ଲାଗୁ ହେଲା ନୂଆ ଆଇନ:ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନାରେ ସଚତେନତା



ପଟ୍ଟାମୁଣ୍ଡାଇ ୧/୭ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ୩ଟି ନୂଆ ଆଇନ ଲାଗୁ କରିଛନ୍ତି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଗତ ଡିସେମ୍ବର ୨୫ ତାରିଖରେ ଏହି ୩ ନୂଆ ଆଇନ୍ ଭାରତ ସରକାରଙ୍କ ରାଜପତ୍ରରେ ପ୍ରକାଶ ପାଇବା ପରେ ଜୁଲାଇ ପହିଲା ସୋମବାର ଠାରୁ ସାରା ଦେଶରେ ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ନୂଆ ପୋଲିସ ଆଇନ ଲାଗୁ ହୋଇଛି ବୋଲି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନା ଅଧିନରେ ଥିବା ସମସ୍ତ ସରପଂଚମାନଙ୍କୁ ନେଇ ନୁଆଆଇନ ସମ୍ପର୍କିତ ଆଲୋଚନା ସଭା ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ମତ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ସଭାରେ ୩ଟି ନୂଆ ଆଇନର କାର୍ଯ୍ୟକାରିତାର ଆଲୋଚନାରେ ଥାନା ଆଇଆଇସି ପଦ୍ମାଳୟା କହିଥିଲେ ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । ଇଣ୍ଡିଆନ ପେନାଲ କୋଡ୍ ପରିବର୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା । କୋଡ ଅଫ୍ କ୍ରିମିନାଲ ପେୟାସିଜିଅର ପରିବର୍ତେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତେ ଲାଗୁ ହେବ ଭାରତୀୟ ସାକ୍ଷ୍ୟ । ତେବେ ନୂଆ ଆଇନ ଓ ପୁରୁଣା ଆଇନ ମଧ୍ୟରେ ଅନେକ ଫରକ୍ ରହିଛି । ପୁରୁଣା ଆଇନରେ ଅପରାଧିକୁ ଗୁରୁତ୍ୱ ଦିଆଯାଇଥିଲା । ହେଲେ ନୂଆ ଆଇନରେ ନ୍ୟାୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ମାନବାଧିକାର ଓ ତଦନ୍ତରେ କିଭଳି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ, ଆବଶ୍ୟକ ସମୟରେ କିପରି ଅଧିକ ଶକ୍ତି ବିନିଯୋଗ କରାଯିବ, ନୂଆ ଆଇନରେ ସେ ସବୁ ପ୍ରାବଧାନ ରହିଛି ବୋଲି ସେ ନେଇ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ଆଲୋଚନା କରିଛନ୍ତି । ଏହି ବୈଠକରେ ସମସ୍ତ ପୋଲିସ କର୍ମଚାରୀ, ପଂଚାୟତ ସରପଂଚଙ୍କ ସମେତ ବହୁ ବୁଦ୍ଧିଜିବୀ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading