
କେନ୍ଦ୍ରାପଡା, ୨/୭: ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ ୟୁନିୟନର ବୈଠକ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟବର୍ତ୍ତୀ ମଦରଟେରେସା ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକନେତାମାନେ ଯୋଗ ଦେଇଥିଲେ । ଆଲୋଚନାର ବିଷୟବସ୍ତୁ ଭାବେ ବିଗତ ଦିନରୁ ପଡିରହିଥିବା ଶ୍ରମିକମାନଙ୍କର ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ପଡିରହିଥିବା ଆବେଦନଗୁଡିକୁ ତୁରନ୍ତ ଅନୁମୋଦନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ସଂଗଠନର ନେତୃବୃନ୍ଦ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ମିଳିତ ଶ୍ରମିକ ସଂଗଠନର ସଭାପତି ଜଗତ୍ଜୀବନ ଦାସ, ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳ,ବରିଷ୍ଠ ଶ୍ରମିକନେତା ବାବାଜୀ ଧଳ, ଅଜିତ୍ ପରିଡା, ମନୋଜ ମଲ୍ଲିକ, ପ୍ରକାଶ ମହାନ୍ତି, କାଞ୍ଚନ ସ୍ୱାଇଁ, ମୁକ୍ତାର ଖାଁ, ଟୁନା ବାବୁ, ବିରଜା ବାବୁ, ସଞ୍ଜୟ ବାବୁ ପ୍ରମୁଖ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ୨୦୨୦ ମସିହାରୁ ପଡିରହିଥିବା ମୃତ୍ୟୁକାଳୀନ ଓ ବିବାହ ଆବେଦନ ଗୁଡିକୁ ତୁରନ୍ତ ଅନୁମୋଦନ ପାଇଁ କେନ୍ଦ୍ରାପଡା ଡିଭିଜନାଲ୍ ଲେବର କମିଶନର ପ୍ରତିଶ୍ରୁତି ଦେଇଥିଲେ ।











