କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଗହଗା ନରସିଂହପୁର ଗ୍ରାମର ଆଦର୍ଶ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ବିୟୋଗ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ସଠିଲୋ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ , ଆରିପଦା ଉଚ୍ଚ ବିଦ୍ୟାଳୟ, ଧନିଆପଡ଼ା ଉଚ୍ଚ ବିଦ୍ୟାଳୟ, ଦେପୁର ଉଚ୍ଚ ବିଦ୍ୟାଳୟ ପ୍ରଭୃତି ବିଦ୍ୟାଳୟରେ ଶିକ୍ଷକତା କରି ଜଣେ ଆଦର୍ଶ ଶିକ୍ଷକ ଭାବରେ ବେଶ ସୁନାମ ଅର୍ଜନ କରିଥିଲେ । ୨୦୦୬ ମସିହାରେ […]
Month: June 2024
କେନ୍ଦ୍ରାପଡା, ୧୮/୬: କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ସମାଜସେବୀ ପାରଲ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାରମ୍ପରିକ ରଜ ଉତ୍ସବ ଅବସରରେ ୩ୟ ବାର୍ଷିକୀ ପାରଲ ମହାନ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଭରତପୁର ଉ.ପ୍ରା ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ୮ଗୋଟି କ୍ରିକେଟ ଟିମ୍ ଅଂଶଗ୍ରହଣ କରିଥିଲେ । ଉକ୍ତ ଖେଳ ପ୍ରଥମ ରଜ ୧୪ତାରିଖରୁ ଆରମ୍ଭ ହୋଇ ୧୬ତାରିଖରେ […]
କେନ୍ଦ୍ରାପଡା , ୧୮/୬: ପବିତ୍ର ରଜ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଲସିଂହା ଠାରେ ଓଡିଆ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ୍, କାଳଜୟୀ କିମ୍ବଦନ୍ତୀ କଳାକାର, ତତ୍କାଳୀନ ବଙ୍ଗ- ବିହାର- ଓଡିଶା ପ୍ରସିଦ୍ଧ ଗଣକବି ଗୋପାଳ ଦାଶଙ୍କ ୧୪୮ତମ ପୂଣ୍ୟ ଜୟନ୍ତୀ ମହୋତ୍ସବ ଗଣକବି ସ୍ମୁତି ସଂସଦ ଏବଂ ଜିଲ୍ଲା ସଂସ୍ମୃତି ପରିଷଦର ମିଳିିତ ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବର୍ଷର୍ିୟାନ ଶିକ୍ଷାବିତ୍ ନିତ୍ୟାନନ୍ଦ […]
କେନ୍ଦ୍ରାପଡା, ୧୮ା୬: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସସରସାଇଜ ବୈଠକ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓସଡମା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ଯେ ୧୯୯୯ ମସିହା ମହାବାତ୍ୟା ପରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ଉପରେ ଗୁରୁତ୍ୱ ଆରୋପ କରିବା […]
କେନ୍ଦ୍ରାପଡ଼ା, ୧୮ା୬: “ଅନ୍ନଦାତା ହିଁ ଏ ଜାତିର ମେରୁଦଣ୍ଡ । ସେମାନଙ୍କ ବିକାଶରେ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରାଯାଇପାରିବ । ତେଣୁ ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଥମ କ୍ୟାବିନେଟ୍ ବୈଠକରେ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ କ୍ରୟ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା”ର ୧୭ତମ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳ ତରଡିପାଳ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୭ଟି ଗୋରୁ ପ୍ରାଣ ହରାଇଥିବା ବେଳେ ଏକାଧିକ ଗାଈଗୋରୁ ଛତ୍ରଭଙ୍ଗ ଦେଇ ସଂନ୍ଧ୍ୟା ପର୍ଯ୍ୟନ୍ତ ଗୋଠକୁ ଫେରିନଥିବା ଜଣା ପଡିଛି । ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ଅଂଚଳରେ ମଙ୍ଗଲବାର ଅପରାହ୍ନ ସମୟରେ ବର୍ଷା ସାଙ୍ଗକୁ ଘଡଘଡି ପାଖାପାଖି ୨ ଘଂଟାରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥିଲା । ବଜ୍ରପାତ ଫଳରେ ତରଡିପାଳ ଗ୍ରାମର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳ ତରଡିପାଳ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୭ଟି ଗୋରୁ ପ୍ରାଣ ହରାଇଥିବା ବେଳେ ଏକାଧିକ ଗାଈଗୋରୁ ଛତ୍ରଭଙ୍ଗ ଦେଇ ସଂନ୍ଧ୍ୟା ପର୍ଯ୍ୟନ୍ତ ଗୋଠକୁ ଫେରିନଥିବା ଜଣା ପଡିଛି । ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ଅଂଚଳରେ ମଙ୍ଗଲବାର ଅପରାହ୍ନ ସମୟରେ ବର୍ଷା ସାଙ୍ଗକୁ ଘଡଘଡି ପାଖାପାଖି ୨ ଘଂଟାରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥିଲା । ବଜ୍ରପାତ ଫଳରେ ତରଡିପାଳ ଗ୍ରାମର […]
ଭୁବନେଶ୍ୱର,୧୮।୬- ରାଜ୍ୟରେ ଭୟାନକ ରୂପ ନେଲାଣି ଡିପଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲାକୁ ମାଡ଼ିଲାଣି ଏହି ରୋଗ । ବର୍ତ୍ତମାନ ସୁଦ୍ଧା ୩ ଜିଲାରେ ୨୧ ସଂକ୍ରମିତ ଚିହ୍ନଟ ହେଲେଣି। ଏହି ରୋଗରେ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ରୋଗରେ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଡିଫଥେରିଆ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସଂକ୍ରାମକ ରୋଗ, […]
ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଏନ.ପି.ଏସ. ଶିକ୍ଷକ ସଙ୍ଘ କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡା ଗସ୍ତରେ ଆସିଥିବା ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ କେନ୍ଦ୍ରାପଡା ଜିଲ୍ଲା ଏନ.ପି.ଏସ. ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ପ୍ରଦକ୍ଷଣ ଭବନରେ ଭେଟି ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିବା ସହିତ ସଙ୍ଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କୁ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସରକାର ହେଉଛି ଲୋକମାନଙ୍କର ସରକାର […]
କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡା ଜିଲ୍ଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୈାଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଓଡିଶା ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘର ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ରଙ୍କ ନେତୃତ୍ୱରେ ସଙ୍ଘର କେନ୍ଦ୍ରାପଡା ବ୍ଲକ ସହ -ସମ୍ପାଦକ ସେକ୍ ମନସୁର ଅଲ୍ଲୀ, ପଟ୍ଟାମୁଣ୍ଡାଇ […]
ଭେଣ୍ଡିଂ ଜୋନ୍ ଖତ ଖାଉଛି, ରାସ୍ତାକଡ ଫୁଟ୍ପାଥ୍ରେ ବେପାରୀ ଦିଆଯାଉନି ଭେଣ୍ଡିଂ ଜୋନ୍ କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡିଶାର ପ୍ରସିଦ୍ଧ ବାଣିଜ୍ୟ ପେଣ୍ଠ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ନିମନ୍ତେ ରାସ୍ତାକଡ଼ ଓ ଫୁଟପାଥ୍ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ପୌରପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା । ତେବେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲେ ମଧ୍ୟ […]
