କେନ୍ଦ୍ରାପଡା ୧୫/୬- କେନ୍ଦ୍ରାପଡା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଶ୍ରୀ ମା କାକଟ ମଙ୍ଗଳା କ୍ଳବ୍ ଆନୁକୁଲ୍ୟରେ ପବିତ୍ର ରଜପର୍ବ ଉପଲକ୍ଷେ ଏକ ବିରାଟ ରଜ ମହୋତ୍ସବ ଶୁକ୍ରବାର ପ୍ରଥମ ରଜ ଉପଲକ୍ଷେ ଉଦଘାଟିତ ହୋଇଯାଇଅଛି । ଏହି ଉତ୍ସବକୁ ଉଦଘାଟିତ କରିଛନ୍ତି କେନ୍ଦ୍ରାପଡ଼ା ପୌରପରିଷଦର ପୌରପାଳିକା ସରିତା ସାହୁ । ଅନୁଷ୍ଠାନର ସଭାପତି ତଥା ୧୭ନଂ ୱାର୍ଡ କାଉନସିଲର ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ହାଡିବନ୍ଧୁ […]
Month: June 2024
କେନ୍ଦ୍ରାପଡ଼ା, ୧୪ା୬: ରଜପର୍ବ ପାଇଁ ଗୁଲନଗର ପଞ୍ଚାୟତର ୨୧ନମ୍ବର ୱାର୍ଡରେ ଗରୀବ ସଂଖ୍ୟାଲଘୁ ଓ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ପୁଅ ଓ ଝିଅମାନଙ୍କୁ ସମାଜସେବୀ ସୁଶାନ୍ତ କୁମାର ଦାଶ ନୂଆ ଡ୍ରେସ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଗୁଲନଗର ଗ୍ରାମପଞ୍ଚାୟତର ୨୧ନମ୍ବର ୱାର୍ଡରେ ଥିବା ରାମମନ୍ଦିର ନିକଟରେ ଆଜି ସକାଳୁ ସମାଜସେବୀ ଶ୍ରୀ ଦାଶ ପହଞ୍ଚି ରଜ ଉପଲକ୍ଷେ ଗରୀବ ଲୋକଙ୍କ ଝିଅ ଓ ପୁଅମାନଙ୍କୁ ନୂଆ ଡ୍ରେସ […]
BBSR୧୪ା୬: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭୁବନେଶ୍ୱରରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜୟପୁର ବାସୀଙ୍କ ଆର୍ଶିବାଦରୁ ସେ ବିଧାୟକ ହୋଇଛନ୍ତି । ମା ଭଗବତୀ, ମା ଜଗତ ଜନନୀଙ୍କ ଆର୍ଶିବାଦରୁ ବିଜୟ ହୋଇଛି । ଜଗନ୍ନାଥଙ୍କ ଆର୍ଶିବାଦରୁ ସେ ରାଜ୍ୟରେ ପରିଚିତ ହୋଇଛନ୍ତି ବୋଲି ସୁଚନା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ନଥିଲେ ବି ଲୋକଙ୍କ ପାଇ କାମ କରିବି । ବିଧାନସଭାରେ କଂଗ୍ରେସ ହିଁ […]
ଓଡ଼ିଶାର ଗଣ ପର୍ବ ଭାବେ ପରିଚିତ ରଜ ମହୋତ୍ସବ ପାଇଁ ଗାଁ ଠୁ ସହର ବେଶ ଉତ୍ସବମୁଖର । ଗୁରୁବାର ଥିଲା ସଜବାଜ ଏଥିପାଇଁ ପଟ୍ଟାମୁଣ୍ଡାଇରେ ରଜ ପାଇଁ ବଜାର ସରଗରମ ହୋଇପଡିଛି । ପ୍ରବଳ ଖରା ଗୁଳୁଗୁଳି ଦିନବେଳା ବେପାରକୁ କିଛି ମାତ୍ରାରେ ପ୍ରଭାବିତ କରିଥିବା ବେଳେ ରାତିରେ ବେପାର ଜମୁଛି । ସଂଧ୍ୟା ବେଳେ ବିଭିନ୍ନ କପଡା ଦୋକାନ, ମିଠା, ପନିପରିବା, ଫଳ, ଜୋତାଚପଲ ଓ କସମେଟିକଟେସନାରୀ […]
କେନ୍ଦ୍ରାପଡ଼ା, ୧୩ା୬: ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ କେନ୍ଦ୍ରାପଡ଼ା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସାମନା କରିଆସିଛି । ତେଣୁ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ମରୁଡ଼ିକୁ ଦୃଷ୍ଟିରେ ରଖି ତାହାର ସଫଳ ମୁକାବିଲା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବନିର୍ବାଚିତ ପାଟକୁରା […]
କେନ୍ଦ୍ରାପଡ଼ା, ୧୨ା୬: ନବ ନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାବଗତପୁର ପଞ୍ଚାୟତକୁ ଗସ୍ତ କରି ପ୍ରଥମେ ଚଣ୍ଡୀବଜାରସ୍ଥିତ ମା’ ରାମଚଣ୍ଡୀ ଦେବୀଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ନେବା ପରେ ସ୍ୱର୍ଗତ ଭାଗବତ ସ୍ୱାଇଁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ହୃଦଘାତରେ ମୃତ୍ୟୁବରଣ କରିଥିବା ସିମଳଦାର ଶିବ ବେହେରାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପରେ ଅସୁସ୍ଥ ଥିବା ପ୍ରଭାକର ମଲିକଙ୍କ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶରେ ବୁଧବାର ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଲିପଡ଼ା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଶିଶୁ ଶ୍ରମିକ ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବାର ଆସୋସିଏସନ କୋଷାଧକ୍ଷ ଆଇନୀଜୀବୀ ଧୀରେନ୍ଦ୍ର ନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ତାଲୁକ ଫ୍ରଟଂ ଅଫିସର […]
କେନ୍ଦ୍ରାପଡ଼ା, ୧୨ା୬: ଦିନ ଥିଲା କେନ୍ଦ୍ରାପଡାକୁ ମନ୍ତ୍ରୀପଡା ବୋଲି କୁହାଯାଉଥିଲା । ଜିଲ୍ଲାରେ ଏକାଥରକେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ୩/୪ଜଣ ମନ୍ତ୍ରୀ ଥିବା ବେଳେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭା ବାଚଷ୍ପତି ମଧ୍ୟ ଥିଲେ । ଆଜି କିନ୍ତୁ ସମୟ ବଦଳି ଯାଇଛି । କେନ୍ଦ୍ରାପଡାର ସେ ହୃଦଗୈାରବକୁ ଆଜି ଆଉ ଗୁରୁତ୍ୱ ଦିଆଯାଉନି । କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକମାତ୍ର […]
କେନ୍ଦ୍ରାପଡା ୧୨ା୬ – କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଶ୍ୟାମସୁନ୍ଦରପୁର୍ ସ୍ଥିତ ଚଣ୍ଡିଆ ପାଲେସ୍ ପରିସରରେ କବି ଲେଖକ ଓ କଳାକାର ସମ୍ମିଳନୀରେ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ନାଟ୍ୟ ପୁସ୍ତକ ଶେଷ ଠିକଣା ଲୋକାର୍ପଣ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ହୋଇଥିବା କବିତା ପାଠୋତ୍ସବରେ ବିଶିଷ୍ଟ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ […]
କେନ୍ଦ୍ରାପଡ଼ା,୧୨ା୬: କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ବିଜୟ ଲାଭ ପରେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ମଙ୍ଗଳବାର ବିଜୟ ଶୋଭାଯାତ୍ରାରେ ବାହାରି ଚନ୍ଦନପୁର ପଞ୍ଚାୟତରେ ଧନ୍ୟବାଦ ପଦଯାତ୍ରାରେ ବୁଲିଛନ୍ତି । ଜଗନ୍ନାଥ ବିଦ୍ୟାପୀଠ ପାଖରୁ ପଦଯାତ୍ରା ଆରମ୍ଭ ହୋଇ ଗାନ୍ଧୀଛକ, ବସ୍ଷ୍ଟାଣ୍ଡ ଦେଇ ଦଧିବାମନଜୀଉ ମନ୍ଦିରରେ ଶେଷ ହୋଇଥିଲା । ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ପଞ୍ଚାୟତର ପ୍ରତିନିଧି ଓ ସମସ୍ତ କର୍ମୀମାନଙ୍କ ସହ ପଦଯାତ୍ରା […]
ଭୁବନେଶ୍ୱର,- ଭାରତୀୟ ଜନତା ପାଟିର ଦଳ ଆଜି ନୂଆ ସରକାର ଦାୟିତ୍ୱ ଗ୍ରହଣ କରବାକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ସଫଳତା ପରେ ଦଳ ନୂଆ ସରକାର ଗଢୁଛି । ମାତ୍ର ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ରାଜ୍ୟରେ ବିଜେପି, ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ କି ନାହିଁ ସେଥି ନେଇ ଓଡ଼ିଶାବାସୀଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି […]
ଓଡିଶାରେ ମୌସୁମୀ ପ୍ରବେଶ ସତ୍ୱେ ରାଜ୍ୟରେ ବର୍ଷା ନାହିଁ । ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି । ଆସନ୍ତା ଶୁକ୍ରବାର ରଜପର୍ବ ଆରମ୍ଭ ହୋବ । ମୌସୁମୀ ଆଗମନ ବିଳମ୍ବ ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସପାଲଟି ଅଂଚଳରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ । ଫଳରେ ମୁଖ୍ୟତଃ ଖରିଫ ଧାନଚାଷ ଉପରେ ନିର୍ଭର କରୁଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଅକ୍ଷୟ […]
