
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ପକ୍ଷରୁ ୭୫ତମ ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତନ ଯୋଗୁଁ ମାଟି ତଳେ ମିଠା ପାଣିର ସଙ୍କଟ ଦେଖାଦେବା ସହିତ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇଛି ଯାହାକି ଜୀବ ଜଗତ ପାଇଁ ବିପଦ ସୃଷ୍ଟି କରିଛି । କେବଳ ବହୁଳ ସଂଖ୍ୟାରେ ବୃକ୍ଷରୋପଣ ହିଁ ଏ ଗୁରୁତର ସମସ୍ୟା ସମାଧାନ କରିପାରିବ ଓ ଜୀବଜବତର ରକ୍ଷାକବଚ ହେବ ବୋଲି ମତପ୍ରକାଶ କରିଥିଲେ । ଏଣୁ ମିଶନଶକ୍ତି ମା ମାନେ ପ୍ରତ୍ୟେକ ୫ଟି ଲେଖାଏଁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ ।

କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଜଳ ହିଂ ଜୀବନ ପରି ସମ୍ପ୍ରତି ବୃକ୍ଷ ହିଂ ଜୀବନ ହୋଇଛି । ମା ମାନେ ଜୀବଜଗତ ସୁରକ୍ଷା ପାଇଁ ଗଛ ଲଗାଇବା ସହ ଗଛ ବଞ୍ଚାଇବା ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ଓ ଜିଲ୍ଲାପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଅଙ୍ଗନବାଡି ପରିଦର୍ଶିକା ତୁଳସୀ ଦାସ,ମିଶନଶକ୍ତି ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ, ସୁମିତ୍ରା ବିଶ୍ୱାଳ ସରପଞ୍ଚ ସନ୍ତୋଷ ସେଠୀ, ଜ୍ଞାନେନ୍ଦ୍ର ଖଣ୍ଡାୟୀ,ଲଷ୍ମୀପ୍ରିୟା ଷଢଙ୍ଗୀ, ଦେବେନ୍ଦ୍ର ନାୟକ,ବନୋଜ ସେଠୀ ପ୍ରିୟବ୍ରତ ଓଝା,ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ଶେଖର ବିଶ୍ୱାଳ ,ରାମ ଚନ୍ଦ୍ର ସେଠୀ, ନିରଞ୍ଜନ ବାରିକ, ରାଜ ଲଷ୍ମୀ ବେହେରା, ତୃପ୍ତିମୟୀ ମଲିକ, ସୁମିତ୍ରା ସାହୁ, ମମତାମୟୀ ଜେନା,ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ସୁଶାନ୍ତ ଦାସ,ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ, ମିନତୀ ପାତ୍ର, ସୁବାଷ ଖଟୁଆ, କଳାକାର ପ୍ରଧାନ, ଯୁବନେତା ସଂଗ୍ରାମ ସ୍ୱାଇଁ ଉତ୍ତମ ଖୁଣ୍ଟିଆ ଶଶିକାନ୍ତ ପଣ୍ଡା, ପ୍ରେମାନନ୍ଦ ସେଠୀ ଖୋକନ ବିଶ୍ୱାଳ ପ୍ରବୋଧ ଖଣ୍ଡାୟୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ । ଏଇ ଅବସରରେ ରାଜନଗର ଓ କେନ୍ଦ୍ରାପଡ଼ା ବିଧାୟକ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ଗୃହ ସମ୍ମୁଖରେ ବୃକ୍ଷ ରୋପଣ କରିବା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ୧ହଜାର ଚାରା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ ଓ ସମ୍ପାଦିକା ନିର୍ମଳା ନନ୍ଦ ପରିଚାଳନା କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ୩୧ପଂଚାୟତରେ ପ୍ରତି ପଂଚାୟତକୁ ୧ ହଜାର ଚାରା ବଣ୍ଟନ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।