ପଟ୍ଟାମୁଣ୍ଡାଇ ତା ୧୭/୬-ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ୧୯୭୮ମାଟ୍ରିକ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବରେ ପୁରାତନ ଶିକ୍ଷକ ଖଗେଶ୍ୱର ପରିଡା, ପରୀକ୍ଷିତ ରାୟ,କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଗୋପାଳ ଚନ୍ଦ୍ର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏମ ଏନ ହାଇସ୍କୁଲର ଗୌରବମୟ […]
କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ୍ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ମନସୁର ଅଲ୍ଲୀଙ୍କୁ ଉତ୍କଳ ସନ୍ତାନ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କଟକସ୍ଥିତ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ଏକ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟାଧୀଶ ଏ.ଏସ. ନାଇଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ଲୋକପାଳ ବିଭୂ ପ୍ରସାଦ ପରିଡା, କଟକ- ବାରବାଟୀର […]
କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡାରେ ଇଦ୍-ଉଲ- ଜୁହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହା ହେଉଛି ମୁସଲମାନ ଭାଇମାନଙ୍କର ବଳିଦାନର ପର୍ବ । ଏହି ପର୍ବ ତିନିଦିନ ଧରି ପାଳନ ହେବାକୁ ଥିବା ବେଳେ ପ୍ରଥମ ଦିନ ସମୁହ ନମାଜ ପାଠ କରାଯାଇଥାଏ । ପୁରୁଣା ଇଦଘା, ନୂଆ ଇଦଘା, ମିନାର ମସଜିଦ୍, ଫକିରାବାଦ୍ ମସଜିଦ୍, ଜୟୀପୁରା, ରଣପଡା, ଗରାପୁର, ଭରତପୁର, ତିଳତ୍ତମାଦେଇପୁର ପ୍ରଭୃତି ମସଜିଦ୍ରେ ଆଜି ସମୁହ ନମାଜ […]
ଦେବାଳିଆ ମୌସୁମୀ ଧାନ ଚାଷକୁ ପ୍ରଭାବିତ , କିସମ ପରିବର୍ତନ ଯୋଗୁ ପଡିଆ ପଡୁଛି ଜମି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଅଂଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ । ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି । ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ସେମାନଙ୍କ ଆର୍ôଥକ ମେରୁଦଣ୍ଡକୁ ଦୋହଲାଇ ଦେଉଛି […]
କେନ୍ଦ୍ରାପଡା, ୧୬/୬: ଓଡିଶାର ଅନ୍ୟତମ କୃଷିଭିତ୍ତିକ ଗଣପର୍ବ ପବିତ୍ର ରଜ ଅବସରରେ କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ ଅନ୍ତଗର୍ତ ମୁଗୁରିଆ, ଉତରକୂଳ ଏବଂ ମେହେନ୍ଦିପୁର ଗ୍ରାମର ପୁଣ୍ୟୋତୟା ଶୁକ୍ପାଇକା ନଦୀ ପଠାରେ ଅବସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଟ୍ରଷ୍ଟ ଆନୁକୂଲ୍ୟରେ ମନ୍ଦିର ବେଢାରେ ଦୁଇଦିନ ଧରି ପ୍ରଥମ ରଜ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ତଥା ଆଧ୍ୟାତ୍ମବାଦୀ ସେତୁପୁରୁଷ […]
କେନ୍ଦ୍ରାପଡ଼ା, ୧୬/୬: ଶାନ୍ତି ଶୃଙ୍ଖଳାର ସହ ଇଦ-ଉଲ-ଜୁହା ପର୍ବ ପାଳନ ପାଇଁ ଆଜି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଟାଉନ […]