କେନ୍ଦ୍ରାପଡ଼ା, ୧୧ା୬: ବନ ବିଭାଗର ବେଆଇନ କାର୍ଯ୍ୟ ବିରୋଧରେ ରାମଚଣ୍ଡୀ କୃଷକସଭା ପକ୍ଷରୁ ଆଜି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରାଯାଇଛି । ସେହି ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ମହାକାଳପଡା ତହସିଲ ଅଧିନ ଯୋଗିଧାନକୁଦର କନ୍ଧ ଚାଷୀମାନଙ୍କୁ ରାଜନଗର ଡି.ଏଫ.ଓ.ଙ୍କ ନିର୍ଦେଶରେ ତାଙ୍କ କର୍ମଚାରୀମାନେ ବିଭିନ୍ନ ସମୟରେ କନ୍ଧଚାଷୀଙ୍କ ଅକ୍ତିଆରରେ ଥିବା ଜମି ଉପରକୁ ନଯିବା ପାଇଁ ଧମକଚମକ ଦେଉଛନ୍ତି । କନ୍ଧଚାଷୀମାନେ ସି.ଏସ.ନମ୍ବର- ୫୨୯/୨୦୧୮ରେ […]
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଳପୁଆ ନୋଡ଼ାଲ ଉଚ୍ଚବିଦ୍ୟାଳୟର ୨୦୦୪ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ରାଉତଙ୍କ ପୌରହିତ୍ୟ ଓ ପୁରାତନ ଛାତ୍ର ପ୍ରିତିଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଭଗବାନ ରାଉତ, ବିଷ୍ଣୁ ଚରଣ ଧଳ, ବ୍ରଜକିଶୋର ଶତପଥୀ, ଗୌରାଙ୍ଗ ସାହୁ, ବସନ୍ତ […]
ଭୁବନେଶ୍ଵର 11/6: ଓଡ଼ିଶାରେ ସରକାର ଗଠନ କରିବାକୁ ଭାଜପା ଦାବି କରିଛି। ରାଜଭବନ ଯାଇ ଭାଜପାର ଟିମ୍ ମଙ୍ଗଳବାର ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ କେନ୍ଦ୍ରମନ୍ତ୍ରୀ ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି କରିଥିଲେ। ଏହାପରେ ଆସନ୍ତାକାଲି ଜନତା ମଇଦାନରେ ନୂଆ ସରକାରର […]
ଭୁବନେଶ୍ୱର,୧୧।୬- ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ଆଜି ପ୍ରକାଶ ପାଇଛି। ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କଠାରେ ମୋହର ବାଜିଛି। ବୁଧବାର ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। […]
୯୩ ତମ ଜୟନ୍ତୀ ପାଳନରେ ଜିଲ୍ଲା ସ୍ତରିୟ ଆଲୋଚନାଚକ୍ର ବିଶିଷ୍ଟ ନାରୀନେତ୍ରୀ, ଓଡି଼ଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ସାରସ୍ୱତ ସାଧିକା ନନ୍ଦିନୀ ଶତପଥୀଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ରହିଥିଲା । ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ଅନେକ କଠୋର ନିଷ୍ପତିନେଇ ତାକୁ କାର୍ଯ୍ୟକାରୀ କରାଇଥିଲେ ବୋଲି ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ପାଳନ ଅବସରରେ ସୋମବାର ଅପରାହ୍ନରେ କେନ୍ଦ୍ରାପଡା ଜିଲା ରାଜନଗର ଶୌଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ନନ୍ଦିନୀ […]
କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ସହରର କାକଟସ୍ଥିତ ସୂର୍ଯ୍ୟଭବନରେ କେନ୍ଦ୍ରାପଡାର ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୧୭ତାରିଖରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଏହି ଜନ୍ମବାର୍ଷିକ ପାଳନ କରାଯିବାକୁ ସ୍ଥିର […]
କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ଅଧିନସ୍ଥ ସମଲପୁର ଗ୍ରାମର ବରିଷ୍ଠ ନାଗରିକ ଯୁଧିଷ୍ଠିର ସ୍ୱାଇଁଙ୍କର ଅଠାଅଶୀ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସମୟରୁ ରାଜନୈତିକ ଜୀବନ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ସେ ଜଣେ ଗାନ୍ଧୀବାଦୀ କଂଗ୍ରେସ କର୍ମୀ ଭାବରେ ନିଜର ସାଂଗଠନିକ ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି । ଆଜୀବନ ଖଦଡ ପିନ୍ଧି ନିଷ୍ଠାପର ଓ […]
କେନ୍ଦ୍ରାପଡ଼ା, ୧୦ା୬: ପବିତ୍ର ଶୀତଳ ଷଷ୍ଠି ଉତ୍ସବ ଗୋପ ସ୍ଥିତ ଅମରେଶ୍ୱର ପୀଠରେ ସୋମବାର ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ରବିବାର ସକାଳେ ଶୁଭ କଳସ ଜଳଯାତ୍ରା ସହିତ ଗୁରୁପୂଜା, ସୂର୍ଯ୍ୟପୂଜା ଓ ଗୋପୂଜା କରାଯାଇ ଅଗ୍ନି ସ୍ଥାପନ ପୂର୍ବକ ରୁଦ୍ରାଭିଷେକ, ଚଣ୍ଡିପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ରୁଦ୍ରାଭିଷେକ ଓ ହୋମଯଜ୍ଞ ପରେ ହର-ପାର୍ବତୀ […]
ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ଏହା ଏମିତି ଏକ ସତ୍ୟ ଯାହାକୁ ଆଜି ପର୍ଯ୍ୟନ୍ତ କିଏ ମିଛ ବୋଲି ପ୍ରମାଣିତ କରିପାରିନାହିଁ । ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । କିନ୍ତୁ ବୟସ ହେବା ପୂର୍ବରୁ ଯଦି କେହି ମୃତ୍ୟୁବରଣ କରେ ତାହାହେଲେ ପରିବାର ଭାଙ୍ଗିପଡେ ଓ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଏ । ଏଭଳି ଏକ ହୃଦୟ ସ୍ପର୍ଶୀ ଘଟଣା ଘଟିଛି […]
କେନ୍ଦ୍ରାପଡ଼ା, ୯ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରୀ ଏନସିସି ବାଳିକା ବିଭାଗର ସିନିଅର ଅଣ୍ଡର ଅଫିସର ମିସ ଏଲୀନା ଜତିଙ୍କର ୨୩ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ବହୁ ଦିନ ଧରି ଲିଭର ଜଣ୍ଡିସ ରୋଗରେ ପିଡିତ ଥିଲେ । ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତା ଜତିଙ୍କ ବିୟୋଗରେ ସ୍ମୃତିଚାରଣ କରାଯିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି […]
କେନ୍ଦ୍ରାପଡ଼ା ୭/୬: କେନ୍ଦ୍ରାପଡା ପୌରାଞ୍ଚଳରେ ନବ ନିର୍ବାଚିତ ବିଧାୟକ ବିଜେଡି ନେତା ଗଣେଶ୍ୱର ବେହେରାଙ୍କ ସମେତ ପୌର ପ୍ରତିନିଧି ଓ କର୍ମୀମାନଙ୍କ ସହ ରବିବାର ଅପରାହ୍ନ ୪ଟା ସମୟରେ ପଦଯାତ୍ରା କରି ଭୋଟ ଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପଦଯାତ୍ରା ତିନିମୂହାଣୀ ରାମମନ୍ଦିର ପରିସରରୁ ବାହାରି ନୂଆବସଷ୍ଟାଣ୍ଡ, କାକଟ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ସାନ୍ତସାହି ଦେଇ ବଳଦେବ ଜୀୟୁଙ୍କ ମନ୍ଦିରରେ ଶେଷ ହୋଇଥିଲା । ସହରର ପ୍ରତ୍ୟେକ ମୁଖ୍ୟ […]
କେନ୍ଦ୍ରାପଡ଼ା ୯/୬: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ପହଞ୍ôଚ ଶିକ୍ଷକ ନେତାମାନଙ୍କ ସହିତ ସୋହାର୍ଦ୍ଧପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଅବସରରେ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସମ୍ବନ୍ଧୀୟ ବିବିଧ ସମସ୍ୟା ଉପରେ ଶିକ୍ଷକ ନେତାମାନେ ଆଲୋଚନା କରିଥିଲେ । ଓଷ୍ଟା ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, […]