ସାହିତ୍ୟ ଭୂମି ପତ୍ରିକା ଉନ୍ମୋଚିତ



ପତ୍ରିକା ହଉବା ପୁସ୍ତକ ପଠନ ମଣିଷର ଭାବନା ସହିତ ଏକ ଅନ୍ତରଙ୍ଗ ସେତୁ ସୃଷ୍ଟି କରିଥାଏ । ପାଠକ ତାର ଅନ୍ତର୍ଦୃଷ୍ଟିର ସୀମାକୁ ପ୍ରସାରିତ କରିଥାଏ । ପଟ୍ଟାମୁଣ୍ଡାଇରୁ ପ୍ରକାଶିତ ହୋଇ ଆସୁଥିବା ସର୍ଜନାର ଉର୍ମି ସାହିତ୍ୟ ଭୂମି ପତ୍ରିକାର ପଂଚମ୍ୱର୍ଷ ବିଶେଷାଙ୍କର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନକ୍ଲବ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦିତ ଏହି ପତ୍ରିକାର ଉନ୍ମୋଚନ ଉତ୍ସ୍ୱକୁ ପୌରହିତ୍ୟ କରିଥିଲେ ସାହିତ୍ୟଭୂମି ଲେଖକ ସଂସଦର ସଭାପତି ଶିକ୍ଷାବିତ୍ ଶଚ୍ଚିନନ୍ଦନ ଦାସ । ମୁଖ୍ୟ ଅତିଥି ଶିକ୍ଷାବିତ୍ କଣ୍ଡୁରୀ ଚରଣ ସ୍ୱାଇଁ, ମୁଖ୍ୟବକ୍ତା ଅଧ୍ୟାପକ କବି ରଞ୍ଜିତ ସେନାପତି ଓ ସଭାସଂଚାଳନ କରିଥିଲେ କବି ସଚ୍ଚିତ୍ର କୁମାର ବେହୁରା । ଏହି ଉତ୍ସ୍ୱରେ ବେଲେଶ୍ୱର ସାହିତ୍ୟ ସଂସଦ ତରଫରୁ ଏବଂ ଶିକ୍ଷାବିତ ତ୍ରୈଲୋକ୍ୟ ମିଶ୍ରଙ୍କ ତରଫରୁ କବି ପୁଣ୍ୟଶ୍ଳୋକ ଓ ପ୍ରଦୀପ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଣ୍ଡଳ ଉପଶିକ୍ଷାଅଧିକାରୀ କବୟିତ୍ରୀ ସୁନୀତା ଦାସ, ଅନ୍ତର୍ଯ୍ୟାମୀ ବେଜ, ଆଶିଷ କୁମାର ଦାସ,ବୈଷ୍ଣବ ମଳିକ ସ୍ୱରଚିତ କବିତା ପାଠ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ପରୀକ୍ଷିତ ପାତ୍ର, ବ୍ରଜବନ୍ଧୁ ଦାଶ,କୈଳାସ ଚନ୍ଦ୍ର ପାତ୍ର,ବିଜୟ କୁମାର ସାହୁ, ହରେକୃଷ୍ଣ ଦାଶ, କଳାଶିକ୍ଷକ ରମେଶ ଦେ ଯୋଗଦେଇଥିଲେ । ଟାଉନକ୍ଲବର ସଭାପତି କେତନ ଦାସ ସମେତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବେଲେଶ୍ୱର ସାହିତ୍ୟର ସମ୍ପାଦକ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ୟଙ୍ଗ କବି ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଶିକ୍ଷାବିତ ଲଷ୍ମୀଧର ଦାଶମହାପାତ୍ରଙ୍କ ପରଲୋକ

Mon Jul 1 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ଶିକ୍ଷାବିତ ଲଷ୍ମୀଧର ଦାଶ ମହାପାତ୍ରଙ୍କ ବେଲତଳ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ ଝିଅ ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । ଜଣେ ଛାତ୍ର ବତ୍ସଳ ମିଷ୍ଠ ଭାଷୀ ଆଦର୍ଶ ଶିକ୍ଷକ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ସରକାରୀ ଚାକିରୀରୁ ଅବସର ପରେ […]

You May Like