କେନ୍ଦ୍ରାପଡ଼ା, ୧୬ା୬: କେନ୍ଦ୍ରାପଡା ସହର ବଡହାଟ ଗ୍ରାମର ଲଳିତ କୁମାର ସାହୁଙ୍କ ପୁତ୍ର ସଞ୍ଜୟ କୁମାର ସାହୁ ଗତ ମେ ମାସ ୨୨ ତାରିଖ ଦିନ ତାଙ୍କର ଦୁତିଆଳ ମୌଜାରେ ଥିବା ଓରିଜିନାଲ ଖତିୟାନ ହଜିଯାଇଛି । ଘଟଣାରୁ ପ୍ରକାଶ ଯେ ଶ୍ରୀ ସାହୁଙ୍କ ଖତିୟାନ ନମ୍ବର ୬୪୯/୯୨ ଓ ପ୍ଲଟ୍ ନମ୍ବର ୨୯୧ର ୬୬ ଡିସମିଲ୍ର ଭରତପୁର ରାଜସ୍ୱ କାର୍ଯ୍ୟାଳୟକୁ ପାଉତି କାଟିବାକୁ ଯିବା ସମୟରେ କୌଣସି ସ୍ଥାନରେ […]
କେନ୍ଦ୍ରାପଡା, ୧୬/୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ପରିସରରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ ବାଗ୍ଦେବୀ କଳାମନ୍ଦିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ-୨୦୨୪ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡାରୁ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଭୁବନେଶ୍ୱରର ବିଶିଷ୍ଟ ପରିବେଶବିତ୍ ଶରତ ପଟ୍ଟନାୟକ, […]
ଭୁବନେଶ୍ୱର-୧୫/୦୬:-ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସରକାରିଆ କମିଶନର ପ୍ରାବଧାନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ପଂଚାୟତର ବିଶିଷ୍ଟ ସମାଜସେଵୀକା ମହିୟସୀ ମହିଳା ଦିବଙ୍ଗତା ତୁଳସୀ ବିଶ୍ୱାଳଙ୍କ ସ୍ମୃତି ଉଦେଶ୍ୟରେ ତୁଳସୀ ମେଧା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତରଡ଼ିପାଳ ହାଇସ୍କୁଲ ପଡିଆରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ମାଟ୍ରିକ ଓ +୨ ପରୀକ୍ଷାରେ ଧୋୟାଞ୍ଚଳର ହାଇସ୍କୁଲ ଓ କଲେଜର ଟପରମାନଙ୍କୁ ତୁଳସୀ ମେଧା ସମ୍ମାନରେ ସମ୍ମାନିତ କରାଯାଇଛି । ସମାଜସେବୀ ଫିରୋଜ ବିଶ୍ୱାଳଙ୍କ […]
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଧିନ ସାନଅଢଙ୍ଗା ଗ୍ରାମ ସନ୍ନିକଟସ୍ଥ ଏକ ମଦ କାଉଁଟର ପାଖରେ ଜଣେ ପ୍ରାକ୍ତନ ସେନା କର୍ମଚାରୀ ପ୍ରମୋଦ ରାଉତଙ୍କୁ ଆଜି ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛୁରା ମାଡ଼ରେ ପ୍ରମୋଦଙ୍କ ବାମପଟ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ପ୍ରମୋଦ ବାଇକରେ ଫେରୁଥିବା ବେଳେ ଧସନାପାରି ମଦ […]
କେନ୍ଦ୍ରାପଡ଼ା, ୧୫ା୬: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଛତାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରି ସାରିଥିବା ମହିଳାମାନଙ୍କୁ ୩୫ଟି ସିଲେଇ ମେସିନ ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ପାରାଦ୍ୱୀପ ଆଞ୍ଚଳିକ କ୍ଷେତ୍ରୀୟ କାର୍ଯାଳୟ ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଏବଂ […]
କେନ୍ଦ୍ରାପଡ଼ା, ୧୬/୪- କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨ କିଲୋମିଟର ଦୂର କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମରେ ସମସ୍ତ ଯୋଜନା ଫେଲ ମାରିଛି । ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ । ପଞ୍ଚାୟତ ବାସୀ ଭାବିଥିଲେ ଜଳକଷ୍ଟରୁ ମୁକ୍ତି ମିଳିବ । ସମସ୍ତଙ୍କ ଘରେ ଘରେ ପିଇବା ପାଣି ପହଞ୍ଚିବ । ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମର ୧୯ନଂ ୱାର୍ଡରେ ଜଳକଷ୍ଟକର […]