍ଚ ମାସରେ ଫେରିଯାଇଥିଲା  । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦିପ ନାଗଙ୍କୁ ପଚାରିବାରେ ଏବିଷୟରେ ଅବଗତ ନାହିଁ । ଯଦି ଅଭିଯୋଗ ଆସେ କାର୍ଯ୍ୟନୁଷ୍ଠାନ ନିଆଯିବ ।


Discover more from

Subscribe now to keep reading and get access to the full archive.

Continue reading