ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ


କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ସଦସ୍ୟାମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଦସ୍ୟାମାନେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ସମସ୍ୟା ହେଉଛି ଜଣେ ଇସି ସଦସ୍ୟା ପ୍ରତି ମାସରେ ନିଜ ଦାୟିତ୍ୱରେ ଥିବା ଗୃପ୍‌ମାନଙ୍କ ଠାରୁ ୩୦ଟଙ୍କା ଆଦାୟ କରି ମହାସଂଘରେ ପୈଠ କରିଥାଏ । କିନ୍ତୁ ଏମ୍‌ବିକେ ବର୍ଷବର୍ଷ ଧରି ତାର କୌଣସି ହିସାବ ଦେଉନାହାଁନ୍ତି । ସରକାରଙ୍କ ତରଫରୁ ମହିଳାମାନଙ୍କ ପାଇଁ ଆସୁଥିବା ଯୋଜନାଗୁଡିକ ଇସି ସଦସ୍ୟାମାନଙ୍କୁ ନଜଣାଇ କିମ୍ବା କୌଣସି ବୈଠକ ନଡାକି କେବଳ ସାଧା ଖାତାରେ ଏମ୍‌ବିକେ ଜବରଦସ୍ତ ଦସ୍ତଖତ କରାଇନେଇ ନିଜ ଘରେ ମନଇଚ୍ଛା ରିଜୋଲେସନ ଲେଖୁଛନ୍ତି । ଏହାକୁ ପ୍ରତିରୋଧ କଲେ ସଦସ୍ୟା ପଦରୁ ବାହାର କରିଦେବାକୁ ଧମକ ଦେଉଛନ୍ତି । ବହୁ ପଞ୍ଚାୟତରେ ଏମବିକେ ଓ ସିଆରପିମାନେ ସେମାନଙ୍କ ଦରମା ପାଉଥିବା ବେଳେ ଇସି ସଦସ୍ୟାମନଙ୍କ ଗସ୍ତ ଖର୍ଚ୍ଛ ୧୪ମାସ, ୧୬ ମାସ, ୧୮ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉନାହିଁ । ଜିଏଲ୍‌ଏଫ୍ ସ୍ତରରେ ଥିବା ଅଫିସିଆଲ୍ ଡକ୍ୟୁମେଣ୍ଟ ମହାସଂଘର ସଭାପତି ଓ ସମ୍ପାଦକଙ୍କୁ ନଜଣାଇ ମାସମାସ ଧରି କୌଣସି ବୈଠକ ନକରି ଜବରଦସ୍ତ ନିଜ ଘରେ ରଖିଛନ୍ତି । ଜିଏଲଏଫ ଆକାଉଣ୍ଟକୁ ଆସୁଥିବା ଫଣ୍ଡର ସବିଶେଷ ବିବରଣୀ ବାରମ୍ବାର ମାଗିବା ସତ୍ତ୍ୱେ ଏମ୍‌ବିକେ କିମ୍ବା ବ୍ଲକ ଅଧିକାରୀମାନେ ତାହାକୁ ପ୍ରଦାନ ନକରି ମନଇଚ୍ଛା ଅର୍ଥ ହେରଫେର କରୁଛନ୍ତି । ଅନେକ ପଞ୍ଚାୟତରେ ଇସି ସଦସ୍ୟା ସଂଖ୍ୟା ୨୫ଲକ୍ଷ ୩୦ହଜାର ୩୫ଜଣ ଥିବାବେଳେ କେବଳ ୧୮ଜଣଙ୍କ ଗ୍ରସ୍ତ ଖର୍ଚ ପ୍ରଦାନ କରାଯାଇଛି । ବ୍ଲକ ଅଧିକାରୀଙ୍କୁ ପଚାରିଲେ କୌଣସି ଉତ୍ତର ନଦେଇ ସେହି ଟଙ୍କାକୁ ସମସ୍ତେ ଭାଗଭାଗ କରି ନେବାକୁ କହୁଛନ୍ତି । ନିକଟରେ ପ୍ରଦାନ କରାଯାଇଥିବା ବ୍ଲେଜର ବାବଦ ଅର୍ଥ ମଧ୍ୟ ସମାନ ଅସୁବିଧା ହେଉଛି । ସେମାନଙ୍କର ଦ।ବି ହେଉଛି ଯେହେତୁ ଇସି ସଦସ୍ୟାମାନେ ଅର୍ଥ ଆଦାୟଠାରୁ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଶନ ଶକ୍ତି ବିଭାଗ ପାଇଁ ବହନ କରି ଆସୁଛନ୍ତି । ସିଆରପିମାନଙ୍କ ଭଳି ସେମାନଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ କରାଗଲା କାରଣ ସରକାର ଆମମାନଙ୍କ କାମକୁ ସେତିକି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି କରିଥିବାରୁ ଆମ୍ଭମାନଙ୍କୁ ବ୍ୟାଙ୍କ ଲୋନରେ ସ୍କୁଟି ପ୍ରଦାନ, ବ୍ଲେଜର ଇତ୍ୟାଦି ଦେଇଥିବାବେଳେ ମୁଖ୍ୟ ସମସ୍ୟାକୁ ସମାଧାନ କରିବା ସହିତ ସେମାନଙ୍କୁ ସ୍ଥାୟୀ ସଦସ୍ୟା ଭାବରେ ଗ୍ରହଣ କରନ୍ତୁ ଓ ଠିକ୍ ସମୟରେ ଦରମା ପ୍ରଦାନ କରନ୍ତୁ । ଉକ୍ତ ସମସ୍ୟାଗୁଡିକର ସମାଧାନ କରି ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଦସ୍ୟାମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିରେ ତୁଳସୀକ୍ଷେତ୍ର ଇସି ମହାସଂଘର ସମ୍ପାଦିକା ଉର୍ମିଳା ମନ୍ତ୍ରୀ, ଅର୍ଚ୍ଚନା ନାୟକ, ଜ୍ୟୋସ୍ନାମୟୀ ସ୍ୱାଇଁ, ତନୁଲତା ପରିଡା, ଲକ୍ଷ୍ମୀପ୍ରିୟା ପରିଡା, ଚିନ୍ମୟୀ ମହାନ୍ତି, ସରୋଜିନୀ ଦାସ, ମମତା ମହାରଣା, ବିଜୟଲକ୍ଷ୍ମୀ ସାହୁ, କନକ ପୃଷ୍ଟି, ରସ୍ମିତା ଲେଙ୍କା, ଜାନକୀ ନାୟକ, ବନ୍ଦନା ବାରିକ, କଳ୍ପନା ନାୟକ, ସବିତା ଜେନା, ରେଣୁବାଳା ପୃଷ୍ଟି, କୁସୁମଲତା କବି, ଅନୁସ୍ୱୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତର ସୁମିତା ସ୍ୱାଇଁ, ରସ୍ମିତା ରଣା, ଦେବଲକ୍ଷ୍ମୀ ପତ୍ରି, ଲକ୍ଷ୍ମୀପ୍ରିୟା ବେହେରା, ସୁଷମା ପରିଡା, ମିନତୀ ବସନ୍ତିଆ, ପ୍ରଣତି ବସନ୍ତିଆ, ସବିତା ଜେନା, ବିଷ୍ଣୁପ୍ରିୟା ବେହେରା, ମାମୁନି ଭଦ୍ର, ପୁଷ୍ପଲତା ଦାସ, କୁନି ହୋତା, ମନୋରମା ମହାରଣା, ମଧୁସ୍ମିତା ନନ୍ଦ, ମନ୍ଦାକିନୀ ପତି, ବେବିନା ପରିଡା, ସସ୍ମିତା ପାଇଟାଳ, ବନ୍ଦନା ଭୋଳ ଓ ମାର୍ଶାଗାଇ ବ୍ଲକ ତାଳସଙ୍ଗା ପଞ୍ଚାୟତର ବୀଣାପାଣି ସେନାପତି, ପ୍ରଭାତି ପାଣିଗ୍ରାହି, ସୁଶାନ୍ତି ବେହେରା, ରସ୍ମିତା ବେହେରା, ପୁଷ୍ପଲତା ରାଉତ, କମଳା ବେହେରା, ପ୍ରତିମା ଜେନା, ମମତା ଜେନା, ବିବାସିନୀ ପାଲ, ସ୍ନେହା ବେହେରା, ମୀନତି ମହାରାଜ, ବନିତା ପଣ୍ଡା, ସସ୍ମିତା ବେହେରା, ପ୍ରଣତି ପଟ୍ଟନାୟକ, ସୁଷମା ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ ।


Next Post

ଜିଲ୍ଲା ପ୍ରଶାସନର ‘ମା ପାଇଁ ଗଛଟିଏ’ ଅଭିଯାନ

Fri Jun 28 , 2024
କେନ୍ଦ୍ରାପଡ଼ା, ୨୮ା୬ : ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମା ପାଇଁ ଗଛଟିଏ’ ଅଭିଯାନ କେନ୍ଦ୍ରାପଡାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଜି ସକାଳେ ବାରୋ ଗ୍ରାମପଞ୍ଚାୟତର ତରାଣ୍ଡୋଠାରେ ଥିବା ଜିଲ୍ଲା ମିଶନ ଶକ୍ତି ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ […]

You May Like