ଦିଲ୍ଲୀରେ ରଥଯାତ୍ରା ପାଳନ, ସହଦେବବାବା ଯୁବ ପରିଷଦ ପକ୍ଷରୁ ସେବାକାର୍ଯ୍ୟ ପରିବେଷଣ



ପଟ୍ଟାମୁଣ୍ଡାଇ୮/୭ – ନୂଆଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉତ୍ସବ ପାଳନ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସହଦେବବାବା ଯୁବ ପରିଷଦ ଦିଲ୍ଲୀ ଶାଖାପକ୍ଷରୁ ସେବାକାର୍ଯ୍ୟ ପରିବେଷଣ ନେଇ ବିଭିନ୍ନ ମହଲରୁ ସାଧୁବାଦ ।
ନୂଆଦିଲ୍ଲୀ ହାଉଜଖାସ ଭିଲେଜସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ୪୬ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ମାନେ ରଥ ଦଉଡ଼ି ଟଣାରେ ଭାଗ ନେଇଥିବା ନଜରକୁ ଆସିଥିଲା । ଏଠାରେ ଦ୍ୱିପ୍ରହର ପହଣ୍ଡି ବିଜେ ଆରମ୍ଭ କରାଯାଇ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଶ୍ରୀ ଜଗନ୍ନାଥ,ପ୍ରଭୁ ସୁଦର୍ଶନଙ୍କୁ ସାହିରୋଷଣୀ କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇ ରଥଟଣାଯାତ୍ର ଆରମ୍ଭ ହୋଇଥିଲା । ଏହି ପବିତ୍ର ପାର୍ବଣ ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ପାଖାପାଖି ୬୦ ହଜାର ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଏହି ରଥଯାତ୍ରାରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସହଦେବବାବା ଯୁବ ପରିଷଦ ଦିଲ୍ଲୀ ଶାଖାପକ୍ଷରୁ ପାନୀୟ ଜଳ, ଦହିପଣା, ଲସି, ସରବତ୍ ଆଦି ବଂଟନ କରାଯାଇଥିଲା ।ପରିଷଦର ସଭ୍ୟ ପ୍ରମୋଦ ଦାସ, ଚିନ୍ମୟ ରାଉତ, ସଂଜୟ ସାହୁ, ବିଭୁତି ବିଶ୍ୱାଳ,ପ୍ରଦ୍ୟୁମ୍ନ ଦାସ,ପ୍ରବୋଧ ରାଉତ, ଅଭିଳାଷ ବିଶ୍ୱାଳ ସମେତ ସମସ୍ତ କର୍ମକର୍ତା ଉପସ୍ଥିତି ରହି ସେବାକାର୍ଯ୍ୟ ପରିଚାଳନା କରିଥିଲେ ।


Next Post

ଅଶୋକ ଧଳ ନଗର ଯୁବବିଜେଡି ସଭାପତି

Mon Jul 8 , 2024
ପଟ୍ଟାମୁଣ୍ଡାଇ, ତା ୮/୭-ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ଶାସନ କରିବା ପରେ ଚଳିତ ନିର୍ବାଚନରେ ବିଜେଡି ପରାଜୟ ବରଣ କରିଛି । ସମ୍ପ୍ରତି ବିରୋଧୀ ଦଳ ଭୂମିକାରେ ଥିବା ବିଜେଡିର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ କରି ଜନସାଧାରଣଙ୍କ ସମସ୍ୟା ନେଇ ଜୋରଦାର ଲଢେଇ କରିବାକୁ ବିଜେଡିକୁ ଏକ ସଶକ୍ତ ବିରୋଧୀଦଳରେ ପରିଣତ କରିବା […]

KANIKA