ଶିକ୍ଷାବିତ ଲଷ୍ମୀଧର ଦାଶମହାପାତ୍ରଙ୍କ ପରଲୋକ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ଶିକ୍ଷାବିତ ଲଷ୍ମୀଧର ଦାଶ ମହାପାତ୍ରଙ୍କ ବେଲତଳ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ ଝିଅ ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । ଜଣେ ଛାତ୍ର ବତ୍ସଳ ମିଷ୍ଠ ଭାଷୀ ଆଦର୍ଶ ଶିକ୍ଷକ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ସରକାରୀ ଚାକିରୀରୁ ଅବସର ପରେ ସେ ସମାଜିକକର୍ମୀ ଭାବରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ଲଳିତ ନାରାୟଣ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୁତ୍ୟୁରେ କାଉନସିଲର ବିଦ୍ୟାଧର ସେଠୀ, ଆଇନଜିବୀ ପ୍ରମୋଦ ସାହୁ, ସୁଶୀଳ ପରିଡା, ଚନ୍ଦନ ପାତ୍ର,ସମିର ପାତ୍ର,ୁପେନ୍ଦ୍ର ନାୟକ,ରବିନ୍ଦ୍ର ବିଶ୍ୱାଳ,ପ୍ରର୍ଶନ୍ନ ତ୍ରୀପାଠୀ ଶୋକପ୍ରକାଶ କରିଥିଲେ ।


Next Post

ସାହିତ୍ୟ ଭୂମି ପତ୍ରିକା ଉନ୍ମୋଚିତ

Mon Jul 1 , 2024
ପତ୍ରିକା ହଉବା ପୁସ୍ତକ ପଠନ ମଣିଷର ଭାବନା ସହିତ ଏକ ଅନ୍ତରଙ୍ଗ ସେତୁ ସୃଷ୍ଟି କରିଥାଏ । ପାଠକ ତାର ଅନ୍ତର୍ଦୃଷ୍ଟିର ସୀମାକୁ ପ୍ରସାରିତ କରିଥାଏ । ପଟ୍ଟାମୁଣ୍ଡାଇରୁ ପ୍ରକାଶିତ ହୋଇ ଆସୁଥିବା ସର୍ଜନାର ଉର୍ମି ସାହିତ୍ୟ ଭୂମି ପତ୍ରିକାର ପଂଚମ୍ୱର୍ଷ ବିଶେଷାଙ୍କର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନକ୍ଲବ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦିତ ଏହି ପତ୍ରିକାର […]

KANIKA