ମାଲବାହି ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା, ୧ ମୃତ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚନ୍ଦ୍‌ନନଗର ବାଲିଆ ଗ୍ରାମ ନିକଟରେ ଏକ ମାଲବାହି ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ହେଲେ ରାଜନଗର ଥାନା ରାଜପୁର ପଂଚାୟତ ଚନ୍ଦନପୁର ଗ୍ରାମର ହଳଧର ପାଢୀ (୫୦) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ହଳଧର ନିଜସ୍ୱ କାମରେ ଅଜି ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଭିମୁଖେ ଆସୁଥିବା ବେଳେ ଚନ୍ଦନନଗର ବାଲିଆ ନିକଟରେ ପଟ୍ଟାମୁଣ୍ଡାଇରୁ ଆସୁଥିବା ଏକ ମାଲବାହୀ ଅଟୋ ନଂ-ଓଡି ୩୩ ଏନ ୫୧୫୪ ସାମ୍ନାସାମ୍ନି ପିଟି ହୋଇଥିଲା । ଫଳରେ ହଳଧର ଛିଟିକି ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ଭର୍ତି କରଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ପହଁଚି ମୃତକ ପରିବାରଙ୍କୁ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ସହ ପଟ୍ଟାମୁଣ୍ଡାଇ ନଗରସଭାପତି ବୁଢା ଲେଙ୍କା, ସ୍ୱରୁପାନନ୍ଦ ସାମଲ, ମଳୟ ମଳିକ, ପିଂଟୁ ସେଠୀ, ବାପି ସାମଲ ଉପସ୍ଥିତ ଥିଲେ । ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସନ୍ତା କାଲି ଆଳି ଚିକିତ୍ସାଳୟକୁ ପଠାଯିବ ।


ଅନ୍ୟପକ୍ଷରେ ବିଧାୟକଙ୍କୁ ଡାକ୍ତରଖାନାରେ ପାଇ ଚିକିତ୍ସିତ ହେଉଥିବା ଅନ୍ୟାରୋଗି ମାନେ ଡାକ୍ତର ମାନଙ୍କ ମନମାନି ସମ୍ପର୍କରେ ବିଧାୟକଙ୍କୁ ଅଭିଯୋଗ କରିବା ସହିତ ବାହାରୁ ଔଷଧ କିଣି ଚିକିତ୍ସା କରାଉଥିବା କହିଥିଲେ । ବିଧାୟକ ସାହୁ ଡାକ୍ତର ମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦେବା ସହ ଗରିବ ରୋଗୀ ମାନଙ୍କୁ ଅର୍ଥକ ସହାୟତା ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading