
କେନ୍ଦ୍ରାପଡା,୧୦ା୧୧: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ପରିଦର୍ଶନ କରିବାକୁ ଆସିଥିଲେ । ସେଠାରେ ସାଂସଦଙ୍କୁ ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଓକିଲ ସଂଘର ବିଭିନ୍ନ ସମସ୍ୟା ଆଲୋକପାତ କରିଥିଲେ । ପାଞ୍ଚଜହାର ଫୁଟର ଏକ କନ୍ଫରେନସ୍ ହଲ୍ ଓ ‘ଇ’ ଲାଇବ୍ରେରୀ, ପୁରୁଣା କୋଟରେ କାର୍ଯ୍ୟରତ ମୋହରି ଓକିଲ ଓ ମହକିଲଙ୍କ ପାଇଁ ପାନୀୟ ଜଳ, ପରିସ୍ରାଗାରା, ଶୈାଚାଳୟ, ଏକ ଜେନେରେଟର ପାଇଁ ଓକିଲ ସଂଘ ପକ୍ଷରୁ ଦାବି କରାଯାଇଥିଲା । ସେଥିରେ ସାଂସଦ ସହମତି ପ୍ରକାଶ କରି ଖୁବ୍ଶୀଘ୍ର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସର୍ବ ଶେଷରେ କେନ୍ଦ୍ରାପଡା ଜନସାଧାରଣଙ୍କୁ ଦୃଷ୍ଟିରେ ରଖି ଜିଲ୍ଲା ଓକିଲ ସଂଘ କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଉକ୍ତ ସଭାରେ ଓକିଲ ସଂଘର ସଂପାଦକ ନୃସିଂହ ଚରଣ ରାଉତ, ସହସମ୍ପାଦକ ବିନୋଦ କୁମାର ବେହେରା, ଉପସଭାପତି ହାଡିବନ୍ଧୁ ସିଂହ, କୋଷାଧ୍ୟକ୍ଷକ ବିଭୂତିଭୂଷଣ କର, ହରି ପ୍ରସାଦ କର, ରେଣୁବାଳା ସାମଲ, ମମତାମୟୀ ସାମଲ, ବରିଷ୍ଠ ଆଇନଜୀବୀ ଧୃବଚରଣ ଜେନା, ଭୀମସେନ ଭୂୟାଁ, ସରୋଜରାଜ ସିଂହ, ଆଶୁତୋଷ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଆଇନଜୀବୀ ଦୁର୍ଯ୍ୟୋଧନ ସାହୁ, ନେହେରୁ କୁମାର ସାହୁ, ଭାବଗ୍ରାହୀ ପତି, ଗୈାରପ୍ରସାଦ ପାତ୍ର, ପ୍ରଫୁଲ କୁମାର ସାହୁ, ଶାନ୍ତିସ୍ୱରୂପ ଭୂୟାଁ ସମେତ ଆଇନଜୀବୀ ମତ ରଖିଥିଲେ । ସାଂସଦଙ୍କ ସହିତ ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର କୁମାର ପଣ୍ଡା, ସେକ୍ ସଲିମ, ପ୍ରତାପ ଚନ୍ଦ୍ର ଦାସ, ସଂଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜିଲ୍ଲା ଉନ୍ନତି ସାଂସଦ ଶ୍ରୀ ପଣ୍ଡାଙ୍କ ଦ୍ୱାରା ହୋଇଥିବାରୁ ସାଂସଦଙ୍କୁ ଓକିଲ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।